ହନୁମାନଙ୍କର ଏହି ମନ୍ଦିରରେ ସବୁଦିନ ଦେଖାଯାଇଥାଏ ଚମତ୍କାର, ନିଜର ଭକ୍ତମାନଙ୍କର ସମସ୍ୟା କରିଥାନ୍ତି ଦୂର

ଆମ ଭାରତ ଦେଶକୁ ଚମତ୍କାରଙ୍କ ଦେଶ ବୋଲି ମାନିଥାନ୍ତି । ଆମ ଦେଶରେ ଭଗବାନଙ୍କ ପ୍ରତି ଲୋକମାନଙ୍କର ଆସ୍ଥା ଏବଂ ଏହି ସବୁ ମନ୍ଦିରର ଚମତ୍କାର ପୁରା ଦୁନିଆରେ ପ୍ରସିଦ୍ଧ ଅଟେ । ପ୍ରାୟତଃ ଲୋକମାନେ ମନ୍ଦିରକୁ ନିଜର ସମସ୍ୟାକୁ ଦୂର କରିବାର ପ୍ରାର୍ଥନା କରିବା ପାଇଁ ଯାଇଥାନ୍ତି । ଏବଂ ଭଗବାନ ବି ତାଙ୍କର ସବୁ ଦୁଖକୁ ଦୂର କରିଥାନ୍ତି । ଯଦି ଭଗବାନ ଚମତ୍କାର ନ ଦେଖାଇବେ ତେବେ ଭକ୍ତମାନଙ୍କୁ ଲାଗେ କି ଭଗବାନ ଏହି ସଂସାରରେ ନାହାନ୍ତି ।

କିନ୍ତୁ କୁହାଯାଏ କି ମହାବଳୀ ହନୁମାନ ଏହି କଳିଯୁଗରେ ସାକ୍ଷାତ ବିରାଜମାନ ଅଛନ୍ତି । ଆଜି ଆମେ ଏହି ପୋଷ୍ଟ ମାଧ୍ୟମରେ ମହାବଳୀ ହନୁମାନଙ୍କର ଏହିଭଳି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯେଉଁଠି ୪୫ ବର୍ଷ ହେବ ହନୁମାନ ନିଜର ଚମତ୍କାର ଦେଖାଉଛନ୍ତି ।

ଏହି ମନ୍ଦିର ଲକ୍ଷ୍ନୌର ଗୋମତୀ ନଦୀ ନିକଟରେ ଅବସ୍ଥିତ । ଏହି ମନ୍ଦିରକୁ ହନୁମାନ ସେତୁ ମନ୍ଦିର ନାମରେ ଜଣା ଯାଇଥାଏ । ଏହି ମନ୍ଦିରକୁ ଭକ୍ତ ମାନେ ନିଜର ସମସ୍ୟାକୁ ଏକ କାଗଜରେ ଲେଖି ଆଣି ହନୁମାନଙ୍କୁ ଦିଅନ୍ତି । ଏବଂ ହନୁମାନ ତାଙ୍କର ସବୁ ସମସ୍ୟାକୁ କିଛି ଦିନ ମଧ୍ୟରେ ହିଁ ସମାଧାନ କରି ଦିଅନ୍ତି ।

ଏହି ମନ୍ଦିରର ଥିବା ପୂଜାରୀମାନଙ୍କର କହିବା ଅଟେ କି ଯଦି ଆପଣ ୭୦ ଦଶକର ଇତିହାସ ପଢିବେ ତେବେ ଏହି କଥାର ସୂଚନା ମିଳିବ କି ସେହି ସମୟରେ ଲକ୍ଷ୍ନୌର ଗୌମତୀ ନଦୀରେ ବହୁତ ଭୟଙ୍କର ବନ୍ୟା ଆସିଥିଲା । ଯାହା ସବୁ କିଛି ନିଜ ସହିତ ନେଇ ଯାଇଥିଲା । କିନ୍ତୁ ସେହି ବନ୍ୟା ମହାବଳୀ ହନୁମାନଙ୍କର ପ୍ରତିମାକୁ କିଛି କ୍ଷତି ପହଞ୍ଚାଇ ପାରି ନଥିଲା ।

ଏହା ପରେ ଏହା ସ୍ଥାନରେ ନୀବ କରୌରୀ ବାବା ଆସି ଏହି ବନ୍ୟାକୁ ନିଜ ଆଶୀର୍ବାଦ ଦ୍ଵାରା ଶାନ୍ତ କରିଦେଇଥିଲେ । ଏହା ପରେ ପ୍ରଶାସନର ଲୋକମାନେ ଏଠି ଏକ ପୋଲ ତିଆର କରିବା ପାଇଁ ଚେଷ୍ଟା କରିଲେ କିନ୍ତୁ ପୋଲ ତିଆରି କରିବା ସମୟରେ ସବୁଦିନ କୌଣସି ନା କୌଣସି କାରଣରୁ ପୋଲ ଭାଙ୍ଗି ଯାଉଥିଲା । ଶେଷରେ ଅଧିକାରୀମାନେ ହାର ମାନି ନୀବ କରୌରୀ ବାବାଙ୍କ ପାଖାକୁ ଆସିଲେ ।

ସେତେବେଳେ ବାବା କହିଲେ କି ହନୁମାନଙ୍କର ସାହାର୍ଯ୍ୟରେ ଯେମିତି ଭଗବାନ ରାମ ସମୁଦ୍ରରେ ପୋଲ ନିର୍ମାଣ କରିଥିଲେ ସେମିତି ବି ଆପଣମାନେ ବି ଏହି କଥାର ସପଥ ନିଅନ୍ତୁ କି ଏହି ପୋଲ ତିଆରି ହେବା ପଶ୍ଚାତ ଏହି ସ୍ଥାନରେ ହନୁମାନଙ୍କର ଏକ ମନ୍ଦିର ନିର୍ମାଣ କରିବେ । ଏହା ପରେ ପୋଲ ପ୍ରସ୍ତୁତ ହୋଇଗଲା ଏବଂ ଅଧିକାରୀମାନେ ମହାବଳୀ ହନୁମାନଙ୍କର ମନ୍ଦିର ତିଆରି କରିଦେଲେ ।

ସେଥିପାଇଁ ହନୁମାନଙ୍କର ଏହି ମନ୍ଦିର ନାମ ହନୁମାନ ସେତୁ ମନ୍ଦିର ବୋଲି କୁହାଯାଏ । ଗତ ୪୫ ବର୍ଷ ହେବ ଭଗବାନ ହନୁମାନ ନିଜ ଭକ୍ତମାନଙ୍କର ସବୁ ମନୋକାମନାକୁ ପୂରଣ କରୁଛନ୍ତି । ଏଠି ସବୁଦିନ ହନୁମାନଙ୍କର ଚମତ୍କାର ଦେଖିବାକୁ ମିଳିଥାଏ । କୁହାଯାଏ କି ଏହି ମନ୍ଦିର ଭିତରେ ବାବ ନୀବ କରୌରୀ ବିରାଜମାନ ଅଛନ୍ତି । ଏବଂ ବେଳେ ବେଳେ ସେ ନିଜ ଅବସ୍ଥିତର ଅନୁଭବ କରାଇଥାନ୍ତି ।