Health Tips- ଶରୀରରେ ହେଉଥିବା Liver ପ୍ରୋବ୍ଲେମ, ପରିଶ୍ରା ହଳଦିଆ ହେବା ଗୋଟେ ଦିନରେ ଠିକ ହେଇଯିବ, ଜାଣନ୍ତୁ କେମିତି ସଫା କରିବେ

ନମସ୍କାର ବନ୍ଧୁଗଣ । କଣ ଆପଣ ମାନେ ଜାଣିଛନ୍ତି ଯେ ଆମ ଶରୀରରେ କେଉଁ କାରଣରୁ ଲିଭର ଅଧିକ ଗରମ ରହିଥାଏ । ଏହର ପ୍ରତିକାର କଣ ରହିଛି । ଆଜି ଆମେ ଆପଣ ମାନଙ୍କୁ ଏହାର କାରଣ ଓ ନିବାରଣ ବିଷୟରେ କିଛି ଜରୁରୀ ତଥ୍ୟ ଦେବାକୁ ଯାଉଛୁ । ଆଜିକାଲି ଦୁନିଆରେ ଲୋକଙ୍କର ଜୀବନ ଶୈଳୀ ପରିବର୍ତ୍ତନ ହେବାରେ ଲାଗିଛି । ଲୋକ ମାନେ ଅସନ୍ତୁଳିତ ଖାଦ୍ୟ, ଅଧିକ ନିସାର ସେବନ କରିବା ଦ୍ଵାରା ଲିଭର ଗରମ ହୋଇଥାଏ ।

ଏହା ଛଡା ଅଧିକ ତେଲ ଜାତୀୟ ଖାଦ୍ଯ ବା ମ-ଦ୍ୟ-ପା-ନ କରିବା ଦ୍ଵାରା ମ-ଦ୍ୟ ଏହି ସମସ୍ଯା ହୋଇଥାଏ । ଯଦି କୌଣସି ବ୍ୟକ୍ତି ଅଧିକ ଦିନ ଧରି ଆଣ୍ଟି ବାୟୋଟିକ ମେଡ଼ିସିନର ସେବନ କରୁଥାନ୍ତି ତେବେ ସେମାନଙ୍କ କ୍ଷେତ୍ରରେ ଏହି ସମସ୍ଯା ହୋଇଥାଏ । ଲିଭର ଆମ ଶରୀରରେ ପାଚନକ୍ରିୟା କରିବା, ଶରୀରରେ ଥିବା ବିଷାକ୍ତ ତତ୍ତ୍ଵକୁ ବାହାର କରିବାରେ ସାହଜ୍ୟ କରିଥାଏ ।

ଲିଭର ଆମ ଶରୀରକୁ ସୂଚାରୁରୂପେ ରଖିବା ସହ ଆମ ଶରୀରର ଇମ୍ୟୁନିଟି ପାୱାର ମଧ୍ୟ ବୃଦ୍ଧି କରିଥାଏ । ଲିଭର ସମସ୍ଯା ହୋଇଥିଲେ କିଛି ଲକ୍ଷଣ ଦେଖାଯାଏ ଯେମିତି ପାଟି ଦୁର୍ଗନ୍ଧ ହେବା, ପେଟରେ ସୁଜନ ଆସିବା, ପାଚନ ତନ୍ତ୍ର ଖରାପ ହେବା, ମୁହଁ ଓ ଆଖି ହଳଦିଆ ହୋଇଯିବା, ଗୋଡ ଫୁଲିଯିବା, ଶରୀର ଦୁର୍ବଳ ଲାଗିବା, ଆଖି ତଳ କଳା ହୋଇଯିବା ଇତ୍ୟାଦି ।

ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବିଶେଷ ଧ୍ୟାନ ଦେବାକୁ ପଡିଥାଏ । ଯେପରି ଯଦି କୌଣସି ବ୍ୟକ୍ତି ମ-ଦ୍ୟ-ପା-ନ ବା ସି-ଗା-ରେ-ଟ ସେବନ କରୁଥାଏ ତେବେ ଏହା ବନ୍ଦ କରିବା ଉଚିତ । ଯେତେ ସମ୍ଭବ ସନ୍ତୁଳିତ ଖାଦ୍ଯର ସେବନ କରିବା ଉଚିତ । ତେଲ ଜାତୀୟ ଖାଦ୍ଯର ସେବନ କରିବା ଉଚିତ ନୁହେ ।

ଏହା ସହ ନିୟମିତ ରୂପେ ପାଣି ପିଇବା ଆବଶ୍ୟକ ଅଟେ । ଏହା ବ୍ଯତୀତ ଫଳ ରସ ବା ଲସି ଆଦି ଥଣ୍ଡା ଜାତୀୟ ଖାଦ୍ଯର ସେବନ କରିବବା ଉଚିତ । ନିଜ ଡାଏତରେ ଅଧିକାଂଶ ସବୁଜ ପନିପରିବା ସାମିଲ କରିବା ଉଚିତ ଯାହା ଫଳରେ ଶରୀରକୁ ନାଧିକ ପୋଷାକ ତତ୍ତ୍ଵ ମିଳିବ । ନିଜ ଡାଏତରେ ଅଧିକ ବିଲାତି, କୋବି, ଗାଜର, ପାଳଙ୍ଗ ଶାଗ ସାମିଲ କରିବା ଉଚିତ । ଏହା ଛଡା ନିୟମିତ ବ୍ୟାୟାମ ବା ଯୋଗ କରିବା ଉଚିତ । ଯଦି ଅଧିକ ଜରୁରୀ ହୁଏ ତେବେ ଔଷଧର ସେବନ କରିବା ଉଚିତ ।

ଲିଭର ସମସ୍ଯା ଦୂର କରିବା ପାଇଁ ଗାଜର ଜୁସ ରାମବାଣ ଭଳି କାମ କରିଥାଏ ଯାହାର ସେବନ ଦ୍ଵାରା ଏହି ସମସ୍ଯା କମ ହୋଇଥାଏ । ଏହା ଛଡା ପ୍ରତି ଦିନ କ୍ଷୀରରେ ହଳଦୀ ମିଶାଇ ସେବନ କରିଲେ ଅଧିକ ଫାଇଦା ମିଳିଥାଏ । ମୂଲେଠିକୁ ଭଲ ଭାବେ ଗୁଣ୍ଡ କରି ଏହାକୁ ପାଣିରେ ଗରମ କରି ଏହାର ରସକୁ ସେବନ କରିଲେ ଲିଭର ସମସ୍ଯା ଦୂର ହୋଇଟାହେ । ଏହା ସହ ଲେମ୍ବୁ ରସ ଓ ସେଓ ଜୁସର ସେବନ କରିଲେ ଲିଭର ସମସ୍ଯା ଦୂର ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।