ହାତ ଗୋଡ ଝିମ ଝିମ ହେଇ ଯାଉଛି ତ ହେଇଯାନ୍ତୁ ସାବଧାନ ! ଆଜି ହିଁ ଖାଇବା ଆରମ୍ଭ କରି ଦିଅନ୍ତୁ ଏହି 3 ଟି ଜିନିଷ- Health Tips

ନମସ୍କାର ବନ୍ଧୁଗଣ ବେଳେ ବେଳେ ଆମ ହାତ ଗୋଡ଼ ଝିମଝିମ କିମ୍ବା ବଧିର ହୋଇ ଯାଏ । ଏହା ଏକ ସାମାନ୍ୟ କଥା କିନ୍ତୁ ଏହା ବାରମ୍ବାର ହେଲେ ବହୁତ ବଡ଼ ସମସ୍ୟା ଦେଖାଯିବ । ଏହା କୌଣସି ଗମ୍ଭୀର ରୋଗ ର ଲକ୍ଷଣ ହୋଇ ପାରେ । ତେଣୁ ଏଥି ପ୍ରତି ସମୟ ଥାଉ ଥାଉ ଧ୍ୟାନ ଦେବା ଉଚିତ । ତେବେ ଆଜି ଆମେ ଆପଣଙ୍କୁ ହାତ ଗୋଡ଼ ପାଦ ରେ ହେଉଥିବା ହଠାତ ଝିମଝିମ କୁ କିପରି ରୋକି ପାରିବେ ତା ପାଇଁ କଣ ଘରୋଇ ଉପଚାର ବ୍ୟବହାର କରି ପାରିବେ ସେ ବିଷୟରେ ଆଲୋଚନା କରିବା ।

ଏହାର ହେବାର କାରଣ ମଧ୍ୟ ଜାଣି ନେବା । ତା ସହ ସମାଧାନ ମଧ୍ୟ ଜାଣିନେବା । ତେବେ ଚାଲନ୍ତୁ ଜାଣିନେବା ସେ ବିଷୟରେ । ଯେବେ ଆମେ କୌଣସି ଵସ୍ତୁ କୁ ଧରି ଥାଉ ସେତେବେଳେ ଵସ୍ତୁ କୁ ଧରିବାର କୌଣସି ଅନୁଭବ ହୁଏ ନାହିଁ । ବେଳେବେଳେ ସେ ସ୍ଥାନରେ କିଛି ସମୟ ପରେ ଦରଜ ହେବା ମଧ୍ୟ ଆରମ୍ଭ ହୋଇ ଯାଏ ।

ବେଳେବେଳେ ହାତ ଆପେ ଆପେ କାମ କରିବା ବନ୍ଦ କରିଦିଏ । ଏହି ସବୁ ହେଲେ ହେଲେ ଆମେ ଝିମଝିମ ହେବା କିମ୍ବା ବଧିର ହେବାର ଜାଣିଥାଉ । ଏହାର କାରଣ ହେଉଛି ଦୁଇ ପ୍ରକାରର ।

ପ୍ରଥମ କାରଣ ହେଉଛି କାର୍ପଟର୍ନଲ ସିଙ୍ଗଡ଼ମ । ଅଧିକ ସମୟ ପର୍ଯ୍ୟନ୍ତ ହାତ ଆଙ୍ଗୁଠି ରେ ବଧିର ହୋଇ ରହିଥାଏ । ତେବେ ତାକୁ ଅଣଦେଖା କରିବା ଉଚିତ ନୁହେଁ । ଏଥିରେ ହାତର ମଝିରେ ଥିବା ଶିର ଦବି ଯାଏ । ଯାହା ହାତ କାନ୍ଧ ପର୍ଯ୍ୟନ୍ତ ଯାଇଥାଏ । ଏପରି ହେଲେ ଆପଣ କାମ କରୁଥିବା ସମୟରେ ହାତ ଆଙ୍ଗୁଠି କୁ କିଛି ସମୟ ଆରାମ ଦେବା ଉଚିତ । ତାକୁ ଧୀରେ ଧୀରେ ବୁଲେଇବା ଉଚିତ । ଏପରି କଲେ ଆପଣ ଙ୍କୁ ଆରାମ ମିଳିବ ।

ଦ୍ୱିତୀୟ କାରଣ ହେଉଛି ଶରୀର ରେ ପୋଷକ ତତ୍ତ୍ୱ ର ମାତ୍ରା କମ । ଭିଟାମିନ-B12,ପୋଟାସିୟମ, କ୍ୟାଲସିୟମ,ଆଇରନ,ମାଗନେସିୟମ ର ମାତ୍ରା କମ ଯୋଗୁ ଏହି ଭଳି ହୋଇଥାଏ । ଏହା ସହିତ ଆମକୁ ଦୁର୍ବଳ ର ମଧ୍ୟ ଅନୁଭବ ହୋଇଥାଏ । ଏହା ଛଡା ବେଶି ଟାଇଟ ପୋଷାକ ପିନ୍ଧିବା କିମ୍ବା ଏକ ସ୍ଥାନରେ ଲମ୍ବା ସମୟ ପର୍ଯ୍ୟନ୍ତ ବସି ରହିବା ଆଦି ଯୋଗୁଁ ହୋଇ ଥାଏ ।

ଏହାର ଉପଚାର ମଧ୍ୟ କରି ପାରିବା । ଯଦି ଆପଣ ଙ୍କୁ ପ୍ରାୟତଃ ଗୋଟିଏ ସ୍ଥାନରେ ହିଁ ଝିମଝିମ କିମ୍ବା ବଧିର ହେଉଥାଏ । ତେବେ ଆପଣ ମାଲିସ ର ମଧ୍ୟ ସାହାଯ୍ୟ ନେଇ ପାରିବେ । ସର୍ବଦା ହାତ ଗୋଡ଼ କୁ ଭଲରେ ମାଲିସ କରି ଶୋଇଲେ ରକ୍ତ ସଞ୍ଚାଳନ ଭଲ ଠିକ ଭାବରେ ହୋଇଥାଏ । ଏହା ଦ୍ୱାରା ଆମ ହାତ ଗୋଡ଼ ବାରମ୍ବାର ବଧିର ହୁଏ ନାହିଁ । ନିୟମିତ ଭାବରେ ଯୋଗ ବ୍ୟାୟମ କରିବା ଦ୍ୱାରା ମଧ୍ୟ ଏହା ହୋଇ ନଥାଏ ।

ଡାଲ ଚିନି ସେବନ ଦ୍ୱାରା ମଧ୍ୟ ଏହା ଭଲ ହୋଇ ଯାଏ । ସୁଣ୍ଠି ହଳଦୀ କୁ ମଧ୍ୟ ବ୍ୟବହାର କରି ପାରିବେ । ରାତିରେ ଶୋଇବା ପୂର୍ବରୁ କ୍ଷୀର ସହିତ ଖାଇ ପାରିବେ । ଆପଣଂକୁ ପ୍ରତିଦିନ ଯୋଗ ବ୍ୟାୟମ କରିବା ଆବଶ୍ୟକ । ନିଜ ଖାଦ୍ୟରେ ଏପରି କିଛି ଜିନିଷ କୁ ସାମିଲ କରନ୍ତୁ ଯିଏ ଆପଣଂକୁ ପୃଷ୍ଟି ଦେବ । ଏହି ସବୁ ଉପାୟ ଦ୍ୱାରା ଆମେ ବଧିର ହେବା ସମସ୍ୟାରୁ ମୁକ୍ତି ପାଇଁ ପାରିଵା ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।