କାମ କରିବା ବେଳେ ହାତରୁ ଖସି ପଡୁଛି କି ଏହି ସବୁ ଜିନିଷ ? ଏହା ପଛରେ ଥିବା ଭୟଙ୍କର ଅର୍ଥ ଜାଣିଲେ ଆପଣ ବି ଡରିଯିବେ, ଦେଖନ୍ତୁ କଣ କୁହେ ଶାସ୍ତ୍ର-Shakuna Shastra

କାମ କରିବା ସମୟରେ ଜାଣତରେ ହେଉ ବା ଅଜାଣତରେ ଆମ ହାତରୁ କିଛି ଜିନିଷ ଖସି ପଡିଥାଏ । ଅନେକ ସମୟରେ ଆମେ ଏହି ଖସି ପଡିଥିବା ଜିନିଷ ପ୍ରତି ଧ୍ୟାନ ଦେଇ ନଥାଉ । କିନ୍ତୁ ଆମ ଶାସ୍ତ୍ର ଅନୁସାରେ ଏହି ଛୋଟ ଛୋଟ ଘଟଣା ଆମ ଜୀବନରେ ଭବିଷ୍ୟତରେ ଘଟିବାକୁ ଥିବା ଅଶୁଭ ଘଟଣା ତଥା ଦୁର୍ଘଟଣାର ସଂକେତ ଦେଇଥାଏ । ତେବେ ଆଜି ଏହି ଲେଖା ମାଧ୍ୟମରେ ଆମେ ଆପଣଙ୍କୁ ଏପରି କିଛି ବିଷୟ ଜଣାଇବୁ ଯାହା ଅଶୁଭ ସଂକେତ ହୋଇଥାଏ ।

ଯଦି କାହା ହାତରୁ ଅଚାନକ ଖୁଚୁରା ଅଚାନକ ଖୁଚୁରା ପଇସା ପଡିଯାଏ, ତେବେ ଏହାକୁ ଅଶୁଭ ବୋଲି ବିଚାର କରାଯାଏ । ମାତା ଲକ୍ଷ୍ମୀ ସେହି ବ୍ୟକ୍ତିଙ୍କ ଉପରେ ପ୍ରସନ୍ନ ନାହାନ୍ତି ବୋଲି ଏହା ସଂକେତ ଦେଇଥାଏ । ଆପଣଙ୍କ ସହ ଏପରି ହେଲେ ଆପଣ ସାଙ୍ଗେ ସାଙ୍ଗେ ପଡି ଯାଇଥିବା ଟଙ୍କା ଉଠାଇ ମାତା ଲକ୍ଷ୍ମୀଙ୍କୁ ସ୍ମରଣ କରନ୍ତୁ ।

ହାତରୁ ଦୁଗ୍ଧ ବା ଦୁଗ୍ଧଜାତୀୟ ଖାଦ୍ଯ ହାତରୁ ଖସିଯିବା ପରିବାରରେ ଆର୍ଥିକ ସଙ୍କଟ ଘନେଇ ଆସିବାର ସଂକେତ ଦେଇଥାଏ । ଅନେକ ସମୟରେ ପୂଜା କରିବା ବେଳେ ହାତରୁ ପୂଜା ଥାଳି ଖସି ଯାଇଥାଏ ବା ଦୀପ ଲିଭି ଯାଇଥାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ ଏହା ଭବିଷ୍ୟତରେ ହେବାକୁ ଥିବା କିଛି ଅଘଟଣ ବିଷୟରେ ଏକ ସୂଚନା ଅଟେ ।

ଏପରି ଆପଣ ତୁରନ୍ତ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ ଓ ସାବଧାନତା ଅବଲମ୍ବନ କରନ୍ତୁ । ଯଦି ଆପଣଙ୍କ ହାତରୁ ପାଣି ଭର୍ତ୍ତି ଥିବା ଗ୍ଳାସ ପଡିଯାଉଛି ତେବେ ସାବଧାନ ହୋଇଯାନ୍ତୁ । ଏହା ଭବିଷ୍ୟତରେ ହେବାକୁ ଥିବା ରୋଗବ୍ୟାଧିର ସଂକେତ ଅଟେ । କୌଣସି ବିବାହିତା ମହିଳା ଯଦି ସିନ୍ଦୂର ଲଗାଉଥିବା ବେଳେ ତାଙ୍କ ହାତରୁ ଫରୁଆ ଖସିପଡେ, ତେବେ ଏହା ତାଙ୍କ ସ୍ଵାମୀଙ୍କ ଉପରେ ଆସିବାକୁ ଥିବା ବିପଦକୁ ଦର୍ଶାଏ । ତେଣୁ ସାବଧାନତାର ସହ ସିନ୍ଦୂର ଲଗାଇବା ଉଚିତ । ଯଦି ଖାଦ୍ଯ ପ୍ରସ୍ତୁତ କରିବା ବେଳେ ହାତରୁ ତେଲ ଖସିପଡେ, ତେବେ ଘରେ ଅନ୍ନ ଓ ଧନର ଅଭାବ ଦେଖା ଦେଇଥାଏ ।

ରୋଷେଇ କରିବା ବେଳେ ଯଦି ହାତରୁ ଲୁଣ ଖସିପଡେ ତେବେ ଘର ମଧ୍ୟରେ ଝଗଡା ହେବା ସହ ଘରେ ଋଣର ଭାର ବଢିବାର ସମ୍ଭାବନା ରହିଥାଏ । ଗହଣା ପିନ୍ଧୁଥିବା ବେଳେ ହାତରୁ ସୁନଗହଣା ଖସି ତଳେ ପଡିଯିବା ମଧ୍ୟ ଅତ୍ୟନ୍ତ ଅଶୁଭ ହୋଇଥାଏ । ଏପରି ହେବା ଦ୍ଵାରା ପତି-ପତ୍ନୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ଏହି ସମସ୍ତ ବିଷୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ, ଦେଖିବେ କିଛି ବି ଅସୁବିଧା ଆସିବ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।