ହିଟଲର ସେନା ବି ଡରୁଥିଲେ ଏହି ଭୟଙ୍କର ମହିଳା ସ୍ନାଇପରକୁ, ୩୦୯ ଜଣ ଲୋକଙ୍କୁ ମାରି…

ଲ୍ୟୁଡମିଲା ପବଲିଚେଂକୋ ଏହି ନାମ ଆପଣମାନେ ଶୁଣି ନ ଥିବେ । କିନ୍ତୁ ଇତିହାସ ଏହି ମହିଳାକୁ ଭଲ ଭାବରେ ଜାଣିଛି । ତାଙ୍କୁ ଇତିହାସର ସବୁଠୁ ଭୟଙ୍କର ମହିଳା ଶୁଟର (ସ୍ନାଇପର) ବୋଲି ବି କୁହାଯାଉଥିଲା । ଜଣେ ଏମିତି ଶୁଟର ଯିଏ ଜର୍ମାନ ତାନାଶାହ ହିଟଲର ନାଜି ସେନା ସାମ୍ନାରେ ସମସ୍ୟାର ପାହାଡ ଠିଆ କରି ଦେଇଥିଲେ । ଏହି ମହିଳାଙ୍କୁ ସୋବିୟତ ସଂଘର ‘ହୀରୋ’ ରୂପରେ ବି ଜଣା ଯାଉଥିଲା ।

କହିଦେଉଛୁ କି ଏହି ମହିଳା ଶୁଟରଙ୍କର ନାମ ଲ୍ୟୁଡମିଲା ପବଲିଚେଂକୋ ଅଟେ । ଲ୍ୟୁଡମିଲା ପବଲିଚେଂକୋ ବିଶ୍ଵ ଯୁଦ୍ଧ ସମୟରେ ସୋବିୟତ ସଂଘର ରେଡ ଆର୍ମୀର ଜଣେ ଭଲ ସ୍ନାଇପର ଥିଲେ । ସେ ପୁଣି ସେହି ସମୟରେ ଯେତେବେଳେ ମହିଳାମାନଙ୍କୁ ଆର୍ମୀରେ ଭର୍ତ୍ତି କରା ଯାଉ ନ ଥିଲା । କିନ୍ତୁ ଲ୍ୟୁଡମିଲା ନିଜର ପ୍ରତିଭା ଦ୍ଵାରା କେବଳ ସୋବିୟତ ସଂଘ ନୁହେଁ ବରଂ ସାରା ଦୁନିଆରେ ପରିଚିତ ଥିଲେ ।

କୁହାଯାଏ ସିଡ଼ିସି  କି କେବଳ ୨୫ ବର୍ଷ ବୟସରେ ହିଁ ଲ୍ୟୁଡମିଲା ନିଜର ସ୍ନାଇପର ରାଇଫଲ ଦ୍ଵାରା ୩୦୯ ଜଣ ଲୋକଙ୍କୁ ମାରିଥିଲେ । ଯେଉଁମାନଙ୍କ ମଧ୍ୟରେ ପ୍ରାୟତଃ ହିଟଲରଙ୍କ ସେନାର ଯବାନ ଥିଲେ । ସ୍ନାଇପର ରାଇଫଲ ସହିତ ଅବିଶ୍ୱସନୀୟ କ୍ଷମତା କାରଣରୁ ଲ୍ୟୁଡମିଲାଙ୍କୁ ‘ଲେଡୀ ଡେଥ’ ନାମରେ ବି ଜଣା ଯାଉଥିଲା ।

୧୨ ଜୁଲାଇ ୧୯୧୬ରେ ୟୁକ୍ରେନର ଏକ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଲ୍ୟୁଡମିଲା ମାତ୍ର ୧୪ ବର୍ଷ ବୟସରେ ହିଁ ନିଜ ହାତରେ ହତିୟାର ଧରିଥିଲେ । ହେନରୀ ସାକୈଡାର ବହି ‘ହୀରୋଇନ୍ସ ଅଫ ଦ ସୋବିୟତ ୟୁନିୟନ’ ଅନୁସାରେ, ଲ୍ୟୁଡମିଲା ପ୍ରଥମେ ହତିୟାର ଫ୍ୟାକ୍ଟ୍ରିରେ କାମ କରୁଥିଲେ । କିନ୍ତୁ ପରେ ସେ ଏକ ଯୁବକ କାରଣରୁ ସ୍ନାଇପର ନିଶାନବାଜ ହୋଇଗଲେ ।

ମିଡିଆ ରିପୋର୍ଟ ଅନୁସାରେ, ଆମେରିକାର ଯାତ୍ରା ସମୟରେ ଲ୍ୟୁଡମିଲା ଥରେ କହିଥିଲେ କି, ମୋର ପଡୋଶୀରେ ରହୁଥିବା ଏକ ପୁଅ ଶୁଟିଙ୍ଗ ଶିଖୁଥିଲା ଓ ଏଥିପାଇଁ ସେ ସବୁବେଳେ ଗର୍ବ ଦେଖାଉ ଥିଲା । ଏହା ପରେ ତାହାକୁ ଦେଖି ମୁଁ ବି ନିଷ୍ପତି ନେଲି କି ଯେତେବେଳେ କୌଣସି ପୁଅ ଶୁଟିଙ୍ଗ କରି ପାରିବ ତେବେ ଗୋଟିଏ ଝିଅ କାହିଁକି ଶୁଟିଙ୍ଗ କରି ପାରିବ ନାହିଁ । ଏଥିପାଇଁ ମୁଁ ବହୁତ କଡା ଅଭ୍ୟାସ କରିଲି । ଏହି ଅଭ୍ୟାସର ଫଳ ସ୍ୱରୂପ କିଛି ଦିନରେ ହିଁ ମୁଁ ହତିୟାର ଚଳାଇବାରେ ମହାରଥ ହାସଲ କରିନେଲି ।