ସ୍ମାର୍ଟ କ୍ଳାସରେ କଲେ ପିଲାମାନେ ଡ୍ୟାନ୍ସ, କିନ୍ତୁ ସସପେଣ୍ଡ ହେଲେ ପ୍ରଧାନ ଶିକ୍ଷୟତ୍ରୀ… ଜାଣନ୍ତୁ ପୁରା ଘଟଣା

ପୁଷ୍ପା ଫିଲ୍ମର ଗୀତ ବାଜୁଛି ଆଉ ପିଲାମାନେ ଏହି ଗୀତରେ ନାଚୁଛନ୍ତି । ଗଞ୍ଜାମ ଶେରଗଡରେ ବିଦ୍ୟାଳୟର ସ୍ମାର୍ଟ କ୍ଳାସରେ ପିଲାମାନେ ନାଚୁଥିବା ସମୟର ଏହି ଭିଡିଓଟି ଏପ୍ରିଲ ୨୫ ତାରିଖର ଅଟେ । ୧୦ ଶ୍ରେଣୀ ପିଲାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପାଇଁ ଡକା ଯାଇଥିବା ବେଳେ ଚାରିରୁ ପାଞ୍ଚ ଜଣ ଶ୍ରେଣୀ ଗୃହ ମଧ୍ୟରେ ନାଚୁଥିବାର ଦୃଶ୍ୟ ଭାଇରାଲ ହୋଇଥିଲା । ପିଲାମାନେ ନାଚିଲେ ସତ କିନ୍ତୁ ଦଣ୍ଡ ପାଇଲେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ । ବରମୁଣ୍ଡଳି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଏଥିପାଇଁ ସସପେଣ୍ଡ ହେଲେ ।

ଏହା ହିଁ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ପିଲାଙ୍କ ନାଚ ପାଇଁ ସମ୍ପୃକ୍ତ ବରମୁଣ୍ଡଳି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ପାଢୀଙ୍କୁ ନିଲମ୍ବିତ କରାଯାଇଛି । ପ୍ରଶ୍ନ ଉଠୁଛି ପିଲା ଯଦି ଖୁସିରେ ଟିକିଏ ନାଚିଲେ ତେବେ ଏଥିରେ ଅସୁବିଧା କେଉଁଠି ରହିଲା । ପିଲା ଖୁସି ହେବା କଣ ଏକ ଅପରାଧ ? ନା ସ୍କୁଲ ଏକ ବନ୍ଦୀଶାଳା ? ସ୍କୁଲରେ କଣ ପିଲା କଣ ଖାଲି ଚୁପଚାପ ବସିବେ ଆଉ ଖୁସି ମନେଇ ପାରିବେ ନାହିଁ ? କିନ୍ତୁ ଆମର ବ୍ୟବସ୍ଥା ଓ ବାବୁମାନେ କଣ ଚିନ୍ତା କରି ଏଭଳି ନିଷ୍ପତ୍ତି ନେଲେ ର୍ତାହ ବୁଝିବା ମୁସ୍କିଲ ହେଉଛି ।

ଏହି ଛାତ୍ରମାନେ କ୍ଳାସ ଭିତରୁ ବନ୍ଦ କରି ସୁଲର ଶେଷ ଦିନରେ ଟିକେ ଡ୍ୟାନ୍ସ କରୁଥିଲେ । ବର୍ତ୍ତମାନ ସମୟରେ ପିଲାଙ୍କୁ ସହଜ ଓ ସରଳ ଉପାୟରେ ପାଠପଢା ଉପରେ ଅଧିକ ଗୁରୁତ୍ଵ ଦିଆଯାଉଛି । ଦିଲ୍ଲୀ ଭଳି ଜାଗାରେ ହାପି କରିକୁଲମ ମଧ୍ୟ ଲାଗୁ ହେଲାଣି । ପିଲାମାନେ କିଭଳି ସହଜରେ ହସଖୁସିର ମାହୋଲ ଭିତରେ ପାଠ ପଢିବେ ସେଥିପାଇଁ ପ୍ରୟାସ ହେଉଛି ।

ହେଲେ ଆମ ରାଜ୍ୟରେ ପିଲା ନାଚିଲେ ବୋଲି ଜଣେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ସସପେଣ୍ଡ ହେବାକୁ ପଡୁଛି । ପିଲାମାନେ କହିଛନ୍ତି କି ତାଙ୍କୁ ନାଚଗୀତ ପାଇଁ କେହି କହି ନଥିଲେ କିନ୍ତୁ ବାହାରେ ମିଟିଂ ଚାଲୁଥିବା ବେଳେ ସେମାନେ କବାଟ ଭିତରୁ ବନ୍ଦ କରି ଟିକେ ଖୁସିରେ ନାଚଗୀତ କରୁଥିଲେ ।

ଏନେଇ ତ୍ରିନାଥ ମହାରଣା ଯିଏକି ଅବସରପ୍ରାପ୍ତ ଶିକ୍ଷକ ମତ ଦେଇଛନ୍ତି । ପିଲାଙ୍କ ନାଚଗୀତ ପାଇଁ ପ୍ରଧାନ ଶିକ୍ଷୟତ୍ରୀଙ୍କୁ କାହିଁକି ନିଲମ୍ବନ କରାଗଲା ଏନେଇ ଏକ ତଦନ୍ତ କରାଯାଉ ବୋଲି ସେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।