ହୀରାକୁଦ ଡ୍ୟାମ କେମିତି ନିର୍ମାଣ ହୋଇଥିଲା ? କିଏ ପ୍ରଥମେ ଏହି ଡ୍ୟାମ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ ? ସଂପୂର୍ଣ୍ଣ ଇତିହାସ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

୧୯୩୭ରେ ହୋଇଥିବା ବଡ ବନ୍ୟାକୁ ଦେଖି ଇଞ୍ଜିନିୟର ଏମ. ଭିସଭିଷବରାୟ ମହାନଦୀରେ ଏକ ଡ୍ୟାମ ତିଆରି କରିବା ପାଇଁ । ମହାନଦୀରେ ପ୍ରତିବର୍ଷ ହେଉଥିବା ବନ୍ୟାକୁ ରୋକିବା ପାଇଁ ସେ ଏମିତି ଚିନ୍ତା କରିଥିଲେ । ସେ ସମୟରେ ମଧ୍ୟ ଅଧିକ ବର୍ଷ ହେବା ଫଳରେ ମହାନଦୀରେ ବନ୍ୟା ସୃଷ୍ଟି ହେଉଥିଲା । ଯେଉଁଥି ପାଇଁ ମହାନଦୀ ପାଖାପାଖି ଦେଇ ଯାଉଥିବା ଗାଁ ଲୋକଙ୍କର ବହୁତ କ୍ଷତି ହେଉଥିଲା । ତେବେ ଏହି ହୀରାକୁଦ ଡ୍ୟାମ କିପରି ତିଆରି ହୋଇଥିଲା ଆସନ୍ତୁ ଜାଣିବା ।

ଇଞ୍ଜିନିୟର ଏମ. ଭିସଭିଷବରାୟ ମହାନଦୀରେ ଡ୍ୟାମ ତିଆରି କରିବା ପାଇଁ ପ୍ରଥମେ ପ୍ରସ୍ତାବ ଆଣିଥିଲେ । ୧୯୪୫ରେ ଡକ୍ଟର ବି. ଆର. ଆମ୍ବେଦକର ଚେୟାରମ୍ୟାନ ଥିବାବେଳେ ମହାନଦୀରେ ଡ୍ୟାମ ହୋଇପାରିବ କି ନାହିଁ ରିସର୍ଚ୍ଚ କରିବା ପାଇଁ ଅନୁମତି ଦେଇଥିଲେ । ଡ୍ୟାମ ହେଲେ ଲୋକଙ୍କର କଣ ଫାଇଦା ହେବ ତା’ ଉପରେ ଅଧିକ ଜୋର ଦେଇଥିଲେ  । ୧୫ ମାର୍ଚ୍ଚ ୧୯୪୬ରେ ଓଡିଶା ଗଭର୍ଣ୍ଣର ସାର୍ ହାର୍ଥନ ଲୁଇସ ହୀରାକୁଦ ଡ୍ୟାମ ନିର୍ମାଣର ଭାର ନେଇଥିଲେ ।

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ୧୨ ଏପ୍ରିଲ ୧୯୪୮ରେ ହୀରାକୁଦ ଡ୍ୟାମର ଶୁଭାରମ୍ଭ କରିଥିଲେ । ଡ୍ୟାମର ସାଉଣ୍ଡ ଏବଂ ଟେକ୍ନିକାଲ ଚେକ୍ ପାଇଁ ଏକ ମଜୁମଦାର କମିଟି ନିଯୁକ୍ତ କରା ଯାଇଥିଲା । ମୁଖ୍ୟ ବନ୍ଧର ଲମ୍ବ ରହିଛି ୪.୮ କିମି, ଯାହାକି ଦୁଇ ପାହାଡ ଲକ୍ଷ୍ମୀ ଡୁବୁରି ଓ ଚଣ୍ଡେଲ ଡୁବୁରିକୁ ଲଗାଇ ତିଆରି କରାଯାଇଛି ।

ଓଡିଶାର ସମ୍ବଲପୁରର ୧୫କିମି ଦୂରରେ ରହିଛି ଏହି ହୀରାକୁଦ ଡ୍ୟାମ । ଓଡିଶାର ସବୁଠୁ ବୃହତ୍ତମ ଏହି ଡ୍ୟାମ ଏସିଆର ସବୁଠୁ ଲମ୍ବା ଡ୍ୟାମ ଭାବରେ ମଧ୍ୟ ପରିଚିତ । ୪.୮ କିମି ଲମ୍ବା ବିଶିଷ୍ଟ ଏହି ଡ୍ୟାମର ଉଚ୍ଚତା ୨୦୦ ଫୁଟ୍ ରହିଛି । ଏହି ଡ୍ୟାମରେ ସମୁଦାୟ ୯୮ଟି ଗେଟ୍ ରହିଛି ତନ୍ମଧ୍ୟରୁ ୬୪ଟି ସ୍ଲୁଇସ ଗେଟ୍ ଓ ୩୪ଟି କ୍ରେଷ୍ଟ ଗେଟ୍ । ଇଣ୍ଟରନେଟ ଏବଂ ଗଭର୍ଣ୍ଣମେଣ୍ଟ ରିପୋର୍ଟ ଅନୁଯାୟୀ ହୀରାକୁଦ ଡ୍ୟାମ ଏସିଆର ସବୁଠୁ ବଡ ମାନବନିର୍ମିତ ଡ୍ୟାମ ବୋଲି କୁହାଯାଏ ।

ବିଦ୍ୟୁତ ଉତ୍ପନ୍ନ ଓ ପଶ୍ଚିମ ଓଡିଶାର ଚାଷଜମିକୁ ଜଳସେଚନ କରିବା ଏହି ଡ୍ୟାମର ମୁଖ୍ୟ ଲକ୍ଷ୍ୟ ଥିଲା । ଏହି ଡ୍ୟାମର ଜଳସେଚନରୁ ଏକ ଲକ୍ଷ ଅଣଷଠି ହଜାର ଶହେ ଛଅ ହେକ୍ଟର ଖରିଫ ଫସଲ ଓ ସେହିପରି ଏକ ଲକ୍ଷ ଆଠ ହଜାର ତିନି ଶାହ ପଞ୍ଚାଅଶୀ ହେକ୍ଟରର ରବି ଫସଲ ହୋଇଥାଏ । ହୀରାକୁଦ ଡ୍ୟାମ ନହେଉ ବୋଲି ୩୦ ହଜାରରୁ ଅଧିକ ସଂଖ୍ୟକ କୃଷକ ଆନ୍ଦୋଳନ ମଧ୍ୟ କରିଥିଲେ ।

ଏହି ଡ୍ୟାମ ନିର୍ମାଣ ଦ୍ଵାରା ପ୍ରାୟ ୧୫ ହଜାର ଲୋକ ପ୍ରଭାବିତ ହୋଇଥିଲେ ଏବଂ ପ୍ରାୟ ୨୨ ହଜାର ପରିବାର ବିସ୍ଥାପିତ ହୋଇଥିଲେ । ୧୯୫୬ ଠାରୁ କ୍ଷତିପୂରଣ ନଦେଇ ବହୁତ ପରିବାରଙ୍କୁ ସେଠରି ସ୍ଥାନାନ୍ତରିତ କରା ଯାଇଥିଲା । ସେହି ସମୟରେ ହୀରାକୁଦ ଡ୍ୟାମ ନିର୍ମାଣ ହେବା ପାଇଁ ସେହି ସମୟରେ ୯୨.୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ୧୯୫୬ ଜୁନରେ ଡ୍ୟାମ କାର୍ଯ୍ୟ ଶେଷ ହୋଇଥିଲା ଓ ୪୮ ହଜାର କିଲୋୱାଟ ଇଲେକ୍ଟ୍ରିକ ବାହାରିବା ପାଇଁ ଟର୍ବାଇନ ଲଗାଯାଇଥିଲା ।

ଡ୍ୟାମରୁ ୩୪୭.୫ ମେଗାୱାଟର ପାୱାର ବାହାରିବା ଭଳି ପାୱାର ହାଉସ ମଧ୍ୟ ବନାଯାଇଛି । ହୀରାକୁଦ ଡ୍ୟାମର ପାଣି ଯୋଗୁଁ ବହୁତ ଗୁଡିଏ ମନ୍ଦିର ମଧ୍ୟ ବୁଡି ଯାଇଥିଲା । ହେଲେ ସେହି ମନ୍ଦିର ଗୁଡିକ ଗ୍ରୀଷ୍ମଋତୁରେ ଦେଖା ଯାଇଥାଏ । ଡ୍ୟାମରେ ଗାନ୍ଧୀ ମିନାର ଓ ନେହୁର ମିନାର ନାମକ ଦୁଇଟି ଅବଜର୍ଭେସନ ଟାୱାର ମଧ୍ୟ ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।