Gwalior ର ଏହି ସ୍କୁଲ ପିଲାଙ୍କ ସହ ବନ୍ଧୁ ବାନ୍ଧିଛି ଶୁଆ ! ଏକାଠି ସ୍କୁଲ ଯାଉଛି, ଖେଳୁଛି ଆଉ ଖାଉଛି ବି, ଦେଖନ୍ତୁ ଏହି ମଜାଦାର video

ମଣିଷ ସହ ପଶୁପକ୍ଷୀଙ୍କ ଦୋସ୍ତି ବହୁତ ନିଆରା କଥା । କଥା କହି ପାରୁ ନଥିବା ପ୍ରାଣୀର ହାବଭାବ ହିଁ ପ୍ରକାଶ କରିଦିଏ ତା ପ୍ରେମ । ଆଉ ଭାବନାକୁ ବୁଝିବାରେ ମଣିଷକୁ ବି ଭଗବାନ ଖୁବ ଗଭୀର ଜ୍ଞାନ ଦେଇଛନ୍ତି । ଦୁନିଆରେ ଅନେକଲୋକ ଅଛନ୍ତି ଯେଉଁମାନେ ପଶୁପକ୍ଷୀଙ୍କୁ ଖୁବ ଭଲ ପାଆନ୍ତି । କିନ୍ତୁ କେଉଁ ପଶୁ କିମ୍ବା ପକ୍ଷୀର ଭଲ ପାଇବା ଲାଭ କରିବା ମଣିଷ ପାଇଁ ଏକ ଉପହାର ସ୍ୱରୂପ ଅଟେ । ଆଜି ଆମେ ଆପଣଙ୍କୁ ଏକ ଶୁଆର ବନ୍ଧୁତା ଓ ପ୍ରେମ କଥା କହିବୁ ।

ସାଙ୍ଗସାଥିଙ୍କ ସାଙ୍ଗରେ ସ୍କୁଲ ଯାଉଛି ଶୁଆ । ମିଠୁ ଡାକ କାକୀ କେତବେଳେ ସଙ୍ଗର ମୁଣ୍ଡ ଉପରେ ତ କେତେବେଳେ ସାଙ୍ଗରେ ମୁଣ୍ଡ ଉପରେ ବସି ଯାଉଛି । ସମୟରେ ସ୍କୁଲ ଯାଉଛି ଆଉ ଛୁଟି ହେଲେ ଏକାଠି ଫେରୁଛି । ସ୍କୁଲ କେତେବେଳେ ଖୋଳୁଛି ଆଉ କେତେବେଳେ ବନ୍ଦ ହେଉଛି ତାହା ବି ଜାଣିଛି ଏହି ଶୁଆ । ଗତ କିଛି ଦିନ ମଧ୍ୟରେ ଏହି କୁନି ଛାତ୍ରଛାତ୍ରୀଙ୍କ ସହ ତା’ର ସମ୍ପର୍କ ଏତେ ବଢିଯାଇଛି ଯେ, ଆଖପାଖ ଅଞ୍ଚଳରେ ଏହି ଶୁଆକୁ ନେଇ ଚାଲିଛି ଚର୍ଚ୍ଚା । ମଧ୍ୟପ୍ରଦେଶର ଗ୍ଵାଲିଆରରୁ ଦେଖିବାକୁ ମିଳିଛି ଏହିପରି ଏକ ନିଆରା ଦୃଶ୍ୟ ।

ଗ୍ଵାଲିଆରର ଶାଲଗ୍ରାମ ପାହାଡୀ ଜଙ୍ଗଲର ରହୁଥିବା ଏହି ଶୁଆ ଠିକ ୯ଟା ବାଜିଲେ ଏହି ପିଲାମାନଙ୍କ ସହ ସ୍କୁଲ ଆସିଥାଏ । ସ୍କୁଲରେ ଯେମିତି ପିଲାମାନେ ପ୍ରବେଶ କରନ୍ତି ଠିକ ସେହି ସମୟରେ ସେ ଖୋଲା ଆକାଶରେ ମନ ଖୋଲି ଉଡିଯାଏ । ଆଉ ସ୍କୁଲର ବେଲ୍ ବାଜିଲେ ଫେରିବା ବାଟରେ ସାଙ୍ଗ ହୋଇ ଫେରେ । ହଷ୍ଟେଲର ପିଲାମାନଙ୍କ ପ୍ରବେଶ ହେଉ ହେଉ ପୁଣି ସନ୍ଧ୍ୟା ଆକାଶରେ ଉଡିଯାଏ । ତେବେ ଦିନେ କି ମାସେ ନୁହେଁ, ବରଂ ଏମିତି ବର୍ଷ ବର୍ଷ ଧରି ବନ୍ଧୁ ବାନ୍ଧିଛି ଏହି ସ୍ନେହୀ ଶୁଆ ।

ତେବେ ସ୍କୁଲ ଯିବା ଆସିବା ନୁହେଁ ବରଂ ଏହି ଛାତ୍ରଛାତ୍ରୀଙ୍କ ଏକାଠି ଖାଇଥାଏ ଏହି ଶୁଆ ଓ ମସ୍ତି ମଧ୍ୟ କରେ । କେବଳ ଶୁଆ ଯେ ଏମାନଙ୍କୁ ଭଲ ପାଉଛି ତାହା ନୁହେଁ, ବରଂ ପିଲାମାନେ ମଧ୍ୟ ଏହି ନିରୀହ ପକ୍ଷୀର ପ୍ରେମରେ ପଡି ଯାଇଛନ୍ତି । ପିଲାମାନଙ୍କ ସହ ଏହି ଶୁଆର ଦୋସ୍ତି ସମସ୍ତଙ୍କ ହୃଦୟ ଜିଣି ନେଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।