ତକିଆ ତଳେ ଏକ ଟଙ୍କିଆ ମୁଦ୍ରା ରଖି ଶୋଇବା ଦ୍ଵାରା କେଉଁ ଲାଭ ପ୍ରାପ୍ତ ହୋଇଥାଏ ? ଏହା ସହ ଜାଣନ୍ତୁ ଆହୁରି 20ଟି ଅନୁଚିନ୍ତା

ରାତିରେ ନିଦ୍ରା ଯିବା ଦ୍ଵାରା ଆମ ଶରୀରରୁ ଥକାପଣ ଶେଷ ହେବା ସହ ତା’ ପରଦିନ କାର୍ଯ୍ୟ କରିବା ପାଇଁ ମଧ୍ୟ ଶକ୍ତି ସଞ୍ଚୟ ହୋଇଥାଏ । ତେଣୁ ରାତ୍ରିରେ ୭-୮ ଘଣ୍ଟା ନିଦ୍ରା ଯିବା ଅତ୍ୟନ୍ତ ଜରୁରୀ । ତେବେ ଆମ ଶାସ୍ତ୍ର ମାନଙ୍କରେ ଶୋଇବାକୁ ନେଇ ମଧ୍ୟ କିଛି ନିୟମମାନ ରହିଛି । ଯାହାର ପାଳନ କରିବା ଦ୍ଵାରା ଆମେ ସୁଖୀ ହୋଇଥାଉ । ବାସ୍ତୁ ଅନୁସାରେ ରାତିରେ ଶୋଇବା ସମୟରେ ଉତ୍ତର ଦିଗକୁ ମୁଣ୍ଡକରି ଶୋଇବା ଉଚିତ ନୁହେଁ, ଏହାଦ୍ବାରା ନିଦ୍ରା ହୀନତା, ମୁଣ୍ଡବିନ୍ଧା ଏବଂ ମାନସିକ ରୋଗ ଦେଖା ଦେଇଥାଏ ।

ପୂର୍ବ ଦିଗକୁ ଉନ୍ଦକରି ଶୋଇବା ଦ୍ଵାରା ସ୍ମରଣଶକ୍ତି ବୃଦ୍ଧି ହୋଇଥାଏ ଏବଂ ଏକାଗ୍ରତା ବୃଦ୍ଧି ପାଇବା ସହିତ ସ୍ୱାସ୍ଥ୍ୟ ଭଲ ରହିଥାଏ । ଦକ୍ଷିଣ ଦିଗ ଯମଙ୍କ ଦିଗ ହୋଇଥାଏ ଏହି ଦିଗକୁ ମୁଣ୍ଡକରି ଶୋଇବା ଦ୍ଵାରା ଭଲ ନିଜ ହୋଇଥାଏ ଏବଂ ରକ୍ତଚାପ କମ୍ ହେବା ସହ ମାନସିକ ଚିନ୍ତା ଦୂର ହେବାରେ ସାହାଯ୍ୟ କରିଥାଏ । ଘରର ବିବାହିତ ମହିଳାମାନେ କେବେବି ବାୟବ କୋଣ ଅର୍ଥାତ ଉତ୍ତର ପଶ୍ଚିମ ଦିଗରେ ଶୋଇବା ଉଚିତ ନୁହେଁ, ଏହାଦ୍ବାରା ସେମାନଙ୍କ ଭିତରେ ପରିବାରରୁ ଅଲଗା ହେବାର ଇଚ୍ଛା ଜାଗ୍ରତ ହୋଇଥାଏ ।

ବାସ୍ତୁ ଅନୁସାରେ ବିବାହିତ କନ୍ୟାମାନେ ଘରର ଉତ୍ତର ପଶ୍ଚିମ କୋଣରେ ଅର୍ଥାତ ବାୟବ କୋଣରେ ଶୋଇବା ଦ୍ଵାରା ଶୁଭ ହୋଇଥାଏ ଏବଂ ବିବାହ ଯୋଗ ଶୀଘ୍ର ପ୍ରାପ୍ତ ହୋଇଥାଏ । ଶୋଇବା ଘରେ କେବେବି ପ୍ଲାଷ୍ଟିକ ଫୁଲ କିମ୍ବା ଗଛ ଇତ୍ୟାଦି ରଖିବା ଉଚିତ ନୁହେଁ, ଏହାଦ୍ବାରା ଅଶୁଭ ହେବା ସହିତ ଦାରିଦ୍ର୍ୟତା ପ୍ରାପ୍ତି ହୋଇଥାଏ ।

ଘର କୋଣରେ କେବେବି ଶୋଇବା ଉଚିତ ନୁହେଁ ଏବଂ ଖଟର ଡାହାଣ ପାଖରେ ସ୍ଵାମୀ ଏବଂ ବାମ ପାଖରେ ସ୍ତ୍ରୀ ଶୋଇବା ଦ୍ଵାରା ଶୁଭପ୍ରଦ ହୋଇଥାଏ । ଲୁହାରେ ତିଆରି ହୋଇଥିବା ଖାତାରେ କେବେବି ଶୋଇବା ଉଚିତ ନୁହେଁ କିମ୍ବା କୌଣସି ବିମ୍ ତଳେ ଖଟ ପକାଇବା ଅନୁଚିତ, ଏହା ଶୁଭ ଏବଂ ରୋଗଗ୍ରସ୍ତ ହେବାର ସମ୍ଭାବନା ରହିଥାଏ । ଶୋଇବା ସମୟରେ ମୁଣ୍ଡ ପାଖରେ କେବେବି ପାଣି ବୋତଲ ରଖି ଶୋଇବା ଉଚିତ ନୁହେଁ, ଏହାଦ୍ବାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିବା ସହ ମାନସିକ ଚିନ୍ତା ବୃଦ୍ଧି ହୋଇଥାଏ ।

ମୁଣ୍ଡ ପାଖରେ କେବେବି କୌଣସି ପ୍ରକାର ବହିରଖି ଶୋଇବା ଉଚିତ ନୁହେଁ, ଏହାଦ୍ଵାରା ବୁଧଗ୍ରହଙ୍କ ପ୍ରଭାବ ପଡିବ ସହ ଉନ୍ନତି ବାଧାପ୍ରାପ୍ତ ହୁଏ । ଶୋଇବା ଶେଜ ଉପରେ କେବେବି ବସି ପଢିବା ଉଚିତ ନୁହେଁ, ଅଶୁଭ ହେବା ସହ ମାନସିକ ଦୃଢତା, ଦକ୍ଷତା ଏବଂ ଧ୍ୟାନ ଲଗାଇବାର କ୍ଷମତା ଦୁର୍ବଳ ହେବାର ସମ୍ଭାବନା ରହିଥାଏ ।

ଶୋଇବା ସମୟରେ ମୁଣ୍ଡପାଖରେ କେବେବି ମୋବାଇଲ ଫୋନ ରଖି ଶୋଇବା ଉଚିତ ନୁହେଁ। ଏହାଦ୍ବାରା ମସ୍ତିଷ୍କ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ସହିତ ଓ ଟ୍ଯୁମର ଏବଂ କ୍ୟାନ୍ସର ଭଳି ରୋଗ ହେବାର ସମ୍ଭାବନା ରହିଥାଏ । ମଙ୍ଗଳବାର ରାତିରେ ମୁଗ ସବୁଜ ରଙ୍ଗର କପଡାରେ ବାନ୍ଧି ତକିଆ ତଳେ ରଖି ଶୋଇବା ପରେ ସକାଳୁ କୌଣସି କନ୍ୟାଙ୍କୁ ଦେବେଦ୍ଵାର ସ୍ଵାମୀ ସ୍ତ୍ରୀ ସମ୍ପର୍କ ମଧୁର ହୋଇଥାଏ ଏବଂ ଆୟୁ ବୃଦ୍ଧି ହୋଇଥାଏ ।

ଶୋଇବା ସମୟରେ ତକିଆ ତଳେ ଗୋଟିଏ ଏକ ଟଙ୍କିଆ ମୁଦ୍ରା ରଖିବା ଦ୍ଵାରା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଶୋଇଥିବା ଭାଗ୍ୟ ଜାଗ୍ରତ ହେବାସହ ଧନଲାଭ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।