Ram Navami GK:- ଶ୍ରୀରାମ ନବମୀ ଓ ରାମାୟଣ ସହ ସମ୍ବନ୍ଧିତ 20 ଟି ପ୍ରଶ୍ନ ଓ ଉତ୍ତର

ହିନ୍ଦୁ ଧର୍ମରେ ୧୨ ମାସରେ ୧୩ ପର୍ବ ପାଳନ କରାଯାଏ । ପ୍ରତ୍ଯେକ ପର୍ବପର୍ବାଣିର ଭିନ୍ନ ଭିନ୍ନ ମହତ୍ଵ ରହିଛି ଓ ସବୁ ପର୍ବକୁ ଆମେ ଧୁମଧାମରେ ପାଳନ କରିଥାଉ । କିନ୍ତୁ କିଛି ପର୍ବପର୍ବାଣି ସହ ଜଡିତ କିଛି ବିଶେଷ ତଥ୍ୟ ବା ସେଥିସହ ଜଡିତ କିଛି ମହତ୍ବପୂର୍ଣ୍ଣ ବିଷୟ ଆମେ ଜାଣି ନଥାଉ । ସେହିପରି ଗୋଟିଏ ମୁଖ୍ୟ ପର୍ବ ହେଉଛି ଶ୍ରୀରାମ ନବମୀ । ତେବେ ଚାଲନ୍ତୁ ଜାଣିବା ଶ୍ରୀରାମ ନବମୀ ସହ ସମ୍ବନ୍ଧିତ କିଛି ପ୍ରଶ୍ନ ଏବଂ ଉତ୍ତର ।

୧- ପ୍ରଭୁ ଶ୍ରୀରାମଙ୍କ ଜନ୍ମଦିନକୁ କେଉଁ ଦିନ ଭାବେ ପାଳନ କରାଯାଏ ?

ଉ: ରାମ ନବମୀ

୨- ପ୍ରଭୁ ଶ୍ରୀରାମ କେଉଁ ଯୁଗରେ ଜନ୍ମ ଲାଭ କରିଥିଲେ ?

ଉ: ତ୍ରେତୟା ଯୁଗରେ

୩- ହିନ୍ଦୁ କ୍ଯାଲେଣ୍ଡର ଅନୁଯାୟୀ ପ୍ରଭୁ ଶ୍ରୀରାମ କେଉଁ ମାସରେ ଜନ୍ମ ଗ୍ରହଣ କରିଥିଲେ ?

ଉ: ଚୈତ୍ର

୪- ୨୦୨୨ ମସିହାର କେଉଁ ମସିହାରେ ଶ୍ରୀରାମ ନବମୀ ପାଳନ କରାଯିବ ?

ଉ: ଏପ୍ରିଲ ୧୦ ତାରିଖ

୫- ପ୍ରଭୁ ଶ୍ରୀରାମ ଭଗବାନ ବିଷ୍ଣୁଙ୍କ କେତେ ତମ ଅବତାର ଅଟନ୍ତି ?

ଉ: ସପ୍ତମ ଅବତାର

୬- ପ୍ରଭୁ ଶ୍ରୀରାମଙ୍କ ମାତାଙ୍କ ନାମ କଣ ?

ଉ: କୌଶଲ୍ୟା

୭- ପ୍ରଭୁ ଶ୍ରୀରାମଙ୍କ ପିତାଙ୍କ ନାମ କଣ ?

ଉ: ଦଶରଥ

୮- ପ୍ରଭୁ ଶ୍ରୀରାମଙ୍କ ଜନ୍ମ କେଉଁଠାରେ ହୋଇଥିଲା ?

ଉ: ଅଯୋଧ୍ୟା

୯- ଅଯୋଧ୍ୟା ନଗରି ବର୍ତ୍ତମାନ ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?

ଉ: ଉତ୍ତର ପ୍ରଦେଶ ରାଜ୍ୟରେ

୧୦- ପବିତ୍ର ରାମ ନବମୀ କଣ ସୂଚିତ କରେ ?

ଉ: ଅଧର୍ମ ଉପରେ ଧର୍ମର ବିଜୟ ଏବଂ ଧର୍ମ ପ୍ରତିଷ୍ଠାକୁ ସୂଚିତ କରେ

୧୧- ରାମାୟଣ କିଏ ରଚନା କରିଥିଲେ ?

ଉ: ବାଲ୍ମୀକି

୧୨- ରାମାୟଣରେ ସମୁଦାୟ କେତୋଟି ଅଧ୍ୟାୟ ରହିଛି ?

ଉ: ୭ଟି

୧୩- ରାମାୟଣ କେଉଁ ଯୁଗ ସହ ସମ୍ବନ୍ଧିତ ଅଟେ ?

ଉ: ତ୍ରେତୟା ଯୁଗ

୧୪- ଅଯୋଧ୍ୟା ଦେଶର ରାଜା କିଏ ଥିଲେ ?

ଉ: ଦଶରଥ

୧୫- ରାମାୟଣରେ ରାଜା ଦଶରଥଙ୍କ କେତୋଟି ପତ୍ନୀ ଥିଲେ ?

ଉ: ତିନୋଟି

୧୬- ରାଜା ଦଶରଥଙ୍କର କେତୋଟି ପୁତ୍ର ସନ୍ତାନ ଥିଲେ ?

ଉ: ଚାରୋଟି

୧୭- ପ୍ରଭୁ ଶ୍ରୀରାମଙ୍କ ପତ୍ନୀଙ୍କ ନାମ କଣ ?

ଉ: ମାତା ସୀତା

୧୮- ସୀତାଙ୍କ ପାଳିତ ପିତାଙ୍କ ନାମ କଣ ?

ଉ: ଜନକ

୧୯- ପ୍ରଭୁ ଶ୍ରୀରାମ କେତେ ବର୍ଷ ପର୍ଯ୍ୟନ୍ତ ବନବାସ ଯାଇଥିଲେ ?

ଉ: ୧୪ ବର୍ଷ

୨୦- ଲକ୍ଷ୍ମଣଙ୍କ ନିଜ ମାତାଙ୍କ ନାମ କଣ ?

ଉ: ସୁମିତ୍ରା

୨୧- ଭରତ ଓ ଶତ୍ରୁଘ୍ନଙ୍କ ମାତାଙ୍କ ନାମ କଣ ?

ଉ: କୈକେୟୀ

୨୨- ରାଜା ଦଶରଥଙ୍କ ଅତିପ୍ରିୟ ପୁତ୍ର କିଏ ଥିଲେ ?

ଉ: ରାମଚନ୍ଦ୍ର

୨୩- ମାତା ସୀତାଙ୍କ ଜନ୍ମଦାତ୍ରୀ କିଏ ?

ଉ: ପୃଥିବୀ ମା ବା ଭୂମି

୨୪- ମାତା ସୀତାଙ୍କ ପାଳିତ ମାତା କିଏ ?

ଉ: ସୁନୟନା

୨୫- ଲକ୍ଷ୍ମଣଙ୍କ ପତ୍ନୀଙ୍କ ନାମ କଣ ?

ଉ: ଊର୍ମିଳା

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।