ପ୍ରତିଦିନ ସକାଳେ ଖାଲି ପେଟରେ ଗୋଟେ ଗୁଜୁରାତି ଖାଇବା ଦ୍ଵାରା ମୂଳରୁ ଭଲ ହୋଇଥାଏ ଏହି ୬ ଟି ରୋଗ

ଗୁଜୁରାତି ସବୁ ଭାରତୀୟଙ୍କ ଘରେ ମିଳିଥାଏ । ଏହାକୁ ମାଉଥ ଫ୍ରେଶନର ଓ ମସଲା ରୂପରେ ବ୍ୟବହାର କରାଯାଏ ଓ ବହୁତ ପ୍ରକାରର ବ୍ୟଞ୍ଜନରେ ମଧ୍ୟ ବ୍ୟବହାର କରାଯାଇଥାଏ । ଗୁଜୁରାତିର ସ୍ଵାଦ ଅଲଗା ପ୍ରକାରର ହୋଇଥାଏ ଯାହା ପାଇଁ ଏହା ସମସ୍ତଙ୍କର ପସନ୍ଦ ହୋଇଥାଏ । ଏହାର ବହୁତ ସ୍ୱାସ୍ଥ୍ୟ ବର୍ଦ୍ଧକ ଲାଭ ମଧ୍ୟ ଅଛି । ଗୁଜୁରାତି ଦୁଇ ପ୍ରକାରର ହୋଇଥାଏ । ବଡ ଗୁଜୁରାତି ଓ ଛୋଟ ଗୁଜୁରାତି ।

Image courtesy: Google

ବଡ ଗୁଜୁରାତି ଖାଦ୍ୟରେ ମସଲା ରୂପରେ ବ୍ୟବହୃତ ହୋଇଥାଏ ଓ ଛୋଟ ଗୁଜୁରାତି ମାଉଥ ଫ୍ରେଶନର ଅଟେ ଯାହାକୁ ମିଠାରେ ମଧ୍ୟ ସମସ୍ତେ ବ୍ୟବହାର କରିଥାନ୍ତି । ଏହା ଅଲଗା ପ୍ରକାରର ସ୍ଵାଦ ଦେଇଥାଏ ଓ ଏହାର ସୁଗନ୍ଧ ସମସ୍ତଙ୍କୁ ଆକର୍ଷିତ କରିଥାଏ । ଗୁଜୁରାତିରେ ଆଇରନ, ଭିଟାମିନ C, ପୋଟାସିୟମ, ମ୍ୟାଗ୍ନେସିୟମ, କ୍ୟାଲସିୟମ ଆଦି ପୋଷକ ତତ୍ତ୍ଵ ମିଳିଥାଏ । ଆସନ୍ତୁ ଜାଣିବା ଗୁଜୁରାତି ଦ୍ଵାରା ଆମକୁ କଣ ଲାଭ ମିଳିଥାଏ ।

୧. ପାଚନ ତନ୍ତ୍ରକୁ ମଝବୁତ କରିଥାଏ

ପ୍ରତ୍ୟେକ ଭାରତୀୟ ଖାଇବା ପରେ ନିଜ ବନ୍ଧୁଙ୍କୁ ଗୁଜୁରାତି, ପାନମଧୁରୀ ଖାଇବାକୁ ଦେଇଥାନ୍ତି । ଆପଣ ଜାଣନ୍ତି ଏମିତି କାହିଁକି ? କାରଣ ଗୁଜୁରାତିରେ ନାଚୁରାଲ ତତ୍ତ୍ଵ ଥାଏ ଯାହା ଖାଦ୍ୟକୁ ହଜମ କରିବାରେ ସାହାର୍ଯ୍ୟ କରିଥାଏ । ଏଥିରୁ ଗଳାରେ ଓ ପେଟରେ ହେଉଥିବା ଜଳା ପୋଡା ବି କମ ହୋଇଥାଏ ।

ଗୁଜୁରାତି ଦ୍ଵାରା ଗ୍ୟାସ, ଏସିଡିଟି ଦୂର ହୋଇଥାଏ । ଛୋଟ ଖଣ୍ଡେ ଅଦା, 2-3 ଲବଙ୍ଗ,3-4 ଟି ଗୁଜୁରାତି ନେଇ ଭଲ ଭାବେ ପେଶି ଚୂନା କରି ନିଅନ୍ତୁ । ଏହାକୁ ପ୍ରତିଦିନ ଖାଇବା ପରେ ଏକ ଚାମଚ ପାଣି ସହିତ ଖାଆନ୍ତୁ ଯାହା ଦ୍ଵାରା ପାଚନ ସମ୍ବନ୍ଧୀୟ ସବୁ ସମସ୍ୟା ଦୂର ହୋଇଥାଏ ।

୨. ଥଣ୍ଡା କାଶକୁ ଦୂର କରିଥାଏ

Image courtesy: Google

ଥଣ୍ଡା କାରଣରୁ କିଛି ଥର ଗଳାରେ ବହୁତ କଷ୍ଟ ହୋଇଥାଏ ଓ କାଶ ହୋଇଥାଏ । ଏହାକୁ ଠିକ କରିବା ପାଇଁ ସକାଳେ ଖାଲି ପେଟରେ ଓ ରାତିରେ ଶୋଇବା ପୂର୍ବରୁ 1-2 ଟି ଗୁଜୁରାତି ଚୋବାଇ ଉଷୁମ ପାଣି ପିଅନ୍ତୁ, ଗଳାକୁ କିଛି ସମୟରେ ଆରମ ମିଳିବ ।

୩. ବ୍ଲଡ ପ୍ରେସର ପାଇଁ ଲାଭକାରୀ

Image courtesy: Google

ଗୁଜୁରାତିରେ ବ୍ଲଡ ପ୍ରେସରକୁ କଣ୍ଟ୍ରୋଲ କରିବାର ମଧ୍ୟ କ୍ଷମତା ଥାଏ । ଏଥିରେ ପୋଟାସିୟମ ଓ ଫାଇବର ଥାଏ ଯିଏ ବ୍ଲଡ ପ୍ରେସରକୁ କଣ୍ଟ୍ରୋଲ କରିଥାଏ । ବ୍ଲଡ ପ୍ରେସର ରୋଗୀଙ୍କୁ ଖାଇବା ପରେ ଗୁଜୁରାତି ନିଶ୍ଚୟ ଖାଇବା ଆବଶ୍ୟକ ।

୪. ବିଷାକ୍ତ ପଦାର୍ଥକୁ ବାହାର କରିଥାଏ

ଶରୀର ଭିତର ସଫା ରଖିବା ସେତିକି ଜରୁରୀ ହୋଇଥାଏ ଯେତେ ବାହାରକୁ ସଫା ରଖିବା । ଏଥିପାଇଁ ଆପଣ ପ୍ରତିଦିନ ଗୋଟିଏ ଗୁଜୁରାତି ଖାଇବା ଦ୍ଵାରା କିଡନୀରୁ ସବୁ ବିଷାକ୍ତ ତତ୍ତ୍ଵ ବାହାରି ଯାଇଥାଏ ।

୫. ମସ୍ତିସ୍କ କୁ ମଝବୁତ କରିଥାଏ

ଆଜ୍ଞା ହଁ, ମସ୍ତିସ୍କ ଶକ୍ତି ବଢାଇବାରେ, ଦୃଷ୍ଟି ଶକ୍ତି ଓ ସ୍ମରଣ ଶକ୍ତି ବଢାଇବାରେ ମଧ୍ୟ ଗୁଜୁରାତି ବହୁତ ସାହାର୍ଯ୍ୟ କରିଥାଏ । ଗୁଜୁରାତି ଦାନାକୁ 2-3 ବାଦାମ ଓ 2-3 ପିସ୍ତା ସହିତ 2-3 ଚାମଚ କ୍ଷୀର ପକାଇ ପେଶି ଦିଅନ୍ତୁ । ଏହା ପରେ ଗୋଟିଏ ଗ୍ଳାସ କ୍ଷୀରରେ ଏହାକୁ ମିଶାଇ ଅଧା ହେବା ପର୍ଯ୍ୟନ୍ତ କାଢା ତିଆରି କରନ୍ତୁ । ପୁଣି ମିଶ୍ରି ମିଶାଇ ଖାଆନ୍ତୁ ।

୬. ବାନ୍ତିକୁ ଏହା ବନ୍ଦ କରିଥାଏ

Image courtesy: Google

ଦେହ ବୁଲାଇବା, ବାନ୍ତି ହେବା, ପାଟିର ସ୍ଵାଦ ଖରାପ ହେବା ଏପରି କିଛି ହେଲେ ଗୁଜୁରାତି ଚୋବାନ୍ତୁ କିଛି ସମୟରେ ଆପଣଙ୍କୁ ଭଲ ଲାଗିବ । ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।