ସ୍ଵାଧୀନତା ଦିବସରେ ପିଲାଙ୍କୁ ସ୍କୁଲ ମନା, ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ ଜଣାଇଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ Samir Ranjan Dash

ଚଳିତ ବର୍ଷ ସ୍କୁଲରେ ପାଳିତ ହେବ ଅଗଷ୍ଟ ୧୫ ଅର୍ଥାତ ସ୍ଵାଧୀନତା ଦିବସ । କିନ୍ତୁ ଛାତ୍ର ଛାତ୍ରୀ ଏଥିରେ ଭାଗ ନେବେ ନାହିଁ । ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଛାତ୍ର ଛାତ୍ରୀରେ ସ୍କୁଲରେ ସ୍ଵାଧୀନତା ଦିବସ ପାଳନ କରାଯିବ ବୋଲି ସୁଚାନ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । କେବଳ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଗହଣରେ ସ୍ଵାଧୀନତା ଦିବସ ପାଳିତ ହେବ । କରୋନାର ଚତୁର୍ଥ ଲହରରେ ସଂକ୍ରମଣକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ, ସ୍ଵାଧୀନତା ଦିବସ ପାଳନ କରାଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।

କରୋନା ମହାମାରୀ ଯୋଗୁଁ ଛାତ୍ର ଛାତ୍ରୀମାନେ ବିଗତ ଦୁଇ ବର୍ଷ ଧରି ସ୍କୁଲରେ ସ୍ଵାଧୀନତା ଦିବସ ପାଳନ କରିବାକୁ ସୁଯୋଗ ପାଇନାହାନ୍ତି । ଚଳିତ ବର୍ଷ କରୋନା ମହାମାରୀର ପ୍ରଭାବ ହ୍ରାସ ପାଇବା ପରେ ବିଭିନ୍ନ କଟକଣା କୋହଳ କରାଯାଇଛି । ତଥାପି ସ୍କୁଲ ପିଲାମାନଙ୍କୁ ସ୍ଵାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗ ନଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କାରଣ ବର୍ତ୍ତମାନ ମଧ୍ୟ କରୋନା ସଂକ୍ରମଣ ସଂଖ୍ୟା ଧୀରେ ଧୀରେ ଦିନକୁ ଦିନ ବୃଦ୍ଧି ପାଉଛି ।

ତେଣୁ ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ମିଳିବା ପରେ ରାଜ୍ୟ ସରକାର ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି କୋଭିଡ ଗାଇଡ ଲାଇନ ସହ ସ୍ଵାଧୀନତା ଦିବସ ପାଳନ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ସ୍କୁଲ ମାନଙ୍କରେ ନିଶ୍ଚିତ ଭାବେ ସ୍ଵାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କିନ୍ତୁ ସମସ୍ତ ବିଭାଗ ପାଇଁ ରାଜ୍ୟ ସରକାର ଯେଉଁ ଗାଇଡ ଲାଇନ ଦେଇଛନ୍ତି ସେହି ଅନୁସାରେ ସ୍ଵାଧୀନତା ଦିବସ ପାଳନ କରାଯିବ । ସ୍କୁଲରେ କେବଳ ଶିକ୍ଷା ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ସ୍ଵାଧୀନତା ଦିବସ ପାଳନ କରିବେ । ଏଥିପାଇଁ ପିଲାମାନଙ୍କୁ ଅନୁମତି ଦିଆଯିବ ନାହିଁ । ଗତ ଦୁଇ ବର୍ଷ ଧରି ପିଲାମାନେ ସ୍କୁଲରେ ସ୍ଵାଧୀନତା ଦିବସ ପାଳନ କରି ପାରିନାହାନ୍ତି ।

ଏଥର ନିହାତି ଭାବେ ସେମାନେ ଏଥିପାଇଁ ଉତ୍ସାହିତ ଥିବେ । କିନ୍ତୁ ରାଜ୍ୟ ସରକାରଙ୍କ ଗାଇଡ ଲାଇନ ଆସିବା ପରେ ଅନେକ ପିଲାଙ୍କ ମନ ମଉଳି ଯାଇଥିବ । ତେବେ ଏହାକୁ ନେଇ ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।