Heavy Rain Alert: ବଙ୍ଗୋପ ସାଗରରେ ସାଗରରେ ସୃଷ୍ଟି ହେବାକୁ ଆଉ ଏକ ଲଘୁଚାପ, ଏହି ସବୁ ଜିଲ୍ଲା ପାଇଁ ସତର୍କ ବାଣୀ ଜାରି କଲା ପାଣିପାଗ ବିଭାଗ

ଆସୁଛି ଆଉ ଏକ ଲଘୁଚାପ । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପ ସାଗର ଏବଂ ମିଆଁମାର ଉପକୂଳରେ ଆଉଆ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପଶ୍ଚିମ ଏବଂ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡିଶା ଓ ପଶ୍ଚିମବଙ୍ଗ ଆଡେ ମୁହାଁଇବ । ଆସନ୍ତା ୧୮ ତାରିଖରେ ବଙ୍ଗୋପ ସାଗରର ଉତ୍ତର ଓଡିଶା ଉପକୂଳରେ ଏହି ଘୂର୍ଣ୍ଣିବଳୟ ସକ୍ରିୟ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ଯର ବିଭିନ୍ନ ଜିଲ୍ଲାରେ ପାଗ ମେଘୁଆ ରହିବା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ରମ୍ଭ ହେବ ।

ଆସନ୍ତା ୧୮ ତାରିଖରେ ବର୍ଷାର ପରିମାଣ ବଢିବା ସହ ତିନି ଦିନ ପର୍ଯ୍ୟନ୍ତ ଆଧା ଓଡ଼ିଶାକୁ ଭିଜାଇବା ବୋଲି ଜଣା ପଡିଛି । ପାଣିପାଗ ବିଭାଗ ତରଫରୁ କୁହାଯାଇଛି ୧୮ ତାରିଖରେ ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ଵରରେ ପ୍ରବଳ ବର୍ଷା ହେବ । ୧୯ ତାରିଖ ପାଇଁ ୧୨ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡିକ ହେଲେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ଵର, ଢେଙ୍କାନାଳ, ଯାଜପୁର, କେନ୍ଦ୍ରପଡା, ଜଗତସିଂପୁର, କଟକ, ପୁରୀ ଓ ଖୋର୍ଦ୍ଧା ଆଦି ଜିଲ୍ଲା ।

ଆସନ୍ତା ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବ । ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝରରେ ସର୍ବାଧିକ ୫୫.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ଆଉ ଏକ ଲଘୁଚାପ ଜନଜୀବନ ଉପରେ ନିଶ୍ଚିତ ଭାବେ ପ୍ରଭାବ ପକାଇବ । ଉତ୍ତର-ପଶ୍ଚିମ ଓଡିଶାର ୫ଟି ଜିଲ୍ଲା ତଥା ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ଦେବଗଡ ସମ୍ବଲପୁରରେ ସବୁଠୁ ଅଧିକ ବର୍ଷିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏନେଇ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି ।

ତେବେ ଲଗାଣ ବର୍ଷା ପରେ ଆହୁରି ଏକ ଲଘୁଚାପ ରାଜ୍ୟର ବନ୍ୟା ସମସ୍ଯାକୁ ଆହୁରି ବଢାଇ ଦେବ । ଏଥିପାଇଁ ସରକାରଙ୍କ ତରଫରୁ ଏବେ ଠୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏହି ବର୍ଷାରେ ଅଧା ରାଜ୍ୟ ବୁଡିବ ବୋଲି ଅନୁଆମାନ କରାଯାଉଛି । ଆଇଏମଡ଼ି ର ଡ଼ିଜି ଶ୍ରୀଯୁକ୍ତ ମୃତୁଞ୍ଜୟ ମହାପାତ୍ର ଏନେଇ ବିଶେଷ ସୂଚନା ଦେଇଛନ୍ତି । ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।