Health Tips: ଭିଟାମିନ- D ଅଭାବରେ ଶରୀରରେ ଦେଖା ଦେଇଥାଏ ଏହି ଭୟଙ୍କର ରୋଗ, ଜାଣନ୍ତୁ ଭିଟାମିନ-ଡି ଅଭାବର ଲକ୍ଷଣ କଣ ?

ଭିଟାମିନ-ଡି ଆମ ଶରୀର ପାଇଁ ଏକ ଅତ୍ୟାବଶ୍ୟକ ପୋଷକତତ୍ତ୍ଵ । ଏହା ସତ୍ତ୍ୱେ ଅଧିକାଂଶ ଲୋକେ ଉପଯୁକ୍ତ ମାତ୍ରାରେ ଭିଟାମିନ-ଡି ପାଇପାରନ୍ତି ନାହିଁ । ଏକ ରିପୋର୍ଟ ଅନୁଯାୟୀ ବିଶ୍ଵର ଏକ ବିଲିୟନ ଲୋକଙ୍କ ଠାରେ ଭିଟାମିନ-ଡି ଅଭାବ ଦେଖାଯାଏ । ଆମ ଶରୀରକୁ ଅଧିକାଂଶ ଭିଟାମିନ-ଡି ସୂର୍ଯ୍ୟକିରଣରୁ ମିଳିଥାଏ ଓ ଅଳ୍ପ କିଛି ଖାଦ୍ଯରୁ ମଧ୍ୟ ଭିଟାମିନ-ଡି ମିଳିଥାଏ । ଭିଟାମିନ-ଡି ଅଭାବର ଲକ୍ଷଣ ସହଜରେ ଜାଣି ହୁଏ ନାହିଁ । କିନ୍ତୁ କିଛି ଲକ୍ଷଣ ରହିଛି ଯେଉଁଥିରୁ ଭିଟାମିନ-ଡି ର ଅଭାବ ସହଜରେ ଜାଣିହେବ ।

ଭିଟାମିନ-ଡି ଆମ ଶରୀରର ମାଂସପେଶୀର ସଙ୍କୋଚନ ଓ ପ୍ରସାରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ଓ ମାଂସପେଶୀକୁ ଶକ୍ତ ମଧ୍ୟ କରିଥାଏ । ଏହାର ଅଭାବରେ ଆମ ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ତେଣୁ ମାଂସପେଶୀରେ ଯନ୍ତ୍ରଣା ହେବା ଭିଟାମିନ-ଡି ଅଭାବର ଲକ୍ଷଣ ହୋଇପାରେ । ଯୁବାବସ୍ଥାରେ ଅସ୍ଥି ବଢିବା ବନ୍ଦ ହୋଇଯାଏ କିନ୍ତୁ ଅସ୍ଥିରେ ଥିବା ଟିସ୍ୟୁ ସମୟ ସହ ପରିବର୍ତ୍ତିତ ହୋଇ ନୂଆ ଟିସ୍ୟୁ ସୃଷ୍ଟି ହୋଇଥାଏ । ଏଥିରେ ଭିଟାମିନ-ଡି ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।

ତେଣୁ ଭିଟାମିନ-ଡି ର ଅଭାବ ହେଲେ ଆମ ଶରୀରରେ ଅଷ୍ଟିଓମାଲେସିଆ ଏବଂ ରିକେଟ୍ସ ଭଳି ରୋଗ ଦେଖା ଦେଇଥାଏ । ଯେଉଁଥିରେ ଆମ ହାଡ ଦୁର୍ବଳ ହୋଇପଡେ ଓ ସହଜରେ ଭାଙ୍ଗିଯିବାର ସମ୍ଭାବନା ରହିଥାଏ । ଏହା କ୍ରମଶଃ ଅଷ୍ଟିଓପୋରୋସିସ ରୋଗରେ ପରିଣତ ହୋଇଯାଏ ।

ସବୁବେଳେ କ୍ରାନ୍ତି ଅନୁଭବ କରିବା ଏକ ସାଧାରଣ ଲକ୍ଷଣ ତେଣୁ ଅନେକ ଏହାକୁ ଗୁରୁତ୍ଵ ଦିଅନ୍ତି ନାହିଁ । କିନ୍ତୁ ଏହା ଭିଟାମିନ-ଡି ଅଭାବର ଲକ୍ଷଣ ହୋଇପାରେ । କାରଣ ଶକ୍ତି ଉତ୍ପନ୍ନ କରିବା ପାଇଁ ଆମ ଶରୀର ଭିଟାମିନ-ଡି ଦରକାର କରିଥାଏ । ଯଦି ଆପଣ ଅଳ୍ପ କାମ କରି ଥକି ଯାଉଛନ୍ତି ତେବେ ଏହା ମଧ୍ୟ ଭିଟାମିନ-ଡି ର ଅଭାବ ହୋଇପାରେ । ଯଦି ଆପଣଙ୍କୁ ବିନା କାରଣରେ ଅପସେଟ ଲାଗୁଛି ବା ମନ ଭଲ ରାହୁନାହିଁ ତେବେ ଏହା ମଧ୍ୟ ଭିଟାମିନ-ଡି ଅଭାବ ଯୋଗୁଁ ହୋଇପାରେ ।

କାରଣ ଆମ ଶରୀରର ଯେଉଁ ଅଂଶ ଆମ ମୁଡ୍ ଭଲ ରଖିବାରେ ସାହାଯ୍ୟ କରିଥାଏ ତାହା ଭିଟାମିନ-ଡି ଦରକାର କରିଥାଏ । ରାତିରେ ଭଲରେ ଶୋଇ ନପାରିବା, ଭଲ ନିଦ ନହେବା, ବାରମ୍ବାର ନିଦ ଭାଙ୍ଗିବା ଏହିସବୁ ସମସ୍ଯା ମଧ୍ୟ ଭିଟାମିନ-ଡି ଅଭାବରୁ ହୋଇଥାଏ । ଝାଳ ବାହାରିବା ମଧ୍ୟ ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ କେବଳ ମୁଣ୍ଡରୁ ବାହାରିବା ଭିଟାମିନ-ଡି ର ଲକ୍ଷଣ ହୋଇପାରେ ।

କେଶ ଝଡିବା ଏବଂ କ୍ଷତ ଭରିବାରେ ଡେରି ହେବା ମଧ୍ୟ ଭିଟାମିନ-ଡି ଲକ୍ଷଣ ଯୋଗୁଁ ହୋଇଥାଏ । ଆମ କାନ ଠିକ ଭାବେ କରିବା ପାଇଁ ଭିଟାମିନ-ଡି ଦରକାର କରିଥାଏ, ନଚେତ ମୁଣ୍ଡ ବୁଲାଇଥାଏ । ତେଣୁ ମୁଣ୍ଡ ବୁଲାଇବା ମଧ୍ୟ ଭିଟାମିନ-ଡି ର ଲକ୍ଷଣ ହୋଇପାରେ । ଶରୀରରେ ଭିଟାମିନ-ଡି ର ଅଭାବ ହୃଦଘାତର ସମ୍ଭାବନାକୁ ବଢେଇ ଦେଇଥାଏ । ଏହା ବ୍ଯତୀତ ଉଚ୍ଚ ରକ୍ତଚାପ ଏବଂ ମୋଟାପଣର କାରଣ ମଧ୍ୟ ଭିଟାମିନ-ଡି ର ଅଭାବ ହୋଇପାରେ ।

ଭିଟାମିନ-ଡି ଅଭାବ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପକାଇଥାଏ । ତେଣୁ ବାରମ୍ବାର ରୋଗରେ ପଡିବା ବା ସଂକ୍ରମିତ ହେବା ମଧ୍ୟ ଭିଟାମିନ-ଡି ର ଲକ୍ଷଣ ହୋଇପାରେ । ସେହିପରି ବୋଧଶକ୍ତି ହ୍ରାସ ହେବା ମଧ୍ୟ ଭିଟାମିନ-ଡି ଅଭାବ ଯୋଗୁଁ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।