ଗୀତ ଶୁଣି ନମ୍ବର ମାଗିଲେ ବଲିଉଡ ଅଭିନେତା Sonu Sood, ଭାଇରାଲ ଭିଡିଓ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ, ଦେଖନ୍ତୁ video

ରୋଷେଇ କରୁ କରୁ ଗୀତ ଗାଉଥିବା ବେଳେ ଜଣେ ମା’ଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମା’ଙ୍କୁ ତାଙ୍କ ପିଲା ଅନୁରୋଧ କରୁଛି କି, “ମା’ ପ୍ଳିଜ ଗୋଟେ ଗୀତ ଗାଇ ଦିଅ ନା । ବହୁତ ଦିନ ହେଲା ତୁମେ ଗୀତ ଗାଇନ । ତୁମ ଗୀତ ଶୁଣିବାକୁ ବହୁତ ମନ ହେଉଛି ।” ପିଲାର କଥା ଶୁଣି ମା ରୋଷେଇ କରୁ ଗୀତଟିଏ ଗାଇ ଦେଉଛନ୍ତି । ଯାହାର ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଏହି ଭିଡିଓଟିକୁ ଅନେକ ସୋସିଆଲ ମିଡିଆ ୟୁଜର୍ସମାନେ ବେଶ ପ୍ରଶଂସା କରୁଛନ୍ତି ।

କାରଣ ମା’ ଜଣଙ୍କ ସ୍ଵର ଏତେ ସୁମଧୁର ଯେ ତାହା ସମସ୍ତଙ୍କ ମନକୁ ସ୍ପର୍ଶ କରୁଛି । ତେବେ ମା’ଙ୍କ ସ୍ଵର ଖୁବ ସୁନ୍ଦର ହୋଇଥିବାରୁ ଭିଡିଓଟି ନିଆଁ ଭଳି ଭାଇରାଲ ହୋଇଛି । ଆଉ ଏହାରି ମଧ୍ୟରେ ବଲିଉଡ ଅଭିନେତା ସୋନୁ ସୁଦ୍ ମଧ୍ୟ ଏହି ମା’ଙ୍କର ଭିଡିଓଟିକୁ ଦେଖିଛନ୍ତି । ଏହି ଭିଡିଓ ଉପରେ ସୋନୁ ସୁଦ୍ ଙ୍କ ନଜର ପଡିବା ପରେ ଏହା ଉପରେ ସେ ନିଜ ପ୍ରତିକ୍ରିୟା ରଖିଛନ୍ତି । ଏହାକୁ ସୋନୁ ନିଜେ ଟ୍ବିଟ କରିବା ସହ ଲେଖିଛନ୍ତି, “ନମ୍ବର ଦିଅନ୍ତୁ, ମା ଫିଲ୍ମ ପାଇଁ ଗୀତ ଗାଇବେ” ।

ଏହି ଭିଡିଓଟିକୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଦେଖି ସାରିଥିବା ବେଳେ ଗୀତଟିକୁ ସମସ୍ତେ ବେଶ ପସନ୍ଦ କରୁଛନ୍ତି । 2 ମିନିଟ `17 ସେକେଣ୍ଡର ଏହି ଭିଡିଓରେ ଜଣେ ଝିଅ ତା’ ମା’ଙ୍କୁ ଗୀତ ଗାଇବା ପାଇଁ ଅନୁରୋଧ କରୁଥିବା ବେଳେ ମା’ ଜଣକ ଝିଅର କଥା ରଖି ଗୋଟିଏ ଗୀତ ଗାଉଛନ୍ତି ।

ବଲିଉଡର ଲୋକପ୍ରିୟ ଗୀତ “ମେରେ ନେନା ସାବନ ଭାଦୋ, ଏଫଆଇଆର ଭି ମେରା ମନ୍ ପ୍ୟାସା” ଗୀତଟିକୁ ମା’ ଜଣକ ଅତି ସୁନ୍ଦର ଭାବେ ଗାଉଛନ୍ତି । ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ତାଙ୍କର ସାର କୌଣସି ବଲିଉଡ ଗାୟିକାଙ୍କ ଠାରୁ କିଛି କମ୍ ନୁହେଁ । ଫିଲ୍ମ ‘ମେହବୁବା’ ଏହି ଗୀତଟିକୁ କିଶୋର କୁମାର ଓ ଲତା ମଙ୍ଗେସକର ଗାଇଥିଲେ ଏବଂ ରାହୁଲଦେବ ବର୍ମନ ଏହାକୁ ନିର୍ଦ୍ଦେଶନା ଦେଇଥିଲେ ।

ଅନେକ ଦଶନ୍ଧି ବିତି ଯାଇଥିଲେ ମଧ୍ୟ ଏହି ଗୀତଟି ଆଜିବି ଲୋକଙ୍କ ମନରେ ସତେଜ ହୋଇ ରହିଛି । ତେବେ ସୋନୁ ସୁଦ୍ ମହିଳାଙ୍କ ପ୍ରତିଭା ଦେଖି ତାଙ୍କୁ ଗୀତ ଗାଇବାକୁ ସୁଯୋଗ ଦେବା ପରେ ଏହାକୁ ନେଇ ଆହୁରି ଜୋର ଧରିଛି ଚର୍ଚ୍ଚା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।