କଣ ପାଇଁ ଏଠାରେ ମିଶୁ ନାହିଁ 2 ମହାସାଗର ? Gulf of Alaska ର ଏହି ରହସ୍ୟ ବିଷୟରେ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ

କିଛି ବର୍ଷ ତଳେ ଏକ ଫଟୋ ଏବଂ ଏହାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିଥିଲା, ଯେଉଁଥିରେ ଦୁଇଟି ସମୁଦ୍ର ଏକାଠି ମିଶି ମଧ୍ୟ ଅଲଗା ହୋଇ ରହିଥିବାର ଦେଖିବାକୁ ମିଳିଥିଲା । ଯାହାକୁ ଅନେକ ବୁଦ୍ଧିଜୀବୀ ମଧ୍ୟ ଭଗବାନଙ୍କ ଏକ ଚମତ୍କାର ଛଡା ଆଉ କିଛି ନୁହେଁ ବୋଲି ଭାବିଥିଲେ । ଆପଣ ବି ‘ଗଲ୍ଫ ଅଫ ଅଲାସ୍କା’ ର ଏହି ଫଟୋ ସୋସିଆଲ ମିଡିଆରେ ନିଶ୍ଚୟ ଦେଖିଥିବେ । ତେବେ ଆମେ ଆପଣଙ୍କୁ ଏହି ଗଲ୍ଫ ଅଫ ଅଲାସ୍କାର ରହସ୍ୟ ଖୋଲି କହିବାକୁ ଯାଉଛୁ ।

ଆପଣ ପାଣିରେ କେବେ ତେଲ ମିଶାଇ ଦେଖିଛନ୍ତି କି ? ତେବେ ଜାଣିଥିବେ କି ପାଣି ଓ ତେଲ ଏକାଠି ରହି ମଧ୍ୟ ଅଲଗା ହୋଇଯାନ୍ତି । ଏହି ଗଲ୍ଫ ଅଫ ଅଲାସ୍କାର ରହସ୍ୟ ମଧ୍ୟ ଠିକ ସେହିପରି । ପ୍ରଶାନ୍ତ ମହାସାଗର ଓ ଆଟଲାଣ୍ଟିକ ମହାସାଗର ଏହି ଗୋଟିଏ ସ୍ଥାନରେ ଭେଟ ତ ହୁଅନ୍ତି କିନ୍ତୁ ପରସ୍ପର ସହ ମିଶନ୍ତି ନାହିଁ । ଏହି ସ୍ଥାନ ଲୋକଙ୍କୁ ଏଥିପାଇଁ ଆଶ୍ଚର୍ଯ୍ୟ କରେ ଯେ ପାଣିକୁ ପାଣି ସହ ମିଶାଇଲେ ତାହା ମିଶିଯାଏ ଏବଂ ସେଥିରେ କିଛି ବି ଅଲଗା ଦେଖିବାକୁ ମିଳେ ନାହିଁ ।

କିନ୍ତୁ ଏହି ଦୁଇ ମହାସାଗରର ପାଣି ମିଶୁ ନାହାନ୍ତି କାହିଁକି ? ତେବେ ପ୍ରକୃତରେ ଏହା ପାଣିର କେମିକାଲ ଓ ମିନେରାଲ କମ୍ପୋଜିସନ ପାଇଁ ହେଉଛି । ଏହାସହ ପାଣିର ଘନତାରେ ମଧ୍ୟ ଫରକ ରହୁଛି । ଅର୍ଥାତ ଆଟଲାଣ୍ଟିକ ମହାସାଗରର ପାଣି ସିଧାସଳଖ ଗ୍ଲେସିୟର ତରଳିବା ପରେ ଆସୁଛି ।

ସେଥିପାଇଁ ଏହି ଫଟୋରେ ସ୍ବଚ୍ଛ ନୀଳ ରଙ୍ଗର ଦେଖା ଯାଉଥିବା ପାଣି ହେଉଛି ଆଟଲାଣ୍ଟିକର ପାଣି । କାରଣ ଏହା ଅଧିକ ଥଣ୍ଡା ଓ ଢେର ସାରା ମିନେରାଲ୍ସରେ ପରିପୂର୍ଣ୍ଣ ଅଟେ । ତେଣୁ କରି ଏହି ପାଣିର ଘନତ୍ଵ ବେଶ ଅଧିକ । କିନ୍ତୁ ଅନ୍ୟପଟେ ଗାଢ ନୀଳ ରଙ୍ଗର ଦିଶୁଥିବା ପ୍ରଶାନ୍ତ ମହାସାଗରର ଘନତ୍ଵ ଖୁବ କମ୍ କିନ୍ତୁ ଏହାର ତାପମାତ୍ରା ଖୁବ ଅଧିକ । ସେଥିପାଇଁ ତାପମାତ୍ରା ଓ ପାଣିର ଘନତ୍ଵ ଅଲଗା ଅଲଗା ହୋଇଥିବାରୁ ଏହି ଦୁଇ ସ୍ଥାନର ପାଣି ଏକଆରେକ ସହ ମିଶି ମଧ୍ୟ ଏକ ହୋଇପାରନ୍ତି ନାହିଁ ।

ଏହି ଦୁଇ ମହାସାଗରର ପାଣି ଯେତେବେଳେ ମିଶିବାକୁ ଚେଷ୍ଟା କରନ୍ତି ସେତେବେଳେ ଦୁହିଁଙ୍କ ପାଣି ଧକ୍କା ହୋଇ ଏକ ପ୍ରକାର ଫେଣ ସୃଷ୍ଟି ହୁଏ । ଯାହା ଏହି ଦୁଇ ପାଣି ମଝିରେ ଏକ ସୀମା ତିଆରି କରିଥାଏ । ତା’ସହ ସୂର୍ଯ୍ୟକିରଣରେ ଲୁଣ ଓ ମଧୁର ଜଳର ବିଭିନ୍ନ ଘନତା ହେତୁ ଉଭୟ ଜଳର ରଙ୍ଗ ମଧ୍ୟ ପରସ୍ପର ଠାରୁ ଅଲଗା ଦେଖାଯାଏ ।

ସେଥିପାଇଁ ଏହାର ଦୃଶ୍ୟ ସାରା ବିଶ୍ଵକୁ ଚକିତ କରେ । ତେବେ ଦୁନିଆର ଅନେକ ଲୋକ ଏହାକୁ ଚମତ୍କାର ବୋଲି ଭାବନ୍ତି ଓ ଆମେ ମଧ୍ୟ ମାନୁ । ଏହି ଚମତ୍କାର ବିଜ୍ଞାନ ଏବଂ ପ୍ରକୃତିର ସମ୍ମିଶ୍ରଣରେ ତିଆରି ହୋଇଛି । ଗଲ୍ଫ ଅଫ ଅଲାସ୍କା ପରି ଆହୁରି କେତେକ ସ୍ଥାନ ମଧ୍ୟ ରହିଛି ଯେଉଁଠାରେ ଦୁଇ ଜାଗର ପାଣି ପରସ୍ପର ସହ ମିଶନ୍ତି ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।