Heavy Rainfall Alert: ବଙ୍ଗୋପ ସାଗରରେ ଲଘୁଚାପ ପ୍ରଭାବରେ ଆଜି ଘଡଘଡି ସହ ପ୍ରବଳ ବର୍ଷିବ ! ରାଜ୍ୟର 5 ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଆଞ୍ଚଳିକ ପାଣି ପାଗ ବିଭାଗ ସବୁଦିନ ଓଡିଶାରେ ବର୍ଷା ଓ ଘଡଘଡିକୁ ନେଇ ସୂଚନା ଜାରି କରିଥାଏ । ଆଜି ବି ପାଣି ପାଗ ବିଭାଗ ବର୍ଷାକୁ ନେଇ ସୂଚନା ଜାରି କରିଛି । କହିବାକୁ ଗଲେ ସବୁଦିନ ଓଡିଶାରେ କୌଣସି ନା କୌଣସି ସ୍ଥାନରେ ବର୍ଷା ଲାଗି ରହିଛି । ଯେଉଁ କାରଣରୁ ସବୁଦିନ କାର୍ଯ୍ୟରେ ଅସୁବିଧା ହେଉଛି । ଅନ୍ୟ ପଟେ ଗୋଟିଏ ପରେ ଗୋଟିଏ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଚାଲିଛି ।

ଯାହାର ପ୍ରଭାବ ଓଡିଶାରେ ହିଁ ଦେଖିବାକୁ ମିଳୁଛି । କହିଦେଉଛୁ କି ପାଣି ବିଭାଗର ସୂଚନା ଅନୁସାରେ ବଙ୍ଗୋପସାଗରରେ ପୁଣି ଥରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡିଶାର ବିଭିନ୍ନ ଜିଲ୍ଲାରେ ଅଳ୍ପ ବହୁତ ବର୍ଷା ଲାଗି ରହିଛି ଓ ଆଗକୁ ବି ଲାଗି ରହିବ ।

ସୂଚନା ଅନୁସାରେ ଆଜି ଉପକୂଳ ଓଡିଶା ଓ ଦକ୍ଷିଣ ଓଡିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଅଛି । ଆଜି ଠାରୁ ବାଲେଶ୍ଵର, ଭଦ୍ରକ ସହିତ ଓଡିଶାର ଅନ୍ୟ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି । କେତେକ ଅଞ୍ଚଳରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଅଛି ।

ଭୁବନେଶ୍ଵର ଆଞ୍ଚଳିକ ପାଣି ପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ. R. ବିଶ୍ଵାସ ସୂଚନା ଦେଇ କହିଲେ କି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡିଶାର କେତେକ ସହରର କିଛି କିଛି ଅଞ୍ଚଳରେ ଅଳ୍ପ ବହୁତ ବର୍ଷା ହେବାର ସମ୍ଭାବନା ଅଛି । ସେହିଭଳି ଉତ୍ତର ଓଡିଶାର କିଛି ଅଞ୍ଚଳରେ ବି ବର୍ଷା ହେବାର ସମ୍ଭାବନା ଅଛି । ଗଜପତି, ଗଞ୍ଜାମ, ରାୟଗଡା, କୋରାପୁଟ, ମାଲକାନଗିରି ସହରର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ଅଛି ।

ଦକ୍ଷିଣ ଓଡିଶାର କେତେକ ଅଞ୍ଚଳରେ ଘଡଘଡି ମଧ୍ୟ ଦେଖା ଯାଇ ପାରେ । କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡା, କୋରାପୁଟ, ମାଲକାନଗିରି, କଟକ ଓ ଜଗସିଂହପୁର ଭଳି ଜିଲ୍ଲା ଗୁଡିକରେ ବି ବର୍ଷା ହେବାର ସମ୍ଭାବନା ଅଛି । ଉପକୂଳ ଓଡିଶାର କେତେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଅଛି । ଆଭ୍ୟନ୍ତରୀଣ ଓଡିଶାରେ ବି ବର୍ଷା ହେବ ।