ଚନ୍ଦ୍ର ଗ୍ରହଣ (16 ମେ 2022), ଏହି 5 ଟି ରାଶି ହେବେ ଧନବାନ, ଜାଣନ୍ତୁ ସୂତକ କାଳ ଓ ହାଣ୍ଡିଛାଡ ସମୟ

ଆସନ୍ତା ମଇ ୧୬ ତାରିଖରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ଭାରତୀୟ ସମୟ ଅନୁସାରେ ଏହି ଚନ୍ଦ୍ରଗ୍ରହଣର ସମୟ ସକାଳ ୭ଟା ୫୮ମିନିଟରୁ ଆରମ୍ଭ ହୋଇ ଦ୍ଵିପ୍ରହର ୧୧ଟା ୨୫ମିନିଟରେ ସମାପ୍ତ । ଚନ୍ଦ୍ରଗ୍ରହଣ ଲାଗିବାର ଠିକ ୯ ଘଣ୍ଟା ପୂର୍ବରୁ ହିଁ ସୂତକ କାଳ ଆରମ୍ଭ ହୋଇଯିବ । କିଛି ରାଶିମାନେ ଏହି ସମୟରେ ସାବଧାନ ରହିବାକୁ ହେବ ଏବଂ ଆଉ କିଛି ଭାଗ୍ୟଶାଳୀ ରାଶିଙ୍କ ପାଇଁ ଏହି ଚନ୍ଦ୍ରଗ୍ରହଣ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି ।

ଚନ୍ଦ୍ରଗ୍ରହଣର ପୁରା ଅବଧି ୩ ଘଣ୍ଟା ୨୭ମିନିଟ ରହିବ । ଏହି ସମୟରେ ବୃଦ୍ଧ, ପିଲା ଓ ରୋଗୀଙ୍କୁ ଛାଡି ଅନ୍ୟ କେହି ଭୋଜନ କରିବା ଉଚିତ ନୁହେଁ । ଏହି ସମୟରେ ଖାଦ୍ଯ ଖାଇବା ବେଳେ ତୁଳସୀ ଜଳ ରଖିବା ଜରୁରୀ ହୋଇଥାଏ । ସୂତକ କାଳ ସମୟରେ ପନିପରିବା, ଫଳ ବା ଅନ୍ୟକିଛି କାଟିବା ବର୍ଜିତ ଅଟେ । ଗ୍ରହଣ କାଳ ସମୟରେ ଖାଇବା କିମ୍ବା ଶୋଇବା ଉଚିତ ନୁହେଁ । ଖାସ କରି ଗର୍ଭବତୀ ମହିଳା ଏହି ନିୟମର ପାଳନ କରିବା ଉଚିତ ।

ମେଷ ରାଶି । ଆପଣଙ୍କ ପାଇଁ ଏହି ଗ୍ରହଣ ଶୁଭ ହେବାକୁ ଯାଉଛି । ଏହା ଆପଣଙ୍କ ଧନକୁ ବୃଦ୍ଧି କରିବ । କୌଣସି ନିବେଶ କରିବାକୁ ଯାଉଥିଲେ ସେଥିରୁ ଦ୍ଵିଗୁଣା ଧନଲାଭ ହେବ । ଏହି ଚନ୍ଦ୍ରଗ୍ରହଣର ପ୍ରଭାବରେ ଆପଣଙ୍କୁ ନୂଆ କାର୍ଯ୍ୟ ମିଳିବ ଓ ସବୁ କାର୍ଯ୍ୟରେ ସଫଳତା ମିଳିବ । ସାମାଜିକ ସ୍ଥିତି ବଢିବ ଓ ଲୋକେ ଆପଣଙ୍କ କଥାରେ ସହମତ ହେବେ ।

କୁମ୍ଭ ରାଶି । ଆପଣଙ୍କ ପାଇଁ ମଧ୍ୟ ଏହି ଚନ୍ଦ୍ରଗ୍ରହଣ ଶୁଭ ରହିବ । କୌଣସି ବିଜନେସ ଆରମ୍ଭ କରିବାକୁ ଚାହୁଁଥିଲେ ସେଥିରେ ନିଶ୍ଚୟ ସଫଳତା ମିଳିବ । ଧନ ଦୌଲତ ପ୍ରାପ୍ତି ହେବ ଓ ଅନେକ ଶୁଭକାର୍ଯ୍ୟ କରିବାକୁ ଇଚ୍ଛା କରିବେ । କାର୍ଯ୍ୟସ୍ଥଳରେ ନୂଆ ଦାୟିତ୍ଵ ମିଳିବ ଓ ଆପଣଙ୍କ ସବୁ ଚେଷ୍ଟା ସଫଳ ହେବ ।

ମିଥୁନ ରାଶି । ଆପଣଙ୍କୁ ବ୍ଯାଙ୍କରୁ ଲୋନ ମିଳିବ ଓ ଆପଣ ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖିବେ । ଅଚାନକ ଧନଲାଭ ହେବ ଓ ଭୂମି ମାମଲା ଆପଣଙ୍କ ପକ୍ଷରେ ଆସିବ । ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ । ଏହି ସମୟରେ ଆପଣଙ୍କର ବିଶେଷ ଧନଲାଭ ଓ ସବୁଆଡେ ଆପଣଙ୍କ ପ୍ରଶଂସା ହେବ । ସମାଜରେ ଅନେକ ପ୍ରକାରର ଲାଭ ଦେଖିବାକୁ ମିଳିବ ।

କନ୍ୟା ରାଶି । କନ୍ୟା ରାଶିଙ୍କ ଜୀବନ ମଧ୍ୟ ସଂପୂର୍ଣ୍ଣ ଭାବେ ବଦଳିଯିବ । ଆପଣଙ୍କ ଆର୍ଥିକ ସ୍ଥିତିରେ ଅନେକ ସୁଧାର ଆସିବ ଓ ପ୍ରତ୍ଯେକ କାର୍ଯ୍ୟରେ ସଫଳତା ମିଳିବ । କାର୍ଯ୍ୟସ୍ଥଳରେ ଚାଲୁଥିବା ବାଧା ଟଳିଯିବ ଓ ଆପଣ ନିଜ ସ୍ୱାସ୍ଥ୍ୟକୁ ନେଇ ସଜାଗ ରହିବେ । ସମୁଦାୟ ଭାବେ ଦେଖିବାକୁ ଗଲେ ହି ଚନ୍ଦ୍ରଗ୍ରହଣ ଆପଣଙ୍କ ପାଇଁ ବେଶ ଲାଭଦାୟକ ରହିବ ।

ସିଂହ ରାଶି । ଏହି ଚନ୍ଦ୍ରଗ୍ରହଣ ସମୟରେ ଆପଣଙ୍କ ଖାସ ଲୋକଙ୍କ ସହ ଭୁଲ ବୁଝାମଣା ହୋଇପାରେ । ଅଚାନକ କାହା ଉପରେ ବିଶ୍ବାସ କରି କୌଣସି ନିବେଶ କରନ୍ତୁ ନାହିଁ । ସେଥିପାଇଁ ଭାବିଚିନ୍ତି କାମ କରନ୍ତୁ ଓ ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କୁ ଅନେକ ପ୍ରକାରର ଆର୍ଥିକ ଲାଭ ମିଳିବାର ଯୋଗ ବନୁଅଛି ।

ମୀନ ରାଶି । ଆପଣଙ୍କ ପାଇଁ ଏହି ଗ୍ରହଣ ଅତ୍ୟନ୍ତ ଶୁଭ ରହିବ । ଆପଣଙ୍କ ବୈବାହିକ ଜୀବନ ଆନନ୍ଦମୟ ହେବ ଓ ପରାକ୍ରମରେ ବୃଦ୍ଧି ହେବ । ବରିଷ୍ଠ ଅଧିକାରୀଙ୍କ ସହ ସମ୍ବନ୍ଧ ଭଲ ହେବ ଓ ଏହା ଆପଣଙ୍କ ପାଇଁ ଲାଭଦାୟକ ହେବ । ପୂଜାପାଠରେ ମନ ଦେବେ ଓ ଧନ, ଦୌଲତ, ଐଶ୍ଵର୍ଯ୍ୟରେ ବୃଦ୍ଧି ହେବ ।

ମକର ରାଶି । ଆପଣଙ୍କ ପାଇଁ ମଧ୍ୟ ଏହି ଚନ୍ଦ୍ରଗ୍ରହଣ ବେଶ ଭଲ ରହିବ ଓ ଧନ ଦୌଲତରେ ବୃଦ୍ଧି ହେବ । ଆପଣ ନୂଆ ନୂଆ ମିତ୍ର ଲାଭ କରିବେ ଓ ଆପଣଙ୍କ ଲୋକପ୍ରିୟତା ବଢିବ । ଆପଣଙ୍କ ପାରିବାରିକ ଓ ବୈବାହିକ ଜୀବନ ମଧ୍ୟ ମଜବୁତ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।