ହାତ ଗୋଡ ଝିମିଝିମି ହେଇ ଯାଉଛି କି ? ହେଇ ଯାଆନ୍ତୁ ସାବଧାନ ! ଜାଣନ୍ତୁ ଏହାର କାରଣ ଓ ଚିକିତ୍ସା- Health Tips

ଆମ ଶରୀରରେ ହାତ ବା ଗୋଡ ସମସ୍ଯା ଅନେକ କାରଣ ଯୋଗୁ ହୋଇଥାଏ । ଆମ୍ସ ଶରୀରରେ ଭିଟାମିନ ଓ କ୍ୟାଲସିୟମ ଅଭାବ ଯୋଗୁ ହାତ ବ ଗୋଡରେ ଶୂନ୍ୟତା ଦେଖାଯାଏ । ଏହା ବ୍ୟତିତ ଭିଟାମିନ-୧୨ ର ଅଭାବ ଯୋଗୁ ଏହି ସମସ୍ଯା ଦେଖାଯାଏ ।

ଏହାର ଅନ୍ୟ ଏକ କାରଣ ହେଉଛି ଆମ ଶରୀରରେ ରକ୍ତ ସଂଚାଳନ ଠିକ ଭାବେ ନ ହେବା । ଆଜି ଆମେ ଆପଣ ମାନଙ୍କୁ ଏହାର ପ୍ରତିକାର କଣ ହୋଇପାରେ ସେହି ବିଷୟରେ କହିବାକୁ ଯାଉଛୁ । ଯଦି ଏଭଳି ସମସ୍ଯା ହେଉଥାଏ ତେବେ ଯେତେ ସମ୍ଭବ ଭିଟାମିନ-ବି ଯୁକ୍ତ ଖାଦ୍ଯ ସେବନ କରନ୍ତୁ । ଆପଣ ନିଜ ଡାଏଟରେ ଅଣ୍ଡା, ମାଂସ, ବିନ୍ସ, କଦଳୀ, ମାଛ, କ୍ଷୀର, ଦହି ଆଦିକୁ ସାମିଲ କରନ୍ତୁ ।

ଏହା ବ୍ଯତୀତ ମୁଗ ଡାଲି ଓ ବିଭିନ୍ନ ପ୍ରକାରର ଫଳ ଆଦିକୁ ସାମିଲ କରନ୍ତୁ । ଏହି ସମସ୍ୟାକୁ ଦୂର କରିବା ପାଇଁ କ୍ଷୀରରେ କିଛି ହଳଦୀ ମିଶାଇ ପ୍ରତି ଦିନ ସେବନ କରିଲେ ଆମ ଶରୀରରେ ରକ୍ତ ସଂଚାଳନ ଠିକ ଭାବେ ହେବା ସହ ଆମର ହାଡ ମଧ୍ୟ ମଜବୁତ ହୋଇଥାଏ ।

ଏହା ଛଡା ଡାଲଚିନିରେ କିଛି ମହୁ ମିଶାଇ ନୀତିଦିନ ସେବନ କରିଲେ ଆମ ଶରୀରରେ ରକ୍ତ ସଂଚାଳନ ସଠିକ ଭାବେ ହୋଇଥାଏ । ଯଦି ଅପଙ୍କର ଗୋଡରେ ଅଧିକ ଯନ୍ତ୍ରଣା ହେଉଥାଏ ତେବେ ଶୋଇବା ସମୟରେ ଗୋଡ ତଳେ ତକିଆ ଦେଇ ଶୋଇବା ଉଚିତ । ଗାଧୋଇବା ସମୟରେ ପାଣିରେ କିଛି ସେନ୍ଧା ନାମକ ମିଶାଇ ସ୍ନାନ କରନ୍ତୁ । ଏହା ବ୍ଯତୀତ ଅଦାର ସେବନ କରିବା ଦ୍ଵାରା ଆମ ଶରୀରରେ ରକ୍ତ ପତଳା ହୋଇଥାଏ ।

ଏହା ବ୍ଯତୀତ ଆମ୍ଳା ପାଉଡରକୁ ପାଣିରେ ମିଶାଇ ସେବନ କରିଲେ ଆମ ଶରୀରରେ ରକ୍ତ ସଂଚାଳନ ଠିକ ଭାବେ ହୋଇଥାଏ ଓ ରକ୍ତ ପତଳା ମଧ୍ୟ ହୋଇଥାଏ । ଯେତେ ସମ୍ଭବ ସବୁଜ ପନିପରିବା ଯେମିତିକି ଗାଜର, ବିଟ, ପାଳଙ୍ଗ ଶାଗ ଆଦିର ସେବନ କରିବା ଉଚିତ । ପ୍ରତି ଦିନ ସକାଳେ ଓ ରାତିରେ ତିଲ ତେଲରେ ନିଜର ହାତ ବା ଗୋଡରେ ମାଲିସ କରିଲେ ଆପଣଙ୍କ ଶରୀରରେ ହେଉଥିବା ହାତ ବ ଗୋଡ ସମ୍ଭଧୀୟ ସମସ୍ଯା ଦୂର ହୋଇଥାଏ ।

ପ୍ରତି ଦିନ ସକାଳୁ ବ୍ୟାୟାମ ବା ଯୋଗ କରିବା ଦ୍ଵାରା ଆମ ଶରୀରର ହେଉଥିବା ସବୁ ରୋଗର ନିରାକରଣ ହୋଇଥାଏ । ନୀତି ଦିନ ୧୫ରୁ ୩୦ ମିନିଟ ପର୍ଯ୍ଯନ୍ତ ଯୋଗ କରିବା ଉଚିତ । ଏହା ଫଳରେ ଆପଣଙ୍କ ଶରୀର ସୁସ୍ଥ ହେବା ସହ ଯେଉଁ ସମସ୍ଯା ସବୁ ରହିଥାଏ ତାହା ମଧ୍ୟ ଦୂର ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ