Supreme Courtଙ୍କ ବଡ ରାୟ, ବୋହୁ ବାପଘର ସବୁ ଜିନିଷ ଯୌତୁକ!

ବନ୍ଧୁଗଣ ଯୌତୁକ ସମ୍ପର୍କରେ ଏକ ଗୁରୁତ୍ଵ ପୂର୍ଣ୍ଣ ରାଏ ସୁନାଇଛନ୍ତି । ଘର ନିର୍ମାଣ କରିବା ପାଇଁ ଟଙ୍କା ମାଗିବା ପାଇଁ ଅପରାଧ କୁହାଯିବ । ବର୍ତ୍ତମାନ ସମୟରେ ଯୌତୁକର ପରିଭାଷା ବ୍ୟାପକ ହେବା ଉଚିତ । ଏଥିପାଇଁ କନ୍ୟା ଘରୁ ସମସ୍ତ ଜିନିଷ ତଥା ଦାବି କରା ଯାଉଥିବା ଜିନିଷକୁ ନେଇ ଯୌତୁକ ଭାବରେ ପରିଗଣିତ କରାଯିବ । ଜମିବାଡି, ସମ୍ପତି, ସୁନା ରୂପା, ଘର ନିର୍ମାଣ ପାଇଁ ଟଙ୍କା ଦାବି ସବୁ କିଛି ଯୌତୁକ ଜନିତ ଅପରାଧ ବୋଲି କୁହାଯିବ । ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ଏସ ଏନ ଭୋପାନ ଓ ଜଷ୍ଟିସ ସୀମା କୋହଲିଙ୍କୁ ନେଇ ଗଠିତ ବେଞ୍ଚ ରାଏ ଶୁଣାଇଛନ୍ତି ।

ସମ୍ପତି ସମ୍ବଧୀୟ ଯେ କୌଣସି ଜିନିଷ ଯୌତୁକ ଶ୍ରେଣୀରେ ଅର୍ଥାତ ଆଇପିସି ଧାରା ୩୦୪-ବି ଓ ଆତ୍ମହତ୍ୟା ପାଇଁ ଉସ୍କାଇବା ଅପରାଧରେ ଅନ୍ତର୍ଭୁକ୍ତ ହେବ ବୋଲି ସର୍ବୋଚ୍ଚ ନ୍ୟାୟଳୟ ନିର୍ଦେଶ ଦେଇଛି । ଏହି ମାମଲାରେ ଶୁଣାଣୀ କରି ସୁପ୍ରିମ କୋର୍ଟ ଏହି ଜରୁରୀ ରାଏ ଶୁଣାଇଛନ୍ତି । ଜଣେ ମହିଳାଙ୍କ ଠାରୁ ଘର ନିର୍ମାଣ ପାଇଁ ଅଭିଯୁକ୍ତ ସ୍ଵାମୀ ଓ ଶ୍ଵଶୁର ବାରମ୍ବାର ଟଙ୍କା ଦାବି କରୁଥିଲେ ।

କିନ୍ତୁ ମହିଳାଙ୍କ ପରିବାର ଲୋକେ ଟଙ୍କା ଦେବା ପାଇଁ ସମର୍ଥ ନ ଥିଲେ । ଏହା ସହ ମହିଳାଙ୍କ ପରିବାର ଲୋକେ ଟଙ୍କା ମଧ୍ୟ ଦେଇ ନ ଥିଲେ । ଟଙ୍କା ପାଇଁ ମହିଳାଙ୍କୁ ଲଗାତାର ହଇରାଣ କରିବା ସହ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦିଆ ଯାଉଥିଲା । ଯାହା ପାଇଁ ମହିଳା ଜଣକ ଆତ୍ମହତ୍ୟା କରିଥିଲେ ।

ଏହି ମାମଲାରେ ମଧ୍ୟ ପ୍ରଦେଶ ହାଇକୋର୍ଟ ଶୁଣାଣୀ କରି କହିଥିଲେ ଯେ ଗୃହ ନିର୍ମାଣ ପାଇଁ ଟଙ୍କା ଦାବି କରା ଯିବାକୁ ଯୌତୁକ ଭାବରେ ଗ୍ରହଣ କରାଯିବ ନାହିଁ । ଏହି ରାଏ କୁ ଖାରଚ କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ଆଇନର ଉଦେଶ୍ୟ ପୂରଣ କରୁ ନ ଥିବା ତଥା ବାଧା ସୃଷ୍ଟି କରୁଥିବା ଏହି ନିୟମକୁ ପରିବର୍ତ୍ତନ କରାଯିବା ଉଚିତ । ଏହା ପରିବର୍ତ୍ତେ ଆଇନର ଉଦେଶ୍ୟ ପୂରଣ କରୁଥିବା ସଜ୍ଞା ନିରୂପଣ କରାଯିବା ଉଚିତ ।

ଯୌତୁକ ବିରୋଧୀ ଆଇନ ମାମଲାରେ ଏହା ପ୍ଜଯୁଜ୍ୟ ଅଟେ । କାରଣ ଆମ ସମାଜରେ ଯୌତୁକ ଜନିତ ଅପରାଧ ଥମୁ ନାହି । ଯାହା ଦ୍ଵାରା ଗଭୀର ଭାବେ ଲୋକ ମାନଙ୍କ ଉପରେ ପ୍ରଭାବ ପଡୁଛି । ଶିକ୍ଷିତ ଲୋକଙ୍କ ଠାରୁ ଆରମ୍ଭ କରି ଅଶିକ୍ଷିତ ଲୋକେ ଯୌତୁକକୁ ଉପହାର ବୋଲି କହୁଥିବା କୋର୍ଟ କହିଛନ୍ତି । ତେବେ ଯୌତୁକ ନେବା ବା ଦେବା ଏକ ଆଇନଗତ ଅପରାଧ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।