ରାସନ୍ କାର୍ଡଧାରୀଙ୍କ ପାଇଁ ବଡ ଖବର, ବାତିଲ ହେବ 70 ଲକ୍ଷରୁ ଅଧିକ ରାସନ୍ କାର୍ଡ, ଆପଣଙ୍କ କାର୍ଡ କଟିବ କି ନାହିଁ କେମିତି ଜାଣିବେ ? ଦେଖନ୍ତୁ…

ରାସନ୍ କାର୍ଡ ହିତାଧିକାରୀ ମାନଙ୍କ ପାଇଁ ଆସିଛି ବଡ ଖବର । ପ୍ରାୟ ୭୦ ଲକ୍ଷ ହିତାଧିକାରୀଙ୍କ ରାସନ୍ କାର୍ଡ ବାତିଲ ହେବ । ତେବେ ଆପଣଙ୍କ କାର୍ଡ କଟିବ କି ନାହିଁ ଜାଣି ରଖନ୍ତୁ । ରାସନ୍ କାର୍ଡଧାରୀଙ୍କ ୭୦ ଲକ୍ଷ କାର୍ଡ ରବ୍ଦ ହେବାର ସମ୍ଭାବନା ରହିଛି । ଜାତୀୟ ଖାଦ୍ଯ ସୁରକ୍ଷା ଆଇନ ଅଧୀନରେ ମୋଦି ସରକାର ପ୍ରାୟ ୭୦ ଲକ୍ଷ କାର୍ଡ ଧାରୀଙ୍କୁ ସନ୍ଦିଗ୍ଧ ତାଲିକାରେ ରଖିଛନ୍ତି । ଏହାସହ ଉକ୍ତ ଡାଟାକୁ ତୃଣମୂଳ ସ୍ତରରେ ଯାଞ୍ଚ ପାଇଁ ରାଜ୍ୟଗୁଡିକୁ ପଠାଇ ଦିଆଯାଇଛି ।

ଆଉ ଏହି ଖବର ସାମ୍ନାକୁ ଆସିବା ପରେ ସବୁଆଡେ ଏହାକୁ ନେଇ ବଢିଛି ଚର୍ଚ୍ଚା । ଯାଞ୍ଚ ପରେ ସନ୍ଦିଗ୍ଧ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା କାର୍ଡଧାରୀଙ୍କ ନାମଗୁଡିକ NFSA ଅଧୀନରେ ରାସନ୍ ପାଇବାକୁ ଯୋଗ୍ୟ କି ନାହିଁ ତାହା ଜଣାପଡିବ । ୨୦୧୩ ରୁ ୨୦୨୧ ମଧ୍ୟରେ ୪.୭୪ କୋଟି ରାସନ୍ କାର୍ଡ ବାତିଲ କରା ଯାଇଥିବା କହିଛନ୍ତି ଖାଦ୍ଯ ସଚିବ । ସେହିଭଳି ଏଥର ମଧ୍ୟ ୭୦ ଲକ୍ଷ ରାସନ୍ କାର୍ଡ ଧାରୀଙ୍କୁ ସନ୍ଦିଗ୍ଧ ତାଲିକାରେ ରଖାଯାଇଛି ।

ଆଉ ଏହି ତଥ୍ୟକୁ ନେଇ ସଠିକ ସୂଚନା ସଂଗ୍ରହ ପାଇଁ କାମ ମଧ୍ୟ କରାଯାଉଛି । ତଥ୍ୟ ସଂଗ୍ରହ ହେବା ମାତ୍ରେ ଅକାରଣରେ ରାସନ୍ କାର୍ଡ ଧାରଣ କରିଥିବା ବ୍ୟକ୍ତିଙ୍କ କାର୍ଡ ବାତିଲ ହୋଇଯିବ । ୭୦ ଲକ୍ଷରୁ ୫୦ କିମ୍ବା ୬୦ ପ୍ରତିଶତ ମଧ୍ୟ ନକଲି କାର୍ଡଧାରୀ ସାବ୍ୟସ୍ତ ହେଲେ ତାଙ୍କ ପରିବର୍ତ୍ତେ ସୁଯୋଗ୍ୟ ଉପଭୋକ୍ତାଙ୍କୁ ସେହି ଲାଭ ପ୍ରାପ୍ତ ହେବ । ତେବେ ନକଲି କାର୍ଡଧାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ।

ଏହା ଲଗାତାର ଚାଲୁଥିବା ଏକ ପ୍ରକ୍ରିୟା ଅଟେ । ଖାଦ୍ଯ ସଚିବ ଏନେଇ କହିଛନ୍ତି, ଗତ ୯ ବର୍ଷରେ ବାତିଲ ହୋଇଥିବା ୪.୭୪ କୋଟି ରାସନ୍ କାର୍ଡ ଯୋଗୁଁ ପ୍ରାୟ ୧୯ କୋଟି ଲୋକ ଉପକୃତ ହୋଇଛନ୍ତି । କିଛି ରାସନ୍ କାର୍ଡ ବାତିଲ ହେବା ପରେ ସେମାନଙ୍କ ସ୍ଥାନରେ ନୂତନ ନାମ ଯୋଡା ହୋଇଛି । ଖାଦ୍ଯ ମନ୍ତ୍ରଣାଳୟ ଶେୟାର କରା ଯାଇଥିବା ତଥ୍ୟ ଅନୁଯାୟୀ, ଗତ ୯ ବର୍ଷ ମଧ୍ୟରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଦ୍ଵାରା ୪.୭୪ କୋଟି ରାସନ୍ କାର୍ଡ ବାତିଲ ହୋଇଛି ।

୨୦୧୬ ମସିହାରେ କେବଳ ୮୪ ଲକ୍ଷରୁ ଅଧିକ ରାସନ୍ କାର୍ଡ ବାତିଲ କରା ଯାଇଥିଲା । ଗତ ୯ ବର୍ଷ ମଧ୍ୟରେ ୨୦୧୬ ରେ ସର୍ବାଧିକ ରାସନ୍ କାର୍ଡ ବାତିଲ ହୋଇଛି । ତେବେ କାର୍ଡ ବାତିଲ ହେବା ଖବର ଜଣାପଡିବା ପରେ ଚିନ୍ତାରେ ରାସନ୍ କାର୍ଡଧାରୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।