ଗୋଟିଏ ପିଲାକୁ ବଞ୍ଚେଇବା ପାଇଁ ଜଣକ ପରେ ଜଣେ କୂଅକୁ ଡେଇଁଲେ 30 ଲୋକ, ଆଉ ତା’ ପରେ…ଦେଖନ୍ତୁ Video

୧- ବନ୍ଧୁଗଣ, ଏହି ଘଟଣା ଟି ମଧ୍ୟପ୍ରଦେଶ ର ଅଟେ । ମଧ୍ୟପ୍ରଦେଶ ର ବିଦିଶା ଜିଲ୍ଲା ର ଗଞ୍ଜବସୌଦା ରେ ଏହି ଦୁର୍ଘଟଣା ଟି ଘଟିଗଲା । ଲାଲପଠା ଗାଁ ରେ କୂଅ ରେ ପଡିଯାଇଥିବା ଛୁଆ କୁ ବଞ୍ଚାଇବାକୁ ଯାଇ ଜଣେ ପରେ ଜଣେ ମୋଟ ୩୦ ଲୋକ କୂଅ ରେ ପଡିଗଲେ ।

କୂଅ ରେ ମାଟି ଖସିବା କାରଣରୁ ଜଣେ ପରେ ଜଣେ ଲୋକ କୂଅ ରେ ପଡି ଫସି ଚାଲିଲେ । ସୂଚନା ମିଳିଅଛି ଯେ ସମୁଦାୟ ୨୦ ଲୋକଙ୍କୁ କୂଅ ରୁ ବାହାର କରି ଦିଆଗଲା ମାତ୍ର ୧୧ ଜଣ ଲୋକଙ୍କ ମୃ-ତ୍ୟୁ ଖବର ମିଳିଅଛି । କିଛି ଲୋକ ଙ୍କ ଖବର ମଧ୍ୟ ମିଳୁନାହିଁ । ସ୍ଥାନୀୟ ପ୍ରଶାସନ ଟିମ ରେସକ୍ୟୁ ଅପରେସନ ମଧ୍ୟ କରିଛନ୍ତି । ଏହି କୂଅ ରେ ଜଣେ ୧୪ ବର୍ଷୀୟ ପିଲା ଟି ପଡିଯାଇଥିଲା । ସେହି କୂଅ ଟିର ଗଭୀରତା ସମୁଦାୟ ୩୦ ଫୁଟ ହେବ । ସେଥିରେ ୧୫ ଫୁଟ ପର୍ଯ୍ୟନ୍ତ ପାଣି ଥିଲା ।

ସେହି ପିଲାଟିକୁ ବଞ୍ଚାଇବା ପାଇଁ ଲୋକ ମାନେ ସେହି କୂଅ ନିକଟରେ ଏକତ୍ରିତ ହେଲେ, ମାତ୍ର ସେହି କୂଅ ର ଉପରି ଭାଗରେ ସିମେଣ୍ଟ ର ସ୍ଲାପ ଦ୍ଵାରା ଢକା ହୋଇଥିଲା । ଲୋକଙ୍କର ଭାର ସମ୍ବଭାଲି ନପାରି ଅଚାନକ ସ୍ଲାପ ଟି ଭାଙ୍ଗି ଗଲା । ଏହାପରେ ମୋଟ ୩୦ ରୁ ଅଧିକ ଲୋକ କୂଅ ରେ ପଡିଗଲେ । ଘଟଣା ର ସୂଚନା ମିଳିବା ମାତ୍ରେ ପ୍ରଶାସନ ତଥା ସମସ୍ତ ଅଫିସର ମାନେ ସେହି ସ୍ଥାନରେ ପହଞ୍ଚିଲେ ।

ମୁଖ୍ୟ ମନ୍ତ୍ରୀ “ଶିବରାଜ ସିଂହ ଚୌହାନ” ଝିଅ କରି ଆଣିଥିବା ପୋଷ୍ୟକନ୍ୟାର ବିବାହ କାର୍ଯ୍ୟ ରେ ବ୍ୟସ୍ତ ଥିଲେ । ଏଭଳି ଘଟଣା ହଟାତ ଘଟିଯିବାରୁ ମୁଖ୍ୟମନ୍ତ୍ରୀ “ଶିବରାଜ ସିଂହ ଚୌହାନ” ବିବାହ ସ୍ଥଳ କୁ କଣ୍ଟ୍ରୋଲ ରୁମ ବନାଇ ଦେଲେ । ସେଠାରୁ ସେ ସମସ୍ତ ଘଟଣା କୁ ବୁଝି ଆଇଜି, ଏସପି ସମେତ ରେସକ୍ୟୁ ଟିମ କୁ ଘଟଣା ସ୍ଥଳୀ କୁ ଯିବାକୁ ନିର୍ଦେଶ ଦେଲେ ।

୨- ସେହିଭଳି ଆଉ ଏକ ଘଟଣା ହରିୟାନା ର ଫରିଦାବାଦ ଅଞ୍ଚଳରେ ଯମୁନା ନଦୀ ନିକଟରେ ନିର୍ମିତ ହୋଇଥିବା ସଡକ ଉପରେ ଯାଉଥିବା ଗୋଟିଏ ଟ୍ରକ ଆଚାନକ ନିଜର ଭାରସାମ୍ୟ ହରାଇ ନଦୀ ରେ ପଡି ବହିବାକୁ ଲାଗିଲା ।

ମାତ୍ର ସେହି ସମୟରେ ଟ୍ରକ ଡ୍ରାଇଭର କିଛି ମଧ୍ୟ କରି ପାରିଲେ ନାହିଁ । ସୂଚନା ଅନୁଯାୟୀ ଗୋଟେ ଜାଗାରେ ଏହି ଟ୍ରକ ଅଟକି ଯାଇଥିଲା । ଏହି ଘଟଣା ର ଖବର ପାଇ ପୋଲିସ ଟିମ ଆସି ଟ୍ରକ ଟ୍ରାଇଭରଙ୍କୁ ବଞ୍ଚାଇଲେ ।

୩- ଅନ୍ୟ ଏକ ଆଶ୍ଚର୍ଯ୍ୟ ଘଟଣା ହେଉଛି ଯେ, ପଶ୍ଚିମବଙ୍ଗ ରେ ଜଣେ ଛେଳି ଦୁଇଟି ଛେଳି କୁ ଜନ୍ମ ଦେଲା । ମାତ୍ର ସେଥିମଧ୍ୟରୁ ଜଣେ ସାମାନ୍ୟ ଥିଲାବେଳେ ଅନ୍ୟ ଜନ୍ମିତ ଛେଳି ର ୮ ଟି ଗୋଡ ଥିଲା । ଏହି ଛେଳି ଛୁଆ କୁ ଦେଖିବା ପାଇଁ ଆଖ ପାଖର ଲୋକେ ଧାଇଁ ଆସିଲେ । ମାତ୍ର ଖୁବ କମ ସମୟ ମଧ୍ୟରେ ଛେଳି ଛୁଆ ଟି ଜୀବନ ତ୍ୟାଗ କରିଥିଲା । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।