ଆକାଶରୁ ଖସିଲା ଏକ ବିଶାଳକାୟ ସାପ, ଭୟରେ ଦୌଡିବାକୁ ଲାଗିଲେ ଲୋକ, ଭିଡିଓ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ, ଦେଖନ୍ତୁ ଏହି Video

ସାପ ଏପରି ଏକ ଜୀବ ଯାହା ଠାରୁ ସମସ୍ତେ ଯେତେ ସମ୍ଭବ ଦୂରେଇ ରହିବାକୁ ପସନ୍ଦ କରିଥାଉ । ସାପକୁ ଦେଖିବା ମାତ୍ରେ ଆମେ ଭୟରେ ସେଠାରୁ ପଳାଇବାକୁ ଚେଷ୍ଟା କରିଥାଉ । ସେତେବେଳେ ସାପ କେଉଁ ପରେ ଅଛି ଓ ଆପଣ କେଉଁ ପଟେ ଦୌଡିଲେ ବଞ୍ଚିଯିବେ ତାହା ଆପଣଙ୍କୁ ଜଣାଥାଏ । କିନ୍ତୁ ଠାରେ ଭାବି ଦେଖନ୍ତୁ ଯଦି କୌଣସି ସାପ ସିଧା ଆକାଶରୁ ଖସି ପରେ ତ ଆପଣ କ’ଣ କରିବେ ? ଏହା କୌଣସି ଖରାପ ସ୍ଵପ୍ନ ଠାରୁ କିଛି କମ୍ ନୁହେଁ !

ତେବେ ଆଜିକାଲି ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି, ଯେଉଁତିରେ ଗୋଟିଏ ବଡ ଅଜଗର ସାପ ଉପରେ ଝୁଲିଥିବାର ଦେଖିବାକୁ ମିଳୁଛି । ଭିଡିଓ ଟିକୁ ଧ୍ୟାନର ସହ ଦେଖିଲେ ଆପଣ ଜାଣି ପାରିବେ କି ସାପଟି ଏକ ବହୁତ ପତଳା ତାରରେ ଲଟକି ରହିଛି । ବଜାରରେ ଭିଡ ମଧ୍ୟରେ ଏତେ ବଡ ଅଜଗର ସାପକୁ ତାର ଉପରେ ଝୁଲିଥିବାର ଦେଖି ଲୋକେ ଭୟରେ ଦୌଡାଦୌଡି କରିବା ଆରମ୍ଭ କରି ଦେଇଥିଲେ ।

ଏହି ଦୃଶ୍ୟ ଦେଖିବା ପାଇଁ ଅନେକ ଲୋକ ମଧ୍ୟ ଜମା ହୋଇ ଯାଇଥିଲେ ଓ ଏହି ଦୁର୍ଲଭ ଦୃଶ୍ୟର ଭିଡିଓ ବନାଉଥିଲେ । ତେବେ ଦେଖୁ ଦେଖୁ ସାପ ଅଚାନକ ତାରରୁ ତଳକୁ ପଡିଗଲା ଓ ସେ ପଡିବା ମାତ୍ରେ ଲୋକେ ଚିତ୍କାର କରି ଦୌଡିବାକୁ ଲାଗିଲେ । ତେବେ ଯାହା ହେଉ ସାପକୁ ଦେଖିବା ମାତ୍ରେ ସେ ସ୍ଥାନର ରାସ୍ତା ଖାଲି କରିଦିଆ ଯାଇଥିଲା । ସେଥିପାଇଁ ସାପ ତଳେ ପଡିବା ମାତ୍ରେ ରେସ୍କ୍ଯୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସାପକୁ ଧରି ନେଇଥିଲେ ।

ଏହି ପୁରା ଘଟଣାର ଭିଡିଓ କିଛି ଲୋକ ଉତ୍ତୋଳନ କରିବା ପରେ ଏହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଅନ୍ୟ ଲୋକମାନେ ମଧ୍ୟ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି । କିଏ ଲେଖୁଛି କି, ‘ସତରେ ଏହା ଖୁବ ଭୟଙ୍କର ଦୃଶ୍ୟ’ ତ ଆଉ କିଏ ଲେଖୁଛି, ‘ମୋ ସାମନାରେ ଏମିତି ହୋଇଥିଲେ ମୋ ଦିଲ୍ ବାହାରି ମୋ ମୁହଁ ବାଟେ ବାହାରି ଯାଇଥାନ୍ତା ।’

ସେହିପରି ଆଉ ଜଣେ ଲେଖିଛନ୍ତି, ‘ଆକାଶରୁ ପକ୍ଷୀ ଖସିବାର ଦେଖିଛି, ସାପ ଖସିବାର ପ୍ରଥମ ଥର ଦେଖୁଛି ।’ ଏହି ଭିଡିଓକୁ ‘ଭାଇରାଲ ହଗ୍’ ନାମକ ଏକ ଟ୍ବିଟର ଆକାଉଣ୍ଟ ଶେୟାର କରି କ୍ୟାପସନରେ ଲେଖିଥିଲା କି, “ଆକାଶରୁ ଖସୁଥିବା ଏକ ବିରାଟକାୟ ସାପ, ଏକ କେଉଁ ଖରାପ ସ୍ଵପ୍ନ ଠାରୁ ବି ଖରାପ ଅଟେ ।” ଏହି ଭିଡିଓକୁ ଏବେ ଯାଏଁ ୯୦ ହଜାରରୁ ମଧ୍ୟ ଅଧିକ ଲୋକ ଦେଖି ସାରିଲେଣି ।

ସୋସିଆଲ ମିଡିଆରେ ଏହି ଭିଡିଓଟି ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ଆପଣ ଏହି ଭିଡିଓ ଦେଖିବା ପରେ ଆପଣଙ୍କ ପ୍ରତିକ୍ରିୟା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।