ହନୁମାନଙ୍କର ଏହି ଚମତ୍କାରି ମନ୍ଦିର ଗୁଡିକରେ ମନ କଥା ଶୁଣନ୍ତି ଭଗବାନ, ସବୁ ଇଚ୍ଛା ହୋଇଥାଏ ପୂର୍ଣ୍ଣ

ହନୁମାନଙ୍କର ନାମ ଶୁଣିବା ମାତ୍ରେ ହିଁ ମନରେ ଭକ୍ତିର ଭାବନା ଜାଗି ଉଠେ । ମହାବଳୀ ହନୁମାନ କୌଣସି ଭକ୍ତଙ୍କୁ ନିରାଶ କରନ୍ତି ନାହିଁ । ଏମିତି କୁହାଯାଏ କି ଭକ୍ତ ଯଦି ଶ୍ରଦ୍ଧାର ସହିତ ହନୁମାନଙ୍କର ଆରଧନା କରେ ତେବେ ତାହାର ସବୁ ସମସ୍ୟା ଦୂର ହୋଇଯାଏ । ସେଥିପାଇଁ ଭକ୍ତ ମାନେ ମହାବଳୀ ହନୁମାନଙ୍କର ଆରାଧନା କରନ୍ତି ଓ ତାଙ୍କର ଶ୍ରଦ୍ଧା ପୂର୍ବକ ପୂଜା କରନ୍ତି ।

ଆଜି ଆମେ ଆପଣଙ୍କୁ ମହାବଳୀ ହନୁମାନଙ୍କର କିଛି ଏହିଭଳି ଚମତ୍କାରି ମନ୍ଦିର ବିଷୟରେ ସୂଚନା ଦେବାକୁ ଯାଉଛୁ ଯେଉଁଠି ହନୁମାନ ନିଜର ସବୁ ଭକ୍ତମାନଙ୍କର ପ୍ରାର୍ଥନା ଶୁଣିଥାନ୍ତି । କେହି ବି ଖାଲି ହାତରେ ଫେରନ୍ତି ନାହିଁ ।

ଆସନ୍ତୁ ଜାଣିବା ହନୁମାନଙ୍କର ଚମତ୍କାରି ମନ୍ଦିର ବିଷୟରେ

ମନୋକାମନା ହନୁମାନ ମନ୍ଦିର, ଦରଭଙ୍ଗା

ମହାବଳୀ ହନୁମାନଙ୍କର ଏହି ଚମତ୍କାରି ମନ୍ଦିର ବିହାରର ଦରଭଙ୍ଗା ଜିଲ୍ଲାରେ ରାଜ୍ୟ ପରିସରରେ ଅବସ୍ଥିତ । ଏହାକୁ ମନୋକାମନା ମନ୍ଦିର ମଧ୍ୟ କୁହାଯାଏ । ଏହି ମନ୍ଦିର ବିଷୟରେ କୁହାଯାଏ କି ଏଠାରେ ସବୁ ଭକ୍ତଙ୍କର ମନୋକାମନା ପୂରଣ ହୋଇଥାଏ । ଏଠାରେ ନିଜର ମନୋକାମନା ପୁରା କରିବା ପାଇଁ ଭକ୍ତମାନେ ଗୋଟିଏ କାଗଜରେ ନିଜର ମନୋକାମନାକୁ ଲେଖି ଏହି ମନ୍ଦିରର ଚାରିପଟେ ପରିକ୍ରମା କରନ୍ତି ।

ହନୁମାନ ମନ୍ଦିର, ଶୋଇଥିବା ପ୍ରତିମା, ପ୍ରୟାଗ

ହନୁମାନଙ୍କର ଏକ ଏମିତି ମନ୍ଦିର ଅଛି ଯେଉଁଠି ତାଙ୍କର ଶୟନ ପ୍ରତିମା ଅବସ୍ଥିତ । ଏହି ମନ୍ଦିର ପ୍ରୟାଗର ସଂଗମ ତଟରେ ଅବସ୍ଥିତ । ଭାରତରେ ଏହା ଏକମାତ୍ର ମନ୍ଦିର ଯେଉଁଠି ହନୁମାନ ଶୟନ ଅବସ୍ଥାରେ ନଜର ଆସିଥାନ୍ତି । ଯେଉଁ ଭକ୍ତ ହନୁମାନଙ୍କୁ ଲାଲ ସିନ୍ଦୁରର ଟୀକା ଲଗାଏ ତାହାର ସବୁ ମନୋକାମନା ପୁରା ହୋଇଥାଏ ।

ମାନ୍ୟତା ଅନୁସାରେ ମହାବଳୀ ହନୁମାନ ଲଙ୍କାରେ ଯୁଦ୍ଧ କରି ବହୁତ ଥକି ଯାଇଥିଲେ । ଯେଉଁ କାରଣରୁ ହନୁମାନ ଏଠାରେ ଆସି ଶୋଇ ପଡିଥିଲେ । ଏହା ପରେ ମାତା ସୀତା ହନୁମାନଙ୍କୁ ଦେଖି ତାଙ୍କୁ ଲାଲ ସିନ୍ଦୁରର ଟୀକା ଲଗାଇ ଥିଲେ ଯେଉଁ କାରଣରୁ ହନୁମାନଙ୍କ ଶରୀରରେ ନୂତନ ଜୀବନର ସଂଚାର ହୋଇଥିଲା ।

ଅଖଣ୍ଡ ଜ୍ୟୋତି ବଜରଙ୍ଗବଲି, ଉଜ୍ଜୈନ

ଏହି ମନ୍ଦିରର ସବୁଠୁ ବିଶେଷ କଥା ଏହା ଅଟେ କି ଏଠିକାର ଜ୍ୟୋତି କେବେ ବି ଲିଭେ ନାହିଁ । ମହକାଳ ନଗରୀର ଉଜ୍ଜୈନରେ ଅଖଣ୍ଡ ଜ୍ୟୋତି ବଜରଙ୍ଗବଲିଙ୍କର ମନ୍ଦିର ଅବସ୍ଥିତ । ଏଠାକୁ ଯେ କୌଣସି ବି ଭକ୍ତ ନିଜର ପ୍ରାର୍ଥନା ନେଇ ଆସିଥାନ୍ତି ସେମାନେ କେବେ ବି ଖାଲି ହାତରେ ଫେରନ୍ତି ନାହିଁ ।

ପଞ୍ଚମୁଖୀ ହନୁମାନ ମନ୍ଦିର, କାନପୁର

ପଞ୍ଚମୁଖୀ ହନୁମାନ ମନ୍ଦିର ବିଷୟରେ କୁହାଯାଏ କି ଏଠାରେ ମହାବଳୀ ହନୁମାନ ଲବ କୁଶଙ୍କ ସହିତ ଯୁଦ୍ଧ କରିଥିଲା । ଯୁଦ୍ଧର କିଛି ସମୟ ପରେ ସେ ଯେମିତି ଜାଣି ପାରିଲେ କି ଲବ କୁଶ ଭଗବାନ ଶ୍ରୀ ରାମଙ୍କର ପୁତ୍ର ଅଟନ୍ତି ସେ ଜାଣିଶୁଣି ଯୁଦ୍ଧ ହାରି ଯାଇଥିଲେ । ଏହା ପରେ ଲବ କୁଶ ହନୁମାନଙ୍କୁ ବାନ୍ଧି ଦେଇ ଚାଲିଯାଇଥିଲେ ।

ଏହା ପରେ ମାତା ସୀତା ହନୁମାନଙ୍କୁ ବନ୍ଧନରେ ଦେଖିଲେ ଓ ତାଙ୍କୁ ବନ୍ଧନରୁ ମୁକ୍ତ କରିବା ପାଇଁ ତାଙ୍କ ପାଖରେ ଲଡୁ ଭୋଗ ଲଗାଇଥିଲେ । ସେହି ସମୟରୁ ଏଠାରେ ହନୁମାନଙ୍କୁ ଲଡୁର ଭୋଗ ଲଗାଯାଉଛି । ଏହା ଦ୍ଵାରା ମହାବଳୀ ହନୁମାନ ନିଜ ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ଓ ତାଙ୍କର ସବୁ ମନୋକାମନାକୁ ପୂରଣ କରିଥାନ୍ତି ।