ଆଦିତ୍ୟଙ୍କ CCTV Footage ହେଉଛି ଭାଇରାଲ, ଦେଖନ୍ତୁ ଭିଡିଓ

କହିବାକୁ ଗଲେ ବର୍ତ୍ତମାନ ସମୟରେ ଚାରିଆଡେ କେବଳ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାକୁ ନେଇ ଚର୍ଚା ଚାଲିଛି । ଏମିତିରେ ସମସ୍ତେ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାର ସତ୍ୟତା ଜାଣିବା ପାଇଁ ସବୁବେଳେ ଉତ୍ସାହିତ ବି ରହୁଛନ୍ତି । ଏହି କ୍ରମରେ ଆଜି ଆମେ ଆପଣଙ୍କ ପାଇଁ ପୁଣି ଥରେ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲା ସମ୍ବନ୍ଧିତ ଏକ ନୂତନ ଖବର ନେଇ ଆସିଛୁ । ଯାହାକି ପୋଲିସ ପାଇଁ ଏକ ବଡ ପ୍ରମାଣ ଅଟେ ।

କହିବାକୁ ଗଲେ ବର୍ତ୍ତମାନ ସମୟରେ ଏକ ସିସିଟିଭି ଫୁଟେଜ ଭାଇରାଲ ହେଉଛି । ଯେଉଁଥିରେ ଆଦିତ୍ୟ ଦାସ ନଜର ଆସୁଛନ୍ତି ବୋଲି ସମସ୍ତେ କହୁଛନ୍ତି । ଚାଳନ୍ତୁ ଜାଣିବା ଏହି ସିସିଟିଭି ଫୁଟେଜ ପଛରେ ଥିବା ଅସଲ ସତ୍ୟତା ବିଷୟରେ ।

କହିବାକୁ ଗଲେ ଆଦିତ୍ୟ ଦାସଙ୍କ ମାମଲାରେ ଏକ ନୂତନ ତଥ୍ୟ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଏକ ସିସିଟିଭି ଫୁଟେଜ ଭାଇରାଲ ହେଉଛି । ଯେଉଁଥିରେ ଦେଖା ଯାଉଛି କି ଆଦିତ୍ୟ ଦାସ ଏକ ରାସ୍ତାରେ ଏକୁଟିଆ ଚାଲି ଚାଲି ଯାଉଛନ୍ତି । ଆପଣଙ୍କୁ କହିଦେଉଛୁ କି ଏହି ସିସିଟିଭି ଫୁଟେଜକୁ ଜିଆରପି ପୋଲିସ ସାର୍ବଜନୀକ କରି ନ ଥିଲା । ସିସିଟିଭି ଫୁଟେଜ ଅନୁସାରେ ସନ୍ଧ୍ୟା ୭ : ୨୩ ମିନିଟରେ ଆଦିତ୍ୟ ଏକୁଟିଆ ଚାଲି ଯାଉଥିବାର ଦୃଶ୍ୟ ନଜର ଆସୁଛି ।

ଏହି ଦୃଶ୍ୟରେ ଜଣା ପଡୁଛି କି ଆଦିତ୍ୟ ପୋଖରୀ ପଟ ରେଳ ଷ୍ଟେସନ ନିକଟରେ ଚାଲି ଚାଲି ଯାଉଛନ୍ତି । କିନ୍ତୁ ସେହି ସମୟରେ ଅତିବାହିତ କରିଥିବା ସବୁ ଟ୍ରେନର ଟ୍ରେନ ପାଇଲଟକୁ ଜିଆରପି ପୋଲିସ ଜେରା କରି ସାରିଛି । ନିୟମ ଅନୁସାରେ ଯଦି କୌଣସି ଟ୍ରେନ ଦ୍ଵାରା କୌଣସି ବ୍ୟକ୍ତି କିମ୍ବା ଅନ୍ୟ କୌଣସି ଜିନିଷକୁ ଧକା ହେଉଛି ତେବେ ଟ୍ରେନର ପାଇଲଟ ଆସନ୍ତା ଷ୍ଟେସନରେ ଏହାର ସୂଚନା ଦେବେ ।

କିନ୍ତୁ ସେହି ଦିନ ସେହି ରୁଟରେ ଯାଇଥିବା କୌଣସି ବି ଟ୍ରେନର ଟ୍ରେନ ପାଇଲଟ ଏହିଭଳି କୌଣସି ବି ସୂଚନା କୌଣସି ବି ଷ୍ଟେସନରେ ଦେଇ ନାହାନ୍ତି । ଏହି ମାମଳାକୁ ନେଇ ଜିଆରପି ପୋଲିସ ଅଧିକ ଯାଞ୍ଚ କରୁଛି । କିନ୍ତୁ ଅନ୍ୟ ପଟେ ଜିଆରପି ପୋଲିସର ଯାଞ୍ଚ ଉପରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ପ୍ରଶ୍ନ କରିଛନ୍ତି । ସେ କହୁଛନ୍ତି କି ଜିଆରପି ପୋଲିସ ଏହି ମାମଲାକୁ ନେଇ ଅଧିକ ସମୟ ନେଉଛନ୍ତି ।

Video Credit- Kanak News

ଏହା ସହିତ ଘଟଣାର ଯାଞ୍ଚ କରିବା ନିମନ୍ତେ ସେ ଏହି କେସକୁ Commissionerate Policeକୁ ହସ୍ତାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି ଅନୁରୋଧ ବି କରିଛନ୍ତି । କହିବାକୁ ଗଲେ ଏହି ଘଟଣାକୁ ନେଇ ଜିଆରପି ପୋଲିସ ପାଖାପାଖି ୩୦ ଜଣ ବ୍ୟକ୍ତିଙ୍କୁ ଜେରା କରି ସାରିଛି । କିନ୍ତୁ ପୋଲିସକୁ କୌଣସି ପ୍ରକାରର ବି ସଠିକ ପ୍ରମାଣ ମିଳି ନାହିଁ ଓ ଏହିଭଳି ସମୟରେ ସୋସିଆଲ ମିଡିଆରେ ସିସିଟିଭି ଫୁଟେଜ ଭାଇରାଲ ହେଉଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।