ଆଜି ଡିପ୍ରେସନରେ ପରିଣତ ହୋଇ ଆସନ୍ତା କାଲିକୁ ବାତ୍ୟା ରୂପ ନେବ ଲଘୁଚାପ, ଦେଖନ୍ତୁ ବାତ୍ୟାର ତିବ୍ରତା ଓ ଗତିପଥ ନେଇ କଣ କହିଲେ IMD DG Mrutyunjay Mahapatra

ଅଶାନ୍ତ ହେବାରେ ଲାଗିଛି ବଙ୍ଗୋପସାଗର । ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ନିକଟବର୍ତ୍ତୀ ଅଞ୍ଚଳ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇସାରିଛି । ଆଜି ଏହି ଲଘୁଚାପ କ୍ଷେତ୍ର ଡିପ୍ରେସନ ବା ଡିପ୍ ଡିପ୍ରେସନରେ ପରିଣତ ହେବ । ଗତକାଲି ଠାରୁ ଦାନା ବାନ୍ଧିବ ବାତ୍ୟା ଅସାନି । ଯାହାକୁ ନେଇ ଆସନ୍ତା ମେ’ ୧୦ ତାରିଖ ସୁଦ୍ଧା ବାତ୍ୟା ହେବା ନେଇ ଆକଳନ କରାଯାଉଛି । ଏହି ସମ୍ଭାବ୍ୟ ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।

୧୦ ତାରିଖରୁ ଉପକୂଳ ଅଞ୍ଚଳରେ ସାମାନ୍ୟାରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହେବ । ଏହାର ପ୍ରଭାବରେ ପବନର ବେଗ ଘଣ୍ଟାପ୍ରତି ୯୦କିମି ରହିବ । ସ୍ଥଳ ବିଶେଷରେ ଏହା ବୃଦ୍ଧି ପାଇ ୧୧୦କିମି ପ୍ରତି ଘଣ୍ଟା ଛୁଇଁପାରେ । ଆକ୍ୟୁ ୱେଦର ପାଣିପାଗ ବିଜ୍ଞାନୀ ଜେସନ ନିକୋଲ୍ସ କହିଛନ୍ତି ଆନ୍ଧ୍ର, ଓଡିଶା ଓ ପଶ୍ଚିମବଙ୍ଗରେ ଏହି ବାତ୍ୟାର ପ୍ରଭାବ ରହିବ ଓ ଲ୍ୟାଣ୍ଡଫଲ୍ ମଧ୍ୟ ଆନ୍ଧ୍ରରୁ ପଶ୍ଚିମବଙ୍ଗ ମଧ୍ୟରେ ହୋଇପାରେ ।

ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସନ୍ଧ୍ୟା ସୁଦ୍ଧା ଡିପ୍ରେସନ ବା ଅବପାତରେ ପରିଣତ ହେବ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଏକ ସାଇକ୍ଳୋନ ବା ଘୂର୍ଣ୍ଣି ବାତ୍ୟାରେ ପରିଣତ ହେବ । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଏହା ଉତ୍ତର-ପଶ୍ଚିମ ଦିଗରେ ହିଁ ଗତି ଜାରି ରଖିବ । ମେ’ ୧୦ ତାରିଖ ସକାଳେ ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ନିକଟସ୍ଥ ପଶ୍ଚିମ ବଙ୍ଗୋପସାଗରରେ ଯାଇ କେନ୍ଦ୍ରୀଭୂତ ହେବ ।

ଏହାର ପ୍ରଭାବରେ ବଙ୍ଗୋପସାଗର ଧୀରେ ଧୀରେ ଅଶାନ୍ତ ହେବାକୁ ଲାଗିବ ଓ ପବନର ଗତି ମଧ୍ୟ ବଢିବ । ତେଣୁ ୮ ତାରିଖ ସୁଦ୍ଧା ମତ୍ସଜୀବୀ ମାନେ ସମୁଦ୍ର ଭିତରୁ ପଳେଇ ଆସିବା ପାଇଁ ସତର୍କ ସୂଚନା ଦିଆଯାଇଛି । ଏହାସହ ଆଣ୍ଡାମାନ ସାଗର ମଧ୍ୟ ଅସ୍ଥିର ରହିଥିବାରୁ ସେଠାରେ ମଧ୍ୟ ମତ୍ସ୍ୟଜୀବୀ ମାନଙ୍କୁ ଯିବାକୁ ବାରଣ କରାଯାଇଛି । ୧୦ ତାରିଖରୁ ଦକ୍ଷିଣ ଓଡିଶା ର ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ସାମାନ୍ଯରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହେବାର ସମ୍ଭାବନା ଅଛି ।

କେଉଁ କେଉଁ ସ୍ଥାନରେ ଅତ୍ୟଧିକ ବର୍ଷା ମଧ୍ୟ ହୋଇପାରେ । କିନ୍ତୁ ବାତ୍ୟାର ଗତିପଥ ଏବଂ ତୀବ୍ରତା ବିଷୟରେ ଆଗକୁ ଆହୁରି ସ୍ପଷ୍ଟ ବିବରଣୀ ଦେବେ ବୋଲି କହିଛନ୍ତି ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।