ବାହା ହେବ ତ ଏମିତି ! ବାହା ହେବାକୁ ହେଲିକପ୍ଟରରେ ଆସିଲେ ବର । ଆପଣ ବିବାହ ପାଇଁ ଯିବା ବେଳେ ବରକୁ ସର୍ବଦା ଫୁଲରେ ସଜ୍ଜିତ କାର୍ ରେ ବସି ଯିବାର ଦେଖିଥିବେ । ନଚେତ ଘୋଡାଗାଡି କିମ୍ବା ଘୋଡା ଉପରେ ବସି ଯିବାର ଦେଖିଥିବେ । କିନ୍ତୁ କେବେ କୌଣସି ବରକୁ ବିବାହ ପାଇଁ ହେଲିକପ୍ଟରରେ ବସି ଯିବାର ଦେଖିଛନ୍ତି କି ? ଏହି ଦୃଶ୍ୟ ଦେଖିଲେ ଆପଣ ମଧ୍ୟ ଖୁସି ହୋଇଯିବେ ।
ଏହି ଭିଡିଓରେ ଆପଣ ଦେଖି ପାରୁଥିବେ ହେଲିକପ୍ଟରରେ ବସି ସହର ସାରା ବୁଲିବା ପରେ ବିବାହ ମଣ୍ଡପକୁ ହେଲିକପ୍ଟରରେ ଆସି ପହଞ୍ଚିଥିଲେ ବର । ଏଭଳି ଏକ ରୋଚକ ବିବାହ ଦୃଶ୍ୟ ସୁରଟରେ ଦେଖିବାକୁ ମିଳିଛି । ସୁରଟରେ ଜଣେ ଧନୀ ବ୍ୟବସାୟୀଙ୍କ ପୁଅ ବାହାଘରରେ ଏଭଳି ଦେଖିବାକୁ ମିଳିଛି । ସୁରଟର ରାହୁଲ ଜୋଗ୍ରାନା ନାମକ ଏହି ଯୁବକ ବିବାହ କରିବାକୁ ହେଲିକପ୍ଟର ଆସିଥିଲେ ।
ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସୁରଟ ଆକାଶରେ ବୁଲିବା ପରେ ଏକ ପାଖ ପଡିଆରେ ବର ଓହ୍ଲାଇଥିଲା ବିବାହ ମଣ୍ଡପକୁ । ଏହାପରେ ସେଠାରୁ ତାଙ୍କୁ ପାଛୋଟି ନେଇଥିଲେ ବନ୍ଧୁ ଓ ସମ୍ପର୍କୀୟ ମାନେ । କେବଳ ଏତିକି ନୁହେଁ ବର ହେଲିକପ୍ଟରରୁ ଫୁଲବର୍ଷା ବି କରିଥିଲେ । ଯାହା ଦେଖିବାକୁ ଖୁବ୍ ଆକର୍ଷଣୀୟ ଥିଲା ।
ବିବାହ କାର୍ଯ୍ୟକୁ ରୋଚକ କରିବା ପାଇଁ ବରଙ୍କ ବନ୍ଧୁଙ୍କ ପକ୍ଷରୁ ଏଭଳି କିଛି ଆୟୋଜନ କରା ଯାଇଥିଲା । ତେବେ ଏହି ସମ୍ବନ୍ଧରେ ବରଙ୍କୁ ପଚରା ଯିବାରୁ ସେ କହିଥିଲେ କି, ସେ ନିଜେ ମଧ୍ୟ ଜାଣି ନଥିଲେ କି ତାଙ୍କ ବାରାତ ହେଲିକପ୍ଟରରେ ଯିବ ବୋଲି । ଏକଦମ ଶେଷ ମୂହୁର୍ତ୍ତରେ ହିଁ ସେ ଏହା ଜାଣିବାକୁ ପାଇଥିଲେ । ତାଙ୍କ ବନ୍ଧୁମାନେ ପୂର୍ବରୁ ହେଲିକପ୍ଟର ବୁକ୍ କରି ସଂପୂର୍ଣ୍ଣ ଆୟୋଜନ କରି ରଖିଥିଲେ ।
ହେଲିକପ୍ଟରରୁ ଯେତେବେଳେ ବିବାହ ମଣ୍ଡପରେ ଫୁଲବର୍ଷା ହେଲା ସେତେବେଳେ ଝିଅ ଘର ଲୋକେ ମଧ୍ୟ ଜାଣିବାକୁ ପାଇଥିଲେ କି ତାଙ୍କ ବର ହେଲିକପ୍ଟରରେ ଆସିଛନ୍ତି ବୋଲି । ଏହା ଦେଖିବା ପାଇଁ ଆଖପାଖ ଲୋକେ ଦୌଡି ଆସିଥିଲେ ଓ ସେଠାରେ ବରକୁ ହେଲେକପ୍ଟରରୁ ଓହ୍ଲାଇବା ଦେଖି ଖୁବ ଖୁସି ହୋଇଥିଲେ ।
ଆକାଶରୁ ଫୁଲବର୍ଷା ହେବା ଦୃଶ୍ୟ ଲୋକଙ୍କ ମନରେ ଖୁବ୍ କୌତୁହଳ ସୃଷ୍ଟି କରିଥିଲା । ଏହା ଦେଖିବାକୁ ମଧ୍ୟ ଖୁବ୍ ସୁନ୍ଦର ଥିଲା । ଆପଣଙ୍କୁ ଏହି ଦୃଶ୍ୟ ଦେଖି କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।