“ହେ ମଣିଷ ମୋ ଛୁଆକୁ ବଞ୍ଚାଅ…” ଛୁଆକୁ ଉଦ୍ଧାର କରିବା ପାଇଁ ମା’ ହାତୀ କିଛି ଏମିତି କଲା ଏବେ ଭାଇରାଲ ହେଉଛି video

ଛୁଆକୁ ଅସୁବିଧାରେ ପାଗଳପ୍ରାୟ ହୋଇଯାଏ ମାଆ । ମଣିଷ ହେଉ କି ପଶୁ ନିଜ ଛୁଆକୁ ବିପଦ ମୁହଁରୁ ଫେରାଇ ଆଣିବା ପାଇଁ ଜଣେ ମାଆ କିଛି ବି କରିପାରେ । ଛୁଆକୁ ନିଜ କୋଳକୁ ଫେରାଇ ଆଣିବାକୁ ଯମ ସହ ବି ଲଢେଇ କରିପାରେ ମାଆ । ଏହିଭଳି ଏକ ହୃଦୟସ୍ପର୍ଶୀ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଭିଡିଓରେ ଦେଖିବାକୁ ମିଳୁଛି ଗୋଟିଏ ହାତୀ ଛୁଆଟି ପାଣି ଭର୍ତ୍ତି ଗାତରେ ପଡିଯାଇଛି ।

ଆଉ ତାକୁ ବଞ୍ଚାଇବା ପାଇଁ ମାଆ ହାତୀ ବିଭିନ୍ନ କୌଶଳ ଅବଲମ୍ବନ କରି ମଧ୍ୟ ସଫଳ ହୋଇ ପାରୁନି । ସେହରେ ମାଆଟି ଜଙ୍ଗଲ ଛାଡି ରାସ୍ତାକୁ ପଳେଇ ଆସିଛି ଆଉ ସେହି ରାସ୍ତା ଦେଇ ଯାଉଥିବା ଲୋକଙ୍କ ଗାଡିକୁ ଆକ୍ରମଣ କରିବା ପାଇଁ ଉଦ୍ୟମ କରୁଛି । ପରେ ପୁଣି ଦୌଡି ଜଙ୍ଗଲ ଭିତରକୁ ପଳାଉଛି । ଏସବୁ ଖବର ପାଇ ବନ କର୍ମଚାରୀ ହାତୀକୁ ଘଉଡାଇବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ । ହାତୀଟି ସେହି ଜାଗା ଛାଡି ଯିବାକୁ ଆଦୌ ରାଜି ନଥିଲା ।

କାହିଁକି ନ ସେ ବନ କର୍ମଚାରୀଙ୍କୁ କିଛି ଦେଖାଇବାକୁ ଚାହୁଁଥିଲା । ବନ କର୍ମଚାରୀ ମାନେ ହାତୀ ପଛେ ପଛେ ଯାଇ ଏକ ପାଣି ଭର୍ତ୍ତି ଖାଲରେ ହାତୀ ଛୁଆଟି ପଡିଯାଇଥିବା ଦେଖିବାକୁ ପାଇଥିଲେ । ଚୂଆ ହାତୀଟି ଉଠିବାକୁ ଶତ ଚେଷ୍ଟା କରୁଥିଲେ ମଧ୍ୟ ସଫଳ ହୋଇପାରୁ ନଥିଲା ।

ଏହା ଦେଖି ମାଆ ହାତୀର ହୃଦୟ କାନ୍ଦୁଥିବା ବେଳେ ସେ କିଛି କରିପାରୁ ନଥିଲା । ତେଣୁ ସେ ସେହି ଜାଗା ଛାଡି କୁଆଡେ ଯାଉ ନଥିଲା । ସ୍ଥାନୀୟ ଲୋକେ ଓ ବନ କର୍ମଚାରୀ ମାଟି ହାଣି ହାତୀ ଛୁଆକୁ ବାହାର କରିବା ପାଇଁ ଏକ ବାଟ ପ୍ରସ୍ତୁତ କରିଥିଲେ । ଆଉ ତା’ପରେ ହାତୀ ଛୁଆ ଉପରକୁ ଆସି ନିଜ ମାଆ ପାଖକୁ ଫେରି ଯାଇଥିଲା । ଛୁଆକୁ ପାଇ ମାଆର ଖୁସି ବି ବନ୍ଧବାଡ ମାନୁ ନଥିଲା ।

ଶେଷରେ ଛୁଆକୁ ଧରି ମାଆ ହାତୀ ଜଙ୍ଗଲ ଭିତରକୁ ପଳାଇଥିଲା । ଭାଇରାଲ ହେଉଥିବା ଏହି ଭିଡିଓଟି ଲୋକଙ୍କ ହୃଦୟକୁ ଛୁଉଁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।