ହସ୍ତରେଖା ଶାସ୍ତ୍ର ଏକ ଏମିତି ଶାସ୍ତ୍ର ଅଟେ ଯାହା ଦ୍ଵାରା ଆପଣ ନିଜର ହାତର ରେଖାକୁ ଦେଖି ନିଜ ଭାଗ୍ୟ ବିଷୟରେ ଜାଣି ପାରିବେ । କିନ୍ତୁ ଆଜିକାଲି ସମସ୍ତଙ୍କ ପାଖରେ ଏତେ ସମୟ ନାହିଁ କି ସେମାନେ ନିଜ ହାତର ରେଖାକୁ ଦେଖାଇବା ପାଇଁ ଜ୍ୟୋତିଷଙ୍କ ପାଖକୁ ଯିବେ । ଯଦି ଆପଣ ନିଜର ଭାଗ୍ୟ ବିଷୟରେ ଜାଣିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ ସୂଚନା ଦେବୁ ।
ଆସନ୍ତୁ ଜାଣିବା ହାତର ଭାଗ୍ୟ ରେଖା ବିଷୟରେ
· ଆପଣଙ୍କର ହାତର ଆଙ୍ଗୁଠି ପାଖରେ ଓ ହାତର ମଧ୍ୟ ଭାଗରେ ସିଧା ଛିଡା ହୋଇଥିବା ରେଖା ହିଁ ଆପଣଙ୍କର ଭାଗ୍ୟ ରେଖା ହୋଇଥାଏ । ଏହା ମଣିଷର ଭାଗ୍ୟ ବିଷୟରେ କହିଥାଏ । ଯଦି କୌଣସି ବ୍ୟକ୍ତିର ଭାଗ୍ୟ ରେଖା ମୋଟା ଓ ଗଭୀର ହୋଇଥାଏ ତେବେ ଏହା ବହୁତ ଶୁଭ ବୋଲି କୁହାଯାଏ । ଏହିଭଳି ରେଖାର ବ୍ୟକ୍ତିମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କୁ ନିଜ ଜୀବନରେ ଅପାର ଧନ – ସମ୍ପଦ ପ୍ରାପ୍ତ ହୋଇଥାଏ ।
· ଯଦି କୌଣସି ବ୍ୟକ୍ତିର ଭାଗ୍ୟ ରେଖା କେଉଁଠି ବି କଟି ନାହିଁ ଓ ନା ହିଁ ଭାଗ୍ୟ ରେଖା ଉପରେ କୌଣସି ପ୍ରକାରର ଛୋଟ କିମ୍ବା ବଡ ରେଖା କାଟୁ ଥିବ ତେବେ ଏହଭଳି ଲୋକମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହିଭଳି ଲୋକମାନେ ନିଜ ଜୀବନରେ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହୁଅନ୍ତି ନାହିଁ ।
· ଯେଉଁ ଲୋକମାନଙ୍କର ଭାଗ୍ୟ ରେଖା ଛୋଟ ଓ ପତଳା ହୋଇଥାଏ ସେମାନଙ୍କ ଜୀବନରେ ବହୁତ ସମସ୍ୟା ଉତ୍ପନ୍ନ ହୋଇଥାଏ, ଏହିଭଳି ଲୋକମାନେ କେବେ କେବେ ସଫଳତା ହାସଲ କରିଥାନ୍ତି ତ କେବେ କେବେ ଅସଫଳତା ଏମାନଙ୍କର ପିଛା ଛାଡେ ନାହିଁ ।
· ଯଦି କୌଣସି ବ୍ୟକ୍ତିଙ୍କର ଭାଗ୍ୟ ରେଖା ମଧ୍ୟମା ଆଙ୍ଗୁଠି ପର୍ଯ୍ୟନ୍ତ ପହଞ୍ଚିଯାଏ ତେବେ ଏମିତିରେ ବ୍ୟକ୍ତିମାନେ ଧନବାନ ହେବାର ସମ୍ଭାବନା ଅଧିକ ରହିଥାଏ ।
· ଯେଉଁ ଲୋକମାନଙ୍କର ଭାଗ୍ୟ ରେଖାରୁ କୌଣସି ରେଖା କଟି ଆଗକୁ ବଢୁଛି ତେବେ ଏହିଭଳି ସ୍ଥିତିରେ ସେମାନଙ୍କ ଜୀବନରେ କୌଣସି ନା କୌଣସି ଦୁର୍ଘଟଣା ହେବାର ସମ୍ଭାବନା ରହିଥାଏ ।
· ଯେଉଁ ଲୋକମାନଙ୍କର ଭାଗ୍ୟ ରେଖା ହୃଦୟ ରେଖା ଉପରେ ଆସି ରହିଯାଏ ତେବେ ଏହି ବ୍ୟକ୍ତିମାନେ ମୋହ ମାୟାରେ ଫସି ଭୁଲ ନିର୍ଣ୍ଣୟ ନେଇଥାନ୍ତି । ଯେଉଁ କାରଣରୁ ଏମାନଙ୍କୁ ଅସଫଳତାର ସାମ୍ନା କରିବାକୁ ପଡିଥାଏ ।
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।