Bollywood ନାୟିକାଙ୍କ ପସନ୍ଦ ହେଉଛନ୍ତି ବ୍ୟବସାୟୀ, Bollywood ହୀରୋଙ୍କୁ ଛାଡି Businessman ଙ୍କୁ ନିଜର ଜୀବନସାଥୀ ବାଚିଛନ୍ତି Bollywood ର ଏହି ସବୁ ଅଭିନେତ୍ରୀ, ଦେଖନ୍ତୁ ଲିଷ୍ଟ…

ମଣିଷ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟ ଭିତରୁ ବିବାହ ଅନ୍ଯତମ । ଜୀବନ ପୃଷ୍ଠାରେ ଏହା ପ୍ରତ୍ଯେକ ବ୍ୟକ୍ତି ପାଇଁ ଅଭୁଲା ଇତିହାସ । ଜୀବନସାଥି ବାଛିବା ବେଳେ ଉଭୟ ପୁରୁଷ ଓ ମହିଳା ବେଶ ସତର୍କତାର ସହ ପଦକ୍ଷେପ ନିଅନ୍ତି । ଆମ ପ୍ରିୟ ବଲିଉଡ ନାୟକ ଓ ନାୟିକାମାନେ ମଧ୍ୟ କାହାକୁ ବିବାହ କରିବେ ବା କରିଛନ୍ତି ତାହା ଜାଣିବା ପାଇଁ ସମସ୍ତେ ଆଗ୍ରହୀ ଥାଆନ୍ତି । ତେବେ ଦେଖିବାକୁ ମିଳିଛି କି ବଲିଉଡର ଅଧିକାଂଶ ନାୟିକାଙ୍କ ପସନ୍ଦ ହେଉଛନ୍ତି ବ୍ୟବସାୟୀ ।

୯୦ ଦଶକର ଚର୍ଚ୍ଚିତ ନାୟିକା ଜୁହି ଚାୱଲା ୯୦ ଇଂଲଣ୍ଡର ଜଣେ ବ୍ୟବସାୟୀ ତଥା ମେହତା ଗ୍ରୁପର ମାଲିକ ଜୟ ମେହତାଙ୍କୁ ଙ୍କୁ ବିବାହ କରିଛନ୍ତି । ସେହିପରି ଗଜନି, ରେଡ୍ଡି, ଖିଲାଡ଼ି ୭୮୬ ଭଳି ସୁପରହିଟ୍ ସିନେମା ଦର୍ଶକଙ୍କୁ ଭେଟି ଦେଇଥିବା ବଲିଉଡ ନାୟିକା ଆସିନ ମଧ୍ୟ ଜଣେ ଭାରତୀୟ ବ୍ୟବସାୟୀଙ୍କୁ ବିବାହ କରିଛନ୍ତି । ସେ ହେଉଛନ୍ତି ମାଇକ୍ରୋମ୍ୟାକ୍ସ କମ୍ପାନୀର ସହ ପ୍ରତିଷ୍ଠାତା ରାହୁଲ ଶର୍ମା । ଚର୍ଚ୍ଚିତ ବଲିଉଡ ନାୟିକା ଶିଳ୍ପା ସେଟ୍ଟୀଙ୍କ କ୍ଯାରିୟର ମଧ୍ୟରେ ତାଙ୍କ ପ୍ରେମ ଯୁଗଳବନ୍ଦୀକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ।

କିନ୍ତୁ ଶିଳ୍ପା ଶେଷରେ ମୁମ୍ବାଇର ବିଜନେସମୟାନ ରାଜ କୁନ୍ଦ୍ରାଙ୍କୁ ବିବାହ କରିଛନ୍ତି । ସେହିପରି ବଲିଉଡ ସୁପରଷ୍ଟାର ଅନିଲ କପୁରଙ୍କ ଝିଅ ସୋନମ କପୁର ମଧ୍ୟ ଇଂଲଣ୍ଡର ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରିଛନ୍ତି । ଦେଓଲ ପରିବାରର ସୁକନ୍ୟା ଇଶା ଦେଓଲ ମଧ୍ୟ ଜଣେ ବ୍ୟବସାୟୀଙ୍କୁ ବିବାହ କରିଛନ୍ତି । ପିଲାବେଳର ବନ୍ଧୁ ଭରତ ଦତାନୀଙ୍କୁ ବିବାହ କରିଛନ୍ତି ଇଶା । ଭରତ ଜଣେ ହୀରା ବ୍ୟବସାୟୀ ।

ଅଭିନେତ୍ରୀ ସେଲିନା ଜେଟଲୀ ଗୋଟେ ସମୟରେ ଭାରତର ସବୁ ପୁଅଙ୍କ କ୍ରଶ ଥିଲେ । ସେ ଇଂଲଣ୍ଡର ହୋଟେଲ ଚେନ୍ ମାଲିକ ପିଟର ହଗ୍ ଙ୍କୁ ବିବାହ କରିଛନ୍ତି । ବଲିଉଡ ନାୟିକା ଟିନା ମୁନିମଙ୍କ ବିବାହକୁ ନେଇ ସେତେବେଳେ ବହୁତ ଚର୍ଚ୍ଚା ହୋଇଥିଲା । ସଞ୍ଜୟ ଦତ୍ତଙ୍କ ପ୍ରେମିକା ଟିନା ପ୍ରେମ ବିଚ୍ଛେଦ ପରେ ସେତେବେଳେ ଭାରତର କୋଟିପତି ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କୁ ବିବାହ କରିଥିଲେ । ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ଅମ୍ରିତା ଅରୋରା ତାଙ୍କ ପିଲାବେଳର ବନ୍ଧୁ ଶକିଲ ଦତ୍ତାଙ୍କୁ ବିବାହ କରିଛନ୍ତି ।

ଏକ ଇନ୍ଫ୍ରା ଷ୍ଟ୍ରକଚର କମ୍ପାନୀ ରେଡଷ୍ଟୋନ ଗ୍ରୁପର ମାଲିକ ହେଉଛନ୍ତି ଶକିଲ । ଏହା ବ୍ଯତୀତ ଆହୁରି ବଲିଉଡ ନାୟିକାମାନେ ମଧ୍ୟ ବ୍ୟବସାୟୀଙ୍କୁ ବିବାହ କରିଛନ୍ତି । ଯେଉଁଥିରୁ ସ୍ପଷ୍ଟ ହୁଏ ଯେ ବଲିଉଡ ନାୟିକାମାନେ ଅଧିକାଂଶ ବ୍ୟବସାୟୀଙ୍କୁ ହିଁ ପସନ୍ଦ କରିଥାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।