ମୁମ୍ବାଇ ଲଜ୍ୟା, ମାଟୁଙ୍ଗା ରେଲୱେ ଷ୍ଟେସନରେ ଛାତ୍ରୀ ସହିତ ଖରାପ ବ୍ୟବହାର, CCTVରେ ରେକର୍ଡ ହେଲା ଘଟଣା

ଦେଶର ଆର୍ଥିକ ନଗରି ମୁମ୍ବାଇରେ ଏକ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି । ମୁମ୍ବାଇର ମାଟୁଙ୍ଗା ରେଲୱେ ଷ୍ଟେସନର ଏକ CCTV ଫୁଟେଜ ବହୁତ ମାତ୍ରାରେ ଭାଇରାଲ ହୋଇଛି । ଯେଉଁଥିରେ ଏକ ବ୍ରିଜ ଉପରେ ଯାଉଥିବା ଝିଅକୁ ଜଣେ ଲୋକ କିସ୍ କରି ଫେରାର ହୋଇଯାଉଛି । ଏହି ଘଟଣାଟି ୨୫ ଜାନୁୟାରୀରେ CCTV ଫୁଟେଜରେ ଷ୍ଟୋର ହୋଇଛି । ଏହି ମାମଲାର ଆରୋପି ରାଜିଉର ହବିବୁର ଖାନକୁ ପୋଲିସ ଗୁରୁବାର ଦିନ ଗିରଫ କରିଛି ।

ହେଲେ ଏହି ମାମଲା ପାଇଁ ପୋଲିସ କୌଣସି ମାମଲା ରୁଜୁ କରିନାହିଁ । କାରଣ କୌଣସି ମହିଳା ଆରୋପି ବିରୁଦ୍ଧରେ କମ୍ପ୍ଲେନ କରିବା ପାଇଁ ଆସି ନାହାନ୍ତି । ପୋଲିସ ସେହି ଲୋକକୁ ଏକ ଚୋରୀ ମାମଲାରେ ଗିରଫ କରିଛି । ପୋଲିସ ବର୍ତ୍ତମାନ ମହିଳା ମାନଙ୍କୁ ଆଗକୁ ଆସିବା ପାଇଁ ଓ ସେହି ଲୋକ ବୀରୁଦ୍ଧରେ କମ୍ପ୍ଲେନ କରିବା ପାଇଁ ଅପିଲ କରିଛି ।

ଅପିଲରେ ପୋଲିସ କହିଛି କି, ମହିଳାଙ୍କର ପରିଚୟ ଉଜାଗର କରାଯିବ ନାହିଁ । ପୋଲିସ କହିଛନ୍ତି କି ଯଦି ମହିଳାମାନେ ଆରୋପି ରାଜିଉର ହବିବୁର ଖାନ ବୀରୁଦ୍ଧରେ କୌଣସି କମ୍ପ୍ଲେନ ଦେବେ ନାହିଁ, ତେବେ ପୋଲିସ ତା ବିରୁଦ୍ଧରେ ଝିଅମାନଙ୍କ ସହ ଖରାପ ବ୍ୟବହାର କରିବା କେସରେ ମାମଲା ରୁଜୁ କରିବା ପାଇଁ କାନୁନି ଉପାୟ ବାହାର କରିବାକୁ ଚେଷ୍ଟା କରିବ ।

ଘଟଣା CCTVରେ ରେକର୍ଡ

ମୁମ୍ବାଇର ମାଟୁଙ୍ଗାର ପୋଲ ରେ ମହିଳାମାନଙ୍କ ସହ ଖରାପ ବ୍ୟବହାର ହେଉଥିବାର ଘଟଣା CCTV କ୍ୟାମେରାରେ ରେକର୍ଡ ହୋଇସାରିଛି । ସିସିଟିଭି ଫୁଟେଜରେ ଝିଅ ମାନଙ୍କୁ ଖରାପ ବ୍ୟବହାର ଓ କିସ୍ କରିବାର ଦେଖାଯାଇଛି । ୨୫ ଜାନୁୟାରୀରେ ପୋଲିସକୁ ଏହି ଘଟଣା ବିଷୟରେ ଜଣା ପଡିଥିଲା ।

ଅଭିଯୋଗ ଅଛି କି ପୂର୍ବରୁ ମଧ୍ୟ ସେଠାରେ ଏହିପରି ଘଟଣା ହୋଇଛି, ହେଲେ କୌଣସି ମହିଳା କମ୍ପ୍ଲେନ ଦେଇ ନାହାଁନ୍ତି । ପୋଲିସକୁ ଏହା ବିଷୟରେ ଏକ ଝିଅ ସୂଚନା ଦେଇଥିଲା, ଯାହାଫଳରେ ପୋଲିସ ସିସିଟିଭିର ସହାୟତାରେ ଆରୋପିକୁ ଗିରଫ କରିଥିଲା ।