ସୁସ୍ଥ ରହିବା ପାଇଁ ଦିନସାରା କେତେ ରୁଟି ଖାଇବା ଅଟେ ଜରୁରୀ ? ଏବେହିଁ ଜାଣନ୍ତୁ !

ମଣିଷର ଅତି ଦରକାରୀ ଖାଇବା ରୁଟି ହୋଇଥାଏ । କାରଣ ଭୋକ ମଣିଷକୁ ସଠିକ ଏବଂ ଖରାପ ମଧ୍ୟରେ ଥିବା ପାର୍ଥକ୍ୟକୁ ଭୁଲାଇ ଦେଇଥାଏ । ଆଜିର ମର୍ଡନ ଯୁଗରେ ଖାଦ୍ୟରେ ବିଭିନ୍ନ ପ୍ରକାରର ଜିନିଷ ବ୍ୟବହାର କରା ଯାଉଛି । ଏହି ଖାଦ୍ୟ ଖାଇବାକୁ ବହୁତ ସ୍ଵାଦିଷ୍ଟ ହୋଇଥାଏ କିନ୍ତୁ ଏହାକୁ ତିଆରି କରିବା ପାଇଁ ବିଭିନ୍ନ ମସଲା ଏବଂ ତେଲର ଉପଯୋଗ ଅଧିକ ମାତ୍ରାରେ କରାଯାଏ । ଯେଉଁ କାରଣରୁ ଏହି ଖାଦ୍ୟ ଗୁଡିକ ଆମ ଶରୀରରରେ ସଠିକ ଭାବରେ ହଜମ ହୁଏ ନାହିଁ ଏବଂ ଆମର ପାଚନ ପ୍ରଣାଳୀ ଉପରେ ଖରାପ ପ୍ରଭାବ ପଡିଥାଏ । ଏମିତିରେ ରୁଟି ଏକ ଏମିତି ଖାଦ୍ୟ ଅଟେ ଯାହାର କୌଣସି ସାଇଡ ଇଫେକ୍ଟ ହୋଇ ନଥାଏ ।

କଣ ଆପଣ କେବେ ଭାବିଛନ୍ତି କି ସୁସ୍ଥ ରହିବା ପାଇଁ ଶରୀରକୁ ଦିନସାରା କେତେ ରୁଟିର ଆବଶ୍ୟକତା ହୋଇଥାଏ ? କାରଣ ଅଧିକ ରୁଟି ଖାଇବା ବି ଶରୀରର ପାଇଁ ହାନିକାରକ ଅଟେ । ଆଜିର ଆମର ଏହି ଲେଖାରେ ଆପଣମାନଙ୍କୁ ଏକ ଖାସ କଥା ବିଷୟରେ କହିବାକୁ ଯାଉଛୁ ।

କେତେ ରୁଟି ମନୁଷ୍ୟ ଶରୀରର ପାଇଁ ଆବଶ୍ୟକ ?

Image courtesy: Google

କହିଦେଉଛୁ ଯେ ରୁଟି ଖାଇବା ଦ୍ଵାରା ଶରୀରରକୁ କାର୍ବୋହାଇଡ୍ରେଟ, ପ୍ରୋଟୀନ, ଫାଇବର ଇତ୍ୟାଦି ପୋଷକ ତତ୍ଵ ମିଳିଥାଏ । ଏମିତିରେ ଏକ ସାଧାରଣ ବ୍ୟକ୍ତିକୁ ଦିନ ସାରା ୬ ରୁ ୮ ଟି ରୁଟି ଖାଇବା ଉଚିତ । କିନ୍ତୁ ଯେଉଁଲୋକମାନେ ଦିନସାରା ଅଧିକ କାମ କରନ୍ତି କିମ୍ବା ଅଧିକ ପରିଶ୍ରମ କରୁଛନ୍ତି ତାଙ୍କୁ ପାଖାପାଖି ୧୨ ଟି ରୁଟି ଖାଇବା ଦରକାର । କାରଣ ପରିଶ୍ରମୀ ମଣିଷକୁ ଅଧିକ କାର୍ବୋହାଇଡ୍ରେଟ ଏବଂ ପ୍ରୋଟୀନର ଆବଶ୍ୟକତା ହୋଇଥାଏ ।

ଓଜନ କମ କରିବା ଲୋକମାନଙ୍କ ପାଇଁ

Image courtesy: Google

କେତେକ ଲୋକ ଅଛନ୍ତି ଯେଉଁମାନେ ନିଜର ମୋଟାପା କିମ୍ବା ଓଜନ ବଢିବାର ସମସ୍ୟାରେ ପୀଡିତ ଅଛନ୍ତି । ଏମିତିରେ ଆପଣମାନେ ଯଦି ନିଜର ଓଜନ କମ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଦିନସାରା କାର୍ବୋହାଇଡ୍ରେଟ ଏବଂ ପ୍ରୋଟୀନ ନିଶ୍ଚିତ ଦରକାର ହେବ । ଏମିତିରେ ଆପଣମାନେ ଗୋଟିଏ ଦିନରେ ୫ ଟି ରୁଟି ଖାଇବା ଉଚିତ । ଯଦି ଏହାକୁ ଦିନ ସମୟରେ ଖାଇବେ ତେବେ ଆହୁରି ଲାଭବାନ ଅଟେ । ଆପଣ ଏହାକୁ ସକାଳେ, ଦ୍ଵିପହର ଏବଂ ସନ୍ଧ୍ୟା ୫ ଟା ସମୟ ପର୍ଯ୍ୟନ୍ତ ଖାଇ ପାରିବେ । କିନ୍ତୁ ରାତିରେ ଭୁଲରେ ବି ରୁଟି ଖାଇ ଶୋଇବେ ନାହିଁ ।

ଓଜନ ବଢାଇବା ପାଇଁ

Image courtesy: Google

ଯଦି ଆପଣ ନିଜର ଓଜନ ବଢାଇବା ପାଇଁ ଚାହୁଁଛନ୍ତି ତେବେ ଆପଣ ଦିନସାରା ଯେତେ ଇଚ୍ଛା ରୁଟି ଖାଇ ପାରିବେ । କାରଣ ଯେତେ ଅଧିକ ରୁଟି ଖାଇବେ ସେତେ ଅଧିକ ପ୍ରୋଟୀନ ଏବଂ କାର୍ବୋହାଇଡ୍ରେଟ ଆପଣଙ୍କର ଶରୀରର ମିଳିବ ଏବଂ ଏହା ଆପଣଙ୍କର ଓଜନକୁ ବଢାଇବାରେ ସାହାର୍ଯ୍ୟ କରିବ । ଆଶା କରୁଛୁ ଆପଣଙ୍କୁ ଏହି ରୁଟି ସବନ୍ଧିତ ସ୍ୱାସ୍ଥ୍ୟ ଟିପ୍ସ ନିଶ୍ଚୟ ସାହାଯ୍ୟ କରିବ। ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ ଓ ଆଗକୁ ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।