Health Tips- 3 ଦିନ ଖାଆନ୍ତୁ, 90 ବର୍ଷ ପର୍ଯ୍ୟନ୍ତ କ୍ୟାଲସିୟମ ର ଅଭାବ ହେବ ନାହିଁ, ଆଣ୍ଠୁ ଗଣ୍ଠି ସମସ୍ୟା ରହିବ ନାହିଁ !

ମାତ୍ର ୩ ଦିନ ପରୀକ୍ଷା ସ୍ୱରୂପ ଖାଇ ଦେଖନ୍ତୁ ଏହି ଜିନିଷ ଯାହା କି ଶକ୍ତି ସ୍ୱରୂପ ଆପଣଙ୍କ ଶରୀରକୁ ଯୋଗାଇବ କ୍ୟାଲସିୟମ ଯାହାଦ୍ଵାରା ଆପଣଙ୍କ ହାତବିନ୍ଧା, ଗୋଡ ବିନ୍ଧା, ଅଣ୍ଟା ବିନ୍ଧା ଓ ଦୁର୍ବଳତା ଲାଗିବ ନାହିଁ ଯାହା ଫଳରେ ଆପଣ ୯୦ ବର୍ଷ ପର୍ଯ୍ୟନ୍ତ ସୁସ୍ଥ ବଞ୍ଚିବେ । ଏହି ସବୁ ସମସ୍ୟା ସେତେବେଳେ ହୋଇଥାଏ ଯେତେବେଳେ କ୍ୟାଲସିୟମ ର ଅଭାବ ହୋଇଥାଏ ।

ଏହି କ୍ୟାଲସିୟମ ର ଅଭାବ ନହେବା ପାଇଁ ବା ଆଣ୍ଠୁ ଗଣ୍ଠି ବିନ୍ଧା ହେବାପାଇଁ ଏହି ଉପାୟ ଆପଣଙ୍କୁ ଆପଣେଇବାକୁ ପଡ଼ିପାରେ । ଏହି ଉପାୟକୁ କେବଳ କ୍ୟାଲସିୟମ ଅଭାବ ପାଇଁ ନୁହେଁ ଯାହାର କେଶ ଜନିତ ସମସ୍ୟା ବି ରହୁଚି ସେମାନେ ମଧ୍ୟ ବ୍ୟବହାର କରିପାରିବେ । ଯାହାର କେଶ ପ୍ରବଳ ମାତ୍ରାରେ ଝଡୁଥିବ ବା ସମୟ ପୂର୍ବରୁ ଯଦି ଧଳା ପଡ଼ିଯାଇଥିବ ତେବେ ଏହି ଉପାୟ ଆପଣେଇ ପାରିବେ ।

ତେବେ ଆସନ୍ତୁ ଜାଣିବା ଏହାକୁ ପ୍ରସ୍ତୁତ କରିବା ପ୍ରଣାଳୀ । ଏହାକୁ ପ୍ରସ୍ତୁତି ନିମନ୍ତେ ଆମେ ପ୍ରଥମେ ଗ୍ୟାସରେ ଏକ ପାତ୍ର ବସାଇ ସେଥିରେ ୧ ଚାମଚ ଗୁଆ ଘିଅ ପକାଇ ଗରମ ହେବାକୁ ଦିଅନ୍ତୁ ସେଥିରେ ୧ ଚାମଚ ପୋସ୍ତକ ପକାଇ ତାକୁ ଅଳ୍ପ ସମୟ ଲାଗି ଭାଜି ଦିଅନ୍ତୁ । ଏହାକୁ ଅଳ୍ପ ଭାଜିଲା ପରେ ସେଥିରେ ୧ ଗ୍ଲାସ୍ କ୍ଷୀର ମିଶାନ୍ତୁ ଅବା ଆପଣ ଯେତିକି କ୍ଷୀର ପିଅନ୍ତି ସେତିକି କ୍ଷୀର ମିଶାନ୍ତୁ ।

ଯେମିତି କ୍ଷୀର ଗରମ ହୋଇଯିବ ସେତେବେଳେ ୧ ମୁଠା ପଦ୍ମମଞ୍ଜି ପକାଇ ଦିଅନ୍ତୁ । ପଦ୍ମମଞ୍ଜି ଏକ ଏପରି ଔଷଧୀୟ ଉପକରଣ ଯାହାକୁ ଖାଇବା ଦ୍ଵାରା ଆଣ୍ଠୁ ଗଣ୍ଠି ଜନିତ ରୋଗ ଓ କାମର ଜନିତ ରୋଗ ଦୂର ହୋଇପାରିବ । ଏବଂ ପୋସ୍ତ ମଧ୍ୟ ହାଡ଼ ଜନିତ ସମସ୍ୟାକୁ ଦୂର କରିଥାଏ । ଏହାକୁ ସେବନ ଦ୍ଵାରା ଶରୀରର ଦୁର୍ବଳତା ଦୂର ହୋଇଯାଏ, ବ୍ଲଡ଼ ପ୍ରେସର୍ ଦୂର ହୁଏ, ଡାଇବେଟିସ କଣ୍ଟ୍ରୋଲ ହୋଇଯାଏ ।

ଏହାର ସେବନ ଦ୍ଵାରା ଶରୀରର ଅନେକ ରୋଗର ଉପହମ୍ ମିଳେ । ଏବେ ସେହି ମିଶ୍ରଣରେ ଆପଣଙ୍କ ସ୍ଵାଦ ଅନୁସାରେ ମିଶ୍ରି ମିଶାନ୍ତୁ । ଯଦି ଆପଣ ପୂର୍ବରୁ ଡାଇବେଟିସ ଜନିତ ସମସ୍ୟା ଅଛି ତେବେ ଆପଣ ମିଶ୍ରି ମିଶାନ୍ତୁ ନାହିଁ । କାରଣ ମିଠା ଆପଣଙ୍କୁ କ୍ଷତି ପହଞ୍ଚାଇପାରେ । ଏଥି ପାଇଁ ଆପଣ କେବଳ ପଦ୍ମମଞ୍ଜୀ ଓ ପୋସ୍ତ ମିଶାଇ ସେବନ କରନ୍ତୁ ।

ମିଶ୍ରି ପକାଇ ସାରିଲା ପରେ ଏବେ ଆପଣ ଏହାକୁ କମ୍ ଆଞ୍ଚ ରେ ୧୦ ମିନିଟ୍ ଫୁଟାଇବାକୁ ଦିଅନ୍ତୁ । ଭଲରେ ଫୁଟିଗଲାପରେ ଆପଣ ଏହାକୁ ଏକ ଗ୍ଲାସକୁ ନେଇନିଅନ୍ତୁ । ଏବେ ଆସନ୍ତୁ ଜାଣିବା ଏହାକୁ କିପରି ସେବନ୍ କରିବେ । ଏହାକୁ ଆପଣ ୨ ଟି ଉପାୟରେ ସେବନ୍ କରିପାରିବେ ପ୍ରଥମଟି ହେଉଛି ସକାଳୁ ଖାଲି ପେଟରେ । ଦ୍ୱିତୀୟଟି ହେଉଛି ରାତିରେ ଶୋଇବା ୧ ଘଣ୍ଟା ପୂର୍ବରୁ ପିଆନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।