ମରିଗଲା ଉଜ୍ଜ୍ଵଳା ଗ୍ଯାସ ସିଲିଣ୍ଡର ! କୋକେଇ ଶୋଭାଯାତ୍ରାରେ ନେଇଗଲେ ମହିଳା ଗୋଷ୍ଠୀ, ଏହି ଭିଡିଓ ଦେଖିଲେ ଆପଣ ହସି ହସି ଗଡିଯିବେ, ଦେଖନ୍ତୁ video

ଏହି ଭିଡିଓରେ ଆପଣ ଦେଖି ପାରୁଥିବେ କିଛି ମହିଳା କୋକେଇ ଶୋଭାଯାତ୍ରାରେ ଯାଉଛନ୍ତି ଓ ରାମନାମ ସତ୍ୟ ହେ ସ୍ଵରରେ ରାସ୍ତା ଫାଟି ପଡୁଛି । ଆପଣ ଭାବୁଥିବେ କିଏ ଚାଲିଗଲେ ବୋଲି ? ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଏଠାରେ ମହିଳା ମାନେ ମୋଦୀ ସରକାରଙ୍କ ଉଜ୍ଜ୍ଵଳା ଗ୍ଯାସର ଅନ୍ତିମ ସଂସ୍କାର କରିବାକୁ ଯାଉଛନ୍ତି । କଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଥିବେ ସତ । ଆଜ୍ଞା ହଁ ଏକ ଏହି ମହିଳା ମାନେ ଏକ କୋକେଇ ପ୍ରସ୍ତୁତ କରି ସେଥିରେ ଏକ ଗ୍ଯାସ ସିଲିଣ୍ଡର ରଖି ଏହାକୁ ଅନ୍ତିମ ଯାତ୍ରାରେ ନେଇ ଯାଉଛନ୍ତି ।

ଆଉ ଶେଷରେ ରୀତିନୀତି ଅନୁସାରେ ଏହାର ଅନ୍ତିମ ସଂସ୍କାର ମଧ୍ୟ କରୁଛନ୍ତି । ଏହି ଭିଡିଓ ଦୃଶ୍ୟଟି ଭୁବନେଶ୍ବରର ବୋଲି ଜଣାପଡିଛି । ତେବେ କଥା ଟା ହେଉଛି ପେଟ୍ରୋଲ ଓ ଡିଜେଲ ପରି ଇନ୍ଧନ ଗ୍ଯାସର ଦର ମଧ୍ୟ ହୁ ହୁ ହୋଇ ବଢିବାରେ ରହିଛି । ତେବେ କିଛିଦିନ ଧରି ସରକାର ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିରେ ଲଗାମ ଲଗାଇଥିବା ବେଳେ ପେଟ୍ରୋଲ ଦର ସାମାନ୍ଯ ହ୍ରାସ ମଧ୍ୟ ପାଇଛି ।

କିନ୍ତୁ ଇନ୍ଧନ ଗ୍ଯାସ ଦର ଆସି ସିଲିଣ୍ଡର ପିଛା ହଜାରେ ଛୁଇଁଲାଣି । ମୋଦୀ ସରକାର ଉଜ୍ଜ୍ଵଳା ଯୋଜନା ମାଧ୍ୟମରେ ଘରେ ଘରେ ଗ୍ଯାସ ଚୁଲା ଏବଂ ସିଲିଣ୍ଡର ଯୋଗାଇ ଦେଲେ । କିନ୍ତୁ ଇନ୍ଧନ ଗ୍ଯାସ ଦର ବୃଦ୍ଧି ଯୋଗୁଁ ଗ୍ଯାସରେ ରୋଷେଇ କରିବା ପାଇଁ ଲୋକଙ୍କୁ ବାଧିଲାଣି । ଏହାର ପ୍ରତିବାଦ କରି କିଛି ମହିଳା ଦଳ ଉଜ୍ଜ୍ଵଳା ଗ୍ଯାସ ସିଲିଣ୍ଡରର ଅନ୍ତିମ ଶୋଭାଯାତ୍ରା କରି ନେଉଛନ୍ତି ।

ଏହା ଦେଖିବାକୁ କିନ୍ତୁ ଖୁବ୍ ରୋଚକ ଲାଗୁଛି । ସମସ୍ତେ ଏକଦମ ସିରିୟସ ହୋଇ ରୀତିନୀତି ଅନୁସାରେ ଗ୍ଯାସର ଅନ୍ତିମ ସଂସ୍କାର କରୁଥିବା ବେଳେ ଏହି ଦୃଶ୍ୟ ଦେଖି ଆପଣଙ୍କୁ ନିଶ୍ଚୟ ଲାଗିଥିବ । ଗ୍ଯାସ ଦରବୃଦ୍ଧିକୁ ନେଇ ଆନ୍ଦୋଳନ କରିବା ଠିକ ଅଛି କିନ୍ତୁ ରାସ୍ତାରେ ଏହି ସବୁ ପ୍ରହସନ କରିବା କଣ ଦରକାର ଆପଣ ମଧ୍ୟ ଏକଥା ନିଶ୍ଚେ ଭାବିଥିବେ । ତେବେ ଓଟିଭିର ନ୍ଯୁଜଫ୍ୟୁଜ କାର୍ଯ୍ୟକ୍ରମରେ ଏହି ଦୃଶ୍ୟକୁ ଦେଖା ଯାଇଥିଲା ।

ଯାହା ଦେଖିଲେ ଆପଣ ହସି ହସି ଗଡିଯିବେ । ଏହାସହ ସମ୍ବଲପୁରରେ ମଧ୍ୟ କିଛି ମହିଳା ଗୋଷ୍ଠୀ କାଠରେ ଚୁଲି ଜଳାଇ ରୋଷେଇ କରି ଗ୍ଯାସ ଦରବୃଦ୍ଧିର ପ୍ରତିବାଦ କରୁଥିବା ଆପଣ ଦେଖିପାରିବେ । ତେବେ ସେ ଚୁଲିରେ କେବଳ ଗରମ ପାଣି ବସିଛି ଜାଣିଲେ ଆପଣ ନିଜ ହସ ସମ୍ଭାଳି ପାରିବେନି ।

ରାସ୍ତାରେ ଗ୍ଯାସ ଦରବୃଦ୍ଧିକୁ ନେଇ ଚୁଲି ଜାଳି ଏବଂ ଗ୍ଯାସର ଅନ୍ତିମ ସଂସ୍କାର କରି ଏମିତି ପ୍ରହସନ ହେଉଛି ଘରେ ଯେମିତି ସତେ ଆଉ ଗ୍ଯାସରେ ରୋଷେଇ କରୁ ନାହାନ୍ତି । ତେବେ ଆପଣଙ୍କୁ ଏହି ଦୃଶ୍ୟ ସବୁ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।