ଗ୍ରାହକଙ୍କ ଦ୍ଵିତୀୟ SIM କୁ ବନ୍ଦ କରି ଦେଉଛନ୍ତି ଟେଲିକମ କମ୍ପାନୀ, ଏକାଧିକ SIM ରଖିଥିଲେ ଜାଣି ନିଅନ୍ତୁ ଏହି ଖାସ୍ ଅପଡେଟ

ବର୍ତ୍ତମାନ ଦେଶରେ ବହୁସଂଖ୍ଯାରେ ମୋବାଇଲ ଉପଭୋକ୍ତାଙ୍କର ସିମ୍ ବନ୍ଦ ହୋଇଯାଇଛି । ଏହି ସିମ୍ ଗୁଡିକ ଦ୍ଵିତୀୟ ସିମ୍ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ପ୍ରାୟ ୭୫ ଲକ୍ଷ ଭାରତୀୟଙ୍କ ଦ୍ଵିତୀୟ ସିମ୍ କାର୍ଡକୁ ବନ୍ଦ କରି ଦେଇଛନ୍ତି ଟେଲିକମ୍ ଅପରେଟର ମାନେ । ତେବେ ଏତେ ସଂଖ୍ଯାରେ ମୋବାଇଲ ସିମ୍ ବନ୍ଦ ହେବା ଏକ ବଡ ଘଟଣା । ଏହାର କାରଣ ହେଉଛି ଚଳିତ ବର୍ଷ ଟେଲିକମ କମ୍ପାନୀ ଗୁଡିକ ନିଜ ଟାରିଫ ପ୍ଳାନର ମୂଲ୍ଯରେ ବୃଦ୍ଧି କରିଛନ୍ତି ।

ଉପଭୋକ୍ତାମାନେ ବ୍ୟବହାର କରୁ ନଥିବା ସିମ୍ କୁ ନିଜ ଆଡୁ ବନ୍ଦ କରିବା ସମ୍ଭବ ନୁହେଁ । ଟାରିଫ ପ୍ଳାନ ମୂଲ୍ୟରେ ବୃଦ୍ଧି ଯୋଗୁଁ ଅଧିକାଂଶ ଗ୍ରାହକମାନେ ଅତ୍ୟଧିକ ସିମ୍ ଗୁଡିକୁ ଆକ୍ଟିଭ ରଖିବାରେ ସମର୍ଥ ହେଉନାହାନ୍ତି । ଆଗକୁ ୫ଜି ସେବା ଆରମ୍ଭ ହେବାକୁ ଯାଉଥିବା ବେଳେ ଟେଲିକମ କମ୍ପାନୀମାନଙ୍କ ନଜର ଏବେ ଦ୍ଵିତୀୟ ସିମ୍ ଉପରେ ରହିଛି । କାରଣ ଟେଲିକମ କମ୍ପାନୀମାନେ ନିଜ ନେଟୱର୍କରେ ଏତେ ସଂଖ୍ୟକ ନିଷ୍କ୍ରିୟ ଗ୍ରାହକଙ୍କୁ ରଖିବାକୁ ଚାହୁଁ ନାହାନ୍ତି । ଫଳରେ ଲକ୍ଷ ଲକ୍ଷ ଗ୍ରାହକଙ୍କ ଦ୍ଵିତୀୟ ସିମ୍ କାର୍ଡ ବନ୍ଦ ହେବାକୁ ଯାଉଛି ।

ସେହିପରି ରିଚାର୍ଜ ନକଲେ ସିମ୍ ବନ୍ଦ ହୋଇଯିବା ନେଇ ଗ୍ରାହକଙ୍କୁ ଲଗାତାର ମେସେଜ ଦେଉଛି କମ୍ପାନୀ । ୨୦୧୦ ପରଠାରୁ ଗ୍ରାହକମାନେ ଏକାଧିକ ସିମ୍ ରଖିବା ଟ୍ରେଣ୍ଡ ହୋଇଥିବା ବେଳେ ଏହାକୁ ନେଇଏ ଟେଲିକମ କମ୍ପାନୀମାନେ ଏବେ ବଡ ପଦକ୍ଷେପ ନେଇଛନ୍ତି । ଟ୍ରାଇ ରିପୋର୍ଟ ଅନୁସାରେ ଜିଓର ମୋବାଇଲ ଗ୍ରାହକଙ୍କ ସଂଖ୍ୟା ୧୬.୮ ଲକ୍ଷରୁ ୪୦.୮ କୋଟିରେ ପହଞ୍ଚିଛି । ସେହିପରି ଭାରତୀୟ ଏୟାରଟେଲର ଗ୍ରାହକଙ୍କ ସଂଖ୍ୟା ୮.୧ ଲକ୍ଷରୁ ବୃଦ୍ଧି ପାଇ ୩୬ କୋଟିରେ ପହଞ୍ଚିଛି । ଅନ୍ୟପଟେ ବିଏସବିଏଲ କିନ୍ତୁ ଅନେକ ଗ୍ରାହକ ହରାଇଛି ।

ଦ୍ଵିତୀୟ ସିମ୍ ଗୁଡିକ ରିଚାର୍ଜ କରୁ ନଥିବାରୁ ଟେଲିକମ କମ୍ପାନୀ ଗୁଡିକ ନିଜ ଗ୍ରାହକଙ୍କୁ ହଟାଇ ଦେବାକୁ ଚାହୁଁଛନ୍ତି । ବର୍ତ୍ତମାନ ୫ଜି ସ୍ପେକଟ୍ରମର ନିଲାମ ପାଇଁ ପ୍ରସ୍ତୁତ ହେଉଛନ୍ତି ଟେଲିକମ କମ୍ପାନୀମାନେ । ଏଥିପାଇଁ ସେମାନେ ନିଜ ନେଟୱର୍କରୁ ଅତିରିକ୍ତ ଭାର ହଟାଉଛନ୍ତି । ପୂର୍ବରୁ ଟେଲିକମ କମ୍ପାନୀ ଗୁଡିକର ରିଚାର୍ଜ ଦର କମ୍ ଥିବାରୁ ଗ୍ରାହକମାନେ ଏକାଧିକ ସିମ୍ ଚଳେଇବାକୁ ପସନ୍ଦ କରୁଥିଲେ । କିନ୍ତୁ ଏବେ ରିଚାର୍ଜ ଦରରେ ଅହେତୁକ ବୃଦ୍ଧି ଯୋଗୁଁ ଏକାଧିକ ସିମ୍ ଥିଲେ ମଧ୍ୟ କେବଳ ଗୋଟିଏ ସିମ୍ ଚଳାଉଛନ୍ତି ଗ୍ରାହକ ।

ରିଚାର୍ଜ ନକରି ମଧ୍ୟ ସେହି ସିମରେ ଗ୍ରାହକ ସେବା ପାଉଛନ୍ତି । ଯାହାଦ୍ୱାରା କମ୍ପାନୀ ମାନଙ୍କୁ କ୍ଷତି ସହିବାକୁ ପଡୁଛି । ତେଣୁ ରିଚାର୍ଜ ହେଉ ନଥିବା ସିମ୍ ଗୁଡିକୁ ଯଥାଶୀଘ୍ର ବନ୍ଦ କରିବା ପାଇଁ ଟେଲିକମ କମ୍ପାନୀମାନେ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।