ଗୁରୁବାର ଦିନ ଏହି କଥାର ରଖନ୍ତୁ ବିଶେଷ ଧ୍ୟାନ, ବିଷ୍ଣୁଙ୍କ କୃପାରୁ ହେବ ଧନ ଲାଭ, ସବୁ କଷ୍ଟ ହେବ ଦୂର

ପ୍ରାୟତଃ ଆପଣମାନେ ଦେଖିଥିବେ କି ଆପଣ ନିଜ ଜୀବନରେ ଧନ ଉପାର୍ଜନ କରିବା ପାଇଁ କଠିନ ପରିଶ୍ରମ କରିଥାନ୍ତି କିନ୍ତୁ ଆପଣଙ୍କୁ ନିଜର ପରିଶ୍ରମର କୌଣସି ମୂଲ୍ୟ ମିଳିପାରେ ନାହିଁ । ଏତେ ଅଧିକ ପରିଶ୍ରମ କଲା ପରେ ବି ଆପଣଙ୍କୁ ପର୍ଯ୍ୟାପ୍ତ ଧନ ପ୍ରାପ୍ତି ହୁଏ ନାହିଁ କି ଆପଣଙ୍କୁ ମାନ ସମ୍ମାନ ମିଳେନାହିଁ । ଏହା ବ୍ୟତୀତ ଆପଣଙ୍କୁ ବହୁତ ସମସ୍ୟାର ସାମ୍ନା ମଧ୍ୟ କରିବାକୁ ପଡିଥାଏ ।

ପ୍ରକୃତରେ ଯଦି ଆପଣ ନିଜ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତେବେ ଜ୍ୟୋତିଷ ଶାସ୍ତ୍ରରେ ଗୁରୁବାର ଦିନ କିଛି ଏମିତି କାର୍ଯ୍ୟ କରିବାକୁ କୁହାଯାଇଛି ଯାହାକୁ ଧ୍ୟାନ ଦେଲେ ମଣିଷକୁ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ । ଯେମିତି କି ଆପଣ ସମସ୍ତ ଜାଣିଛନ୍ତି କି ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ଦିନ ବୋଲି ମାନନ୍ତି ଏହି ଦିନ ଆପଣ ଛୋଟ ଛୋଟ କଥାର ଧ୍ୟାନ ରଖି ଆପଣ ନିଜର ଖରାପ ଭାଗ୍ୟକୁ ଦୂର କରି ପାରିବେ ।

ଗୁରୁଙ୍କୁ ଭାଗ୍ୟର କାରକ ଗ୍ରହ କୁହାଯାଏ । ଯଦି ଆପଣ ଏହି ଦିନ କିଛି ଉପାୟ କରନ୍ତି ଓ କିଛି କଥା ଉପରେ ଧ୍ୟାନ ଦିଅନ୍ତି ତେବେ ଏଥିରୁ ଆପଣଙ୍କ ଜୀବନରେ କେବେ ବି ଧନର ଅଭାବ ରହିବ ନାହିଁ ଓ ତା ସହିତ ଆପଣ ନିଜର ସମସ୍ତ ସମସ୍ୟାରୁ ମଧ୍ୟ ମୁକ୍ତି ପାଇ ପାରିବେ । ଆଜି ଆମେ ଆପଣଙ୍କୁ ଗୁରୁବାର ଦିନ କେଉଁ କାର୍ଯ୍ୟ କରିବା ଆବଶ୍ୟକ ଓ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ ଏହା ବିଷୟରେ ଜଣାଇବୁ ।

ଆସନ୍ତୁ ଜାଣିବା ଗୁରୁବାର ଦିନ କେଉଁ କାର୍ଯ୍ୟ କରିବା

ଯଦି ଆପଣ ଗୁରୁବାର ଦିନ ସୂର୍ଯ୍ୟଦୟ ପୂର୍ବରୁ ଉଠି ଭଗବାନ ବିଷ୍ଣୁଙ୍କ ପାଖରେ ଦୀପ ଜଳାନ୍ତି ଓ ବିଷ୍ଣୁ ଶହସ୍ରନାମର ପାଠ କରନ୍ତି ତେବେ ଏଥିରୁ ଆପଣଙ୍କୁ ଭଲ ଫଳ ମିଳିଥାଏ ।

ଆପଣ ଗୁରୁବାର ଦିନ ହଳଦିଆ ବସ୍ତୁର ଦାନ କରନ୍ତୁ । ଆପଣ ହଳଦିଆ ବସ୍ତୁ ମଧ୍ୟରେ ସୁନା, ହଳଦୀ, ଚଣା, ଫଳ ଆଦି ଦାନ କରି ପାରନ୍ତି । ଏମିତି କରିବା ଦ୍ଵାରା ଭଗବାନ ବିଷ୍ଣୁଙ୍କ କୃପା ସବୁବେଳେ ଆପଣଙ୍କ ସାଥିରେ ଥାଏ ।

ଆପଣ ଗୁରୁବାର ଦିନ ଗୁରୁଙ୍କୁ ଧଳା ଚନ୍ଦନର କାଠକୁ ପଥରରେ ଘଷି ସେଥିରେ କେଶର ମିଶାଇ ମଥାରେ ଲେପ ବା ଟିକା ଲଗାନ୍ତୁ । ଆପଣ ଏହି ଦିନ ହଳଦୀ ର ତିଳକ ମଧ୍ୟ ଲଗାଇ ପାରିବେ । ଏଥିରୁ ଆପଣଙ୍କ ଜୀବନରେ ସବୁ ସମସ୍ୟା ଦୂର ହୋଇଥାଏ ।

ଯଦି ଆପଣ ଗୁରୁବାର ଦିନ ଭଗବାନ ଶିବଙ୍କୁ ବେସନ ଲଡୁ ର ଭୋଗ ଲଗାନ୍ତି ଓ ଏହି ଦିନ ଭୋଜନରେ ହଳଦିଆ ଜିନିଷର ପ୍ରୟୋଗ କରନ୍ତି ତେବେ ଏଥିରୁ ଆପଣଙ୍କ ଜୀବନରେ କଷ୍ଟ ଦୂର ହୋଇଥାଏ ଓ ଆପଣଙ୍କ ଜୀବନରେ କେବେ ବି ଧନର ଅଭାବ ରୁହେ ନାହିଁ ।

ଯଦି ଆପଣ ଗୁରୁବାରଦିନ କଦଳୀ ଦାନ କରନ୍ତି, ସକାଳେ କଦଳୀ ଗଛରେ ଜଳ ଅର୍ପଣ କରନ୍ତି ଓ ସନ୍ଧ୍ୟା ସମୟରେ ଦୀପ ଜଳାନ୍ତି ତେବେ ଏଥିରୁ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ।

ଆସନ୍ତୁ ଜାଣିବା ଗୁରୁବାର ଦିନ କେଉଁ କାର୍ଯ୍ୟ କରିବେ ନାହିଁ

ଆପଣ ନିଜ ଘରୁ ଭୁଲରେ ବି ଗୁରୁବାର ଦିନ ଝିଅ ବୋହୂଙ୍କୁ ବିଦା କରନ୍ତୁ ନାହିଁ ।

ଏମିତି କୁହାଯାଏ କି ଗୁରୁବାର ଦିନ କାହା ଠାରୁ ବି କରଜ ଆଣିବାର କଥା ନୁହେଁ କି କାହାକୁ କରଜ ଦେବା କଥା ନୁହେଁ ।

ଆପଣ ଗୁରୁବାର ଦିନ ବାଳ, ନଖ କାଟନ୍ତୁ ନାହିଁ ।

ଆଶା କରୁଛୁ ଆମର ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଥିବ । ସେଆର କରନ୍ତୁ ଅନ୍ୟମାନଙ୍କ ସହିତ । ଆଗକୁ ଏମିତି ଅନେକ ନୂଆ ନୂଆ ଲେଖା ପାଇଁ ଓଡିଆ ଫାଷ୍ଟ ପେଜକୁ ଲାଇକ କରନ୍ତୁ ।