ଆସୁଥିବା କିଛି ବଡ ବିପଦର ସଂକେତ ନୁହେଁ ତ ? ହଠାତ ଭୟଙ୍କର ରୂପ ନେଲା ଆକାଶ, ଦେଖାଗଲା ଭୂତର ଛାୟା, ଆଉ ତାପରେ.. ଦେଖନ୍ତୁ video

ହଠାତ ବଦଳି ଯାଇଥିଲା ଆକାଶର ରଙ୍ଗ । ଆକାଶ ଅନେକ ଥର ଲାଲ ଏବଂ ଗୋଲାପି ରଙ୍ଗ ଧାରଣ କରିଥିବାର ଦେଖିବାକୁ ମିଳିଛି । ହେଲେ ଆମେରିକାର ସାଉଥ ଡେକାଟ ସିଓକ୍ସଫଲ୍ ର ଆକାଶ ଏମିତି ରଙ୍ଗରେ ରଙ୍ଗୀନ ହେଲା ଯେ ଲୋକେ ଦେଖି ଭୟରେ ଘର ଭିତରକୁ ଦୌଡି ପଳାଇଲେ । ହଠାତ ଆକାଶର ରଙ୍ଗ ଗାଢ ସବୁଜ ରଙ୍ଗ ଧାରଣ କରିଲା । ସିନେମାରେ ଯେମିତି ଆକାଶରେ ଭୂତର ଛାୟା ମାଡି ଯାଏ ଠିକ ସେମିତି କେହି ଜଣେ ଆକାଶକୁ ଘୋଡାଇ ଦେବା ଭଳି ଲାଗିଲା ।

ଆକାଶର ଏମିତି ରଙ୍ଗ ଦେଖି ଲୋକେ ସିନା ଡରିଗଲେ ହେଲେ ସୋସିଆଲ ମିଡିଆରେ ଏହି ଦୃଶ୍ୟର ଫଟୋ ମଧ୍ୟ ଖୁବ ଜୋରରେ ଭାଇରାଲ ହେଲା । ଏଭଳି ଘଟଣା ନିହାତି ଭାବେ ଅଦ୍ଭୁତ ଓ ଲୋକଙ୍କୁ ଭୟଭୀତ କରିଦେବ ଭଳି । ହେଲେ ଏହା ପଛରେ ଥିବା ବିଜ୍ଞାନକୁ ଆମକୁ ବୁଝିବାକୁ ପଡିବ । ଆକାଶର ଏଭଳି ସବୁଜ ରଙ୍ଗ ବରଫରୁ ନିର୍ଗତ ହେଉଥିବା ସବୁଜ ରଙ୍ଗ କାରଣରୁ ହୋଇଥିଲା ।

ଏନେଇ ଆମେରିକାର NWS ବା ଜାତୀୟ ଜଳବାୟୁ ସେବାର ବୈଜ୍ଞାନିକ କୋରି ମାର୍ଟିନ ପ୍ରକୃତିର ଏଭଳି ଦୁର୍ଲଭ ବୈଜ୍ଞାନିକ ପ୍ରକ୍ରିୟା ବିଷୟରେ ଲୋକଙ୍କୁ ବୁଝାଇ ଦେଇଥିଲେ । ଏଥିପାଇଁ ସେ ଇନଫୋ ଗ୍ରାଫିକର ସହାୟତା ନେଇଥିଲେ । ସେ କହିଥିଲେ କି, ଝଡ ସମୟରେ ପ୍ରଚୁର ପାଣି ଓ ଗଭୀରତା ଥିବା ଜଳକଣା ସହ ବରଫରୁ ଏକ ପ୍ରକାର ନୀଳ ଆଲୋକ ବାହାରିଥାଏ ।

ଏହି ନୀଳ ଆଲୋକ ଆକାଶରେ ଛାଇ ଯାଇଥିବା ଲାଲ ଆଲୋକ ସହ ମିଶିବା ପରେ ଏଭଳି ସବୁଜ ରଙ୍ଗ ହୋଇଯାଏ । ବାଦଲ ଭିତରେ ଅଧିକ ମାତ୍ରାରେ ବରଫ ଓ ପାଣି ଥିଲେ ଏଭଳି ରଙ୍ଗ ଦେଖିବାକୁ ମିଳିଥାଏ । ମାର୍ଟିନଙ୍କ କହିବ ଅନୁଯାୟୀ, ଯଦି ଆକାଶର ରଙ୍ଗ ଏଭଳି ହୋଇଯାଏ ତେବେ ଅଧିକ ମାତ୍ରାରେ ବରଫର ମାତ୍ରା ଥିବା ସମ୍ଭାବନା ରହିଛି । ଦୁଇ ମାସ ପୂର୍ବରୁ ଚୀନର ଝୋସନ ସହରରେ ଆକଷ ସଂପୂର୍ଣ୍ଣ ଲାଲ ହୋଇ ଯାଇଥିଲା ।

ଲୋକେ ଏହା ଦେଖି ଭୟଭୀତ ହେବାରୁ ଏହା ପଛରେ ଥିବା ବୈଜ୍ଞାନିକ କାରଣ ମଧ୍ୟ ବୈଜ୍ଞାନିକ ମାନେ ବୁଝାଇ ଦେଇଥିଲେ । ତେବେ ଆକାଶ ଭିନ୍ନ ରଙ୍ଗ ଧାରଣ କଲେ ଏହା ପଛରେ କିଛି ନା କିଛି ବୈଜ୍ଞାନିକ କାରଣ ରହିଥାଏ । ତେଣୁ ଏହାକୁ ନେଇ ବିଶେଷ ଭୟଭୀତ ହେବା ଆବଶ୍ୟକ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।