Vastu Tips: ଘରେ ମନିପ୍ଲାଣ୍ଟ ଲଗାଇଛନ୍ତି କି ? ଭୁଲରେ ବି କରନ୍ତୁ ନାହିଁ ଏହି ଭୁଲ ନଚେତ ଘର ହୋଇଯିବ ବର୍ବାଦ

ଅନେକ ଲୋକ ଘରେ ବିଭିନ୍ନ ପ୍ରକାରର ଗଛ ଲଗାଇବାକୁ ଭଲପାନ୍ତି । ଘରେ ଗଛ ଲଗାଇବା ଦ୍ଵାରା ଘରର ସଦସ୍ୟଙ୍କ ହାର୍ଟ ଭଲ ରୁହେ ବୋଲି କୁହାଯାଏ । କିନ୍ତୁ କିଛି ଗଛ ରହିଛି ଯାହା ଘରେ ଲଗାଇବା ଦ୍ଵାରା ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ ଓ ଆମ ପାଇଁ କ୍ଷତିକାରକ ହୋଇଥାଏ । ଯଦି ଘରେ ମନିପ୍ଳାଣ୍ଟ ରଖିଛନ୍ତି ତ କେଉଁ ଭୁଲ କରିବେ ନାହିଁ ଓ ଘରେ କେଉଁ ଗଛ ଲଗାଇବା ଶୁଭ କିମ୍ବା ଅଶୁଭ ତାହା ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ।

ଓସ୍ତ ଏବଂ ବରଗଛ ଘର ବାହାରେ ଲଗାଇବା ଶୁଭ ମାନାଯାଏ, ଯଦି ଏହା ଘର ଭିତରେ ଥାନ୍ତି ତେବେ ଅଶୁଭ ଫଳ ଦେଇଥାନ୍ତି । ଘରେ ନିମ୍ବ ଗଛ ଲଗାଇବାକୁ ଲୋକେ ପସନ୍ଦ କରନ୍ତି ନାହିଁ, କିନ୍ତୁ ଏହା ଘରେ ରହିବା ବହୁ ଶୁଭ ହୋଇଥାଏ । ସକାରାତ୍ମକ ଊର୍ଜା ଓ ଶୁଦ୍ଧ ବାୟୁ ସହ ଏହି ଗଛ ବହୁ କଲ୍ୟାଣକାରୀ ହୋଇଥାଏ । ହିନ୍ଦୁ ଧର୍ମରେ ତୁଳସୀକୁ ମା’ ଲକ୍ଷ୍ମୀଙ୍କ ରୂପ ମାନାଯାଏ । ଏହା ଘରର ନକରାତ୍ମକ ଊର୍ଜାକୁ ନଷ୍ଟ କରିଥାଏ । କିନ୍ତୁ ତୁଳସୀକୁ ଦକ୍ଷିଣ ଦିଗରେ ଲଗାଇବା ଉଚିତ ନୁହେଁ, ନଚେତ ଏହା ଖ୍ଯାତି କରାଇଥାଏ ।

ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ଅଅଁଳା ଗଛ ଲାଗିବା ଅତିଅନ୍ତ ଶୁଭ ଫଳଦାୟୀ ହୋଇଥାଏ ତଥା ଏହା ଆପଣଙ୍କ କଷ୍ଟକୁ ନଷ୍ଟ କରିଥାଏ । ପୂଜାପାଠରେ କଦଳୀ ଗଛର ବ୍ୟବହାର କରାଯାଏ । କଦଳୀ ଗଛ ଘରର ଐଶନ୍ୟ କୋଣରେ ରହିଲେ ଶୁଭ ହୋଇଥାଏ । ଏହି ଗଛର ଛାଇରେ ପାଠ ପଢିଲେ ଶୀଘ୍ର ମନେରୁହେ ବୋଲି ମଧ୍ୟ କୁହାଯାଏ ।

ବାଉଁଶ ଗଛ ମଧ୍ୟ ଘରେ ଥିଲେ ସମୃଦ୍ଧି ଓ ସଫଳତା ଆଣି ଦେଇଥାଏ । ଆମ୍ବଗଛ ଘରର ଆଖପାଖରେ ଥିଲେ ସନ୍ତାନଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ । ଯଦି ପୂର୍ବରୁ ଏହି ଗଛ ଆପଣଙ୍କ ଘରେ ଅଛି ତେବେ ଏହାର ନକରାତ୍ମକ ଊର୍ଜା କମ୍ କରିବା ପାଇଁ ଏହା ପାଖରେ ନଡିଆ, ନିମ୍ବଗଛ କିମ୍ବା ଦେବଦାରୁ ଗଛ ଲଗାଇ ପାରିବେ । ଯେଉଁମାନଙ୍କ ଘରେ ନଡିଆ ଗଛ ଥାଏ ସେମାନଙ୍କ ମାନ ସମ୍ମାନରେ ଖୁବ ବୃଦ୍ଧି ହୋଇଥାଏ । ଘରେ କଣ୍ଟାଯୁକ୍ତ ଗଛ ଥିଲେ ଶତ୍ରୁଙ୍କର ବୃଦ୍ଧି ହୋଇଥାଏ ।

ତେଣୁ ଘରର ଆଖପାଖରେ କଣ୍ଟାଯୁକ୍ତ ଏବଂ କ୍ଷୀର ବାହାରୁଥିବା ଗଛ ଲଗାଇବା ଅନୁଚିତ । ଘରର ଐଶନ୍ୟ କୋଣରେ, ଉତ୍ତର ଦିଗରେ ଅଧିକ ଉଚ୍ଚ ଗଛ ରଖିବା ଉଚିତ ନୁହେଁ । ଘରର ଆଖପାଖରେ ଅଧା ଶୁଖି ଯାଇଥିବା କିମ୍ବା ଅଧା ପୋଡି ଯାଇଥିବା ଗଛ ରହିଲେ ଏଥିରୁ ନକରାତ୍ମକ ଊର୍ଜା ଘରେ ପ୍ରବେଶ କରେ । ରେଶମ, ତାଳ ଓ କପାସ ଭଳି ଗଛ ମଧ୍ୟ ଘରର ଆଖପାଖରେ ଲଗାଇବା ଉଚିତ ନୁହେଁ, ଏହାଦ୍ବାରା ଘରେ କଳହ ସୃଷ୍ଟି ହୋଇଥାଏ ।

ବାସ୍ତୁ ଅନୁସାରେ ତେନ୍ତୁଳି ଓ ମନ୍ଦାର ଭଳି ଗଛରେ ଖରାପ ଆତ୍ମା ବାସ କରିଥାଏ । ଏହି ଗଛ ପାଖରେ ହଳଦୀ, ନିମ୍ବ, ତୁଳସୀ, ଚନ୍ଦନ ଗଛ ଲଗାଇଲେ ଏହାର ଦୁଷ୍ପ୍ରଭାବ କମିଯାଏ । ମନିପ୍ଳାଣ୍ଟ ଘରେ ଲଗାଇଲେ ଘରର ସୁଖ ସମୃଦ୍ଧିରେ ବୃଦ୍ଧି ହୋଇଥାଏ ବୋଲି କୁହାଯାଏ । କିନ୍ତୁ ଘରର ମୁଖ୍ୟଦ୍ଵାରରେ ମନିପ୍ଳାଣ୍ଟ ଗଛ ଥିଲେ ଘରକୁ ବାଧା ଆସିଥାଏ । ମନିପ୍ଲାଣ୍ଟକୁ ପୂର୍ବ ଦିଗରେ ଲଗାଇଲେ ଏହାର ଶୁଭଫଳ ମିଳିଥାଏ । ଏହି ଦିଗରେ ରଖିପାରୁ ନଥିଲେ ଦକ୍ଷିଣ-ପଶ୍ଚିମ ଦିଗରେ ଲଗାଇଦେବେ ।

ମନିପ୍ଲାଣ୍ଟ ଥିଲେ ଏହାକୁ ସଫା ରଖନ୍ତୁ ବା ଶୁଖିଲା ଖରାପ ପତ୍ର ତୁରନ୍ତ ହଟାଇ ଦିଅନ୍ତୁ ଓ ଏଥିରେ ନିୟମିତ ପାଣି ଦିଅନ୍ତୁ । ମନିପ୍ଲାଣ୍ଟର ଡାଳ ଯେପରି ଭୂମିରେ ନଲାଗେ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।