ହଠାତ ବେହୋସ ହୋଇ ପଡିଲେ 30ରୁ ଉର୍ଦ୍ଧ୍ଵ ଛାତ୍ରୀ ! ଛାତିରେ ଯନ୍ତ୍ରଣା ଓ ନିଃଶ୍ଵାସ ନେବାରେ କଷ୍ଟ ଅନୁଭବ ହେଉଛି, ଏବେବି କାରଣ ଅସ୍ପଷ୍ଟ ! ଦେଖନ୍ତୁ video…

ଖେଳୁଥିବା ବେଳେ ଅଚାନକ ଅସୁସ୍ଥ ହୋଇପଡିଲେ ଛାତ୍ରୀମାନେ । କାହାର ଛାତିରେ ଯନ୍ତ୍ରଣା ହେଉଥିଲା ତ ଆଉ କିଏ ନିଃଶ୍ଵାସ ନେବାରେ କଷ୍ଟ ଅନୁଭବ କରୁଥିଲା । ଗୁରୁତର ଅବସ୍ଥାରେ ସମସ୍ତ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ଛାତ୍ରୀଙ୍କୁ ଆମ୍ବୁଲାନ୍ସରେ ନେବା ଏବଂ ଚିକିତ୍ସା କରାଯିବା ବେଳର କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଘଟଣାଟି ହେଉଛି ବାଲେଶ୍ଵର ଜିଲ୍ଲା ସୋର ପୌରପାଳିକା ଅନ୍ତର୍ଗତ ଗଡକୁରୀ ମଧ୍ୟ ଇଂରାଜୀ ବିଦ୍ୟାଳୟର ।

ସେଠାରେ ମ୍ୟୁଜିକ ଚେୟାର ଖେଳୁଥିବା ବେଳେ ପ୍ରାୟ 30ରୁ ଊର୍ଦ୍ଧ୍ଵ ଛାତ୍ରୀ ଅସୁସ୍ଥ ହୋଇ ପଡିଥିବା ଜଣାପଡିଛି । କିନ୍ତୁ ଏପରି ହେବାର କାରଣ ଏଯାଏଁ ଅସ୍ପଷ୍ଟ ରହିଛି । ଆଗକୁ ବିଦ୍ୟାଳୟରେ ଖେଳ ପ୍ରତିଯୋଗୀତା ହେବାକୁ ଥିବାବେଳେ ଏଥିପାଇଁ ପୂର୍ବ ପ୍ରସ୍ତୁତି କରୁଥିଲେ ଛାତ୍ରୀମାନେ । ହେଲେ ଖେଳ ମଝିରେ ହଠାତ ଛାତ୍ରୀମାନେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ନିଃଶ୍ଵାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଏପରିକି କିଛି ଛାତ୍ରୀ ଅଚେତ ମଧ୍ୟ ହୋଇ ଯାଇଥିଲେ ।

ଏହା ଦେଖି ବିଦ୍ୟାଳୟର ଶିକ୍ଷକ ଏବଂ ସ୍ଥାନୀୟ ଲୋକ ମିଶି ଛାତ୍ରୀମାନଙ୍କୁ ଆଣି ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହି ଉଦ୍ଧାର କାର୍ଯ୍ୟରେ ତିନୋଟି 108 ଆମ୍ବୁଲାନ୍ସ ନିୟୋଜିତ ହୋଇଥିଲା । କିଛି ଛାତ୍ରୀଙ୍କ ଅବସ୍ଥା ବେଶୀ ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ଵର ସ୍ଥାନାନ୍ତର କରା ଯାଇଥିଲା । ତେବେ ଛାତ୍ରୀମାନଙ୍କ ସହ ହଠାତ ଏଭଳି କାହିଁକି ହେଲା ଏନେଇ କୌଣସି କାରଣ ସ୍ପଷ୍ଟ ହୋଇ ପାରିନାହିଁ ।

ଛାତ୍ରୀମାନଙ୍କ ଶରୀର ଅସୁସ୍ଥ ହେବାସହ ସେମାନେ ଭୟଭୀତ ଥିବା ମଧ୍ୟ ଜଣା ପଡ଼ୁଛନ୍ତି । ସେମାନଙ୍କୁ ଦେଖି ବିଦ୍ୟାଳୟର ଅନ୍ୟ ଛାତ୍ରୀମାନେ ମଧ୍ୟ ଭୟଭୀତ ହେବାସହ ହସ୍ପିଟାଲରେ କାନ୍ଦବୋବାଳି ପଡିଥିବା ଦେଖିବାକୁ ମିଳିଛି । ଛାତ୍ରୀଙ୍କ ଅଭିଭାବକ ମାନେ ମଧ୍ୟ ଏନେଇ ଚିନ୍ତିତ ହୋଇ ପଡିଛନ୍ତି । ତେବେ ଖେଳିବା ପୂର୍ବରୁ ଛାତ୍ରୀମାନେ କିଛି ଖାଇଥିଲେ କି ସେନେଇ ସନ୍ଦେହ କରୁଛନ୍ତି ଲୋକେ । ହେଲେ କିଛି ଛାତ୍ରୀ ବୟାନ ଦେଇଛନ୍ତି କି, ଯେଉଁମାନେ ଖେଳୁଥିଲେ ସେମାନେ କିଛି ଖାଇ ନାହାନ୍ତି ।

ଅନ୍ୟ ମାନେ ସ୍କୁଲରେ ଦିଆ ଯାଉଥିବା ମଧ୍ୟାହ୍ନ ଭୋଜନ ଖାଇଥିଲେ । ଯେଉଁମାନେ ଖାଇଥିଲେ ସେମାନଙ୍କର କିଛି ହୋଇନି ବୋଲି ସେମାନେ କହୁଛନ୍ତି । ତେବେ ଏନେଇ ସଠିକ ତଦନ୍ତ ହେଲେ ଯାଇ ସତ ସାମ୍ନାକୁ ଆସିପାରିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।