ACFO Soumya Ranjan ଡେଥ କେସ- ନିଜ ଜ୍ଵାଇଁ ଓ ତାଙ୍କ ପରିବାର ବିଷୟରେ କିଛି ଏମିତି କହିଲେ ସୌମ୍ଯଙ୍କ ଶ୍ଵଶୁର, ଶୁଣିଲେ ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ Video

ପାରଳାଖେମୁଣ୍ଡି ACFO ସୌମ୍ଯ ରଞ୍ଜନ ମୃତ୍ୟୁ ମାମଲାକୁ ସାତ ଦିନ ବିତି ଯାଇଛି । ଏହା ମଧ୍ୟରେ ଘଟଣାର ଅନେକ ଦିଗ ଉପରୁ ପର୍ଦା ଉଠି ସାରିଲାଣି । ତଥାପି ପୋଲିସ ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖେ ପହଞ୍ଚି ପାରି ନାହିଁ ।

ସୌମ୍ୟଙ୍କ ପରିବାର ଲୋକ ବୋହୂ ବିଦ୍ୟାଭାରତୀ ଓ DFO ଙ୍କ ଭୂମିକାକୁ ସନ୍ଦେହ କରି ସଙ୍ଗୀନ ଅଭିଯୋଗ କରିଥିବା ବେଳେ, ବିଦ୍ୟାଭାରତୀ ମଧ୍ୟ ସ୍ବାମୀଙ୍କ ବିରୁଦ୍ଧରେ ପାଲଟା ଅଭିଯୋଗ ଆଣିଥିଲେ । ଏଥି ମଧ୍ୟରେ ସୌମ୍ୟଙ୍କ ଶ୍ଵଶୁର ତଥା ବିଦ୍ୟାଭାରତୀଙ୍କ ବାପା ମଧ୍ୟ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ସୌମ୍ଯଙ୍କ ମୃତ୍ୟୁ ମାମଲାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

ସେ ନେଇ ସେ କିଛି କହିବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି । କାରଣ ତାଙ୍କର ପୋଲିସ ଉପରେ ଅଖଣ୍ଡ ବିଶ୍ବାସ ଅଛି ଯେ ସେମାନେ ସତ୍ୟକୁ ନିଶ୍ଚୟ ଖୋଜି ବାହାର କରିବେ । ସେ କହିଛନ୍ତି କି, ତାଙ୍କ ଝିଅ ପ୍ରଥମେ ଯେଉଁ ବୟାନ ଦେଇଥିଲେ ସେ ଏହି ବିଷୟରେ କିଛି ଜାଣି ନ ଥିଲା ବୋଲି, ସେହି କଥା ସେ ତାଙ୍କ ଘରଲୋକଙ୍କୁ ମଧ୍ୟ କହିଛି ।

ବିଦ୍ୟାଭାରତୀଙ୍କ ବାପା ସୌମ୍ଯ ଓ ବିଦ୍ୟାଭାରତୀଙ୍କ ମଧ୍ୟରେ ହୋଇଥିବା ଆଗ୍ରିମେଣ୍ଟ ବିଷୟରେ ମଧ୍ୟ କିଛି ଜାଣି ନାହାନ୍ତି ଓ ଏହା ଅସମ୍ଭବ ବୋଲି ମଧ୍ୟ କହିଛନ୍ତି । ସେ କହିଛନ୍ତି କି ସୌମ୍ଯ ରଞ୍ଜନ ତାଙ୍କୁ ପ୍ରାୟତଃ କଲ କରୁଥିଲେ, ତେଣୁ ତାଙ୍କ କଲ ରେକର୍ଡ ମଧ୍ୟ ଯାଞ୍ଚ କଲେ ଏହା ଜଣା ପଡିଯିବ ।

ବିଦ୍ୟାଭାରତୀଙ୍କ ବାପା ଆହୁରି ମଧ୍ୟ କହିଛନ୍ତି ଯେ, ସେ ତାଙ୍କ ଝିଅର ଶ୍ଵଶୁର ଘର ବିରୁଦ୍ଧରେ କିଛି ମଧ୍ୟ କହିବାକୁ ଚାହାନ୍ତି ନାହିଁ ଏବଂ ବିଦ୍ୟାଭାରତୀ ତାଙ୍କ ବୋହୂ ଅଟେ ସେଥିପାଇଁ ସେ ସେମାନଙ୍କ କଥାରେ କିଛି ମୁଣ୍ଡ ପୁରାଇବା ଉଚିତ ନୁହେଁ । ଏହିପରି ନିଜ ପ୍ରତିକ୍ରିୟା ପ୍ରକାଶ କରୁଥିବା ବେଳେ ବିଦ୍ୟାଭାରତୀଙ୍କ ବାପା ସ୍ପଷ୍ଟ ଭାବେ କହିଛନ୍ତି କି, “ମୋ ସମୁଦି ଘର ଆଦୌ ଖରାପ ନୁହେଁ ଓ ମୋ ଜ୍ଵାଇଁ ଦେବତା ।”

ସେ ଆଗକୁ ମଧ୍ୟ କହିଛନ୍ତି ପୋଲିସ ତ ତଦନ୍ତ ପାଇଁ ତାଙ୍କୁ ଯାହା ବି ପଚରା ଉଚରା କରିବା ସେଥିରେ ସେ ନିଶ୍ଚୟ ସହଯୋଗ କରିବେ । କୌଣସି ଅସୁବିଧା ନ ଥିବା ସତ୍ତ୍ୱେ ତାଙ୍କ ଉପରେ ଏତେ ଅପବାଦ ଆସୁଥିବାରୁ ତାଙ୍କ ଜୀବନ-ମରଣ ସମାନ ହୋଇ ଯାଇଛି ବୋଲି ସେ ନିଜ ଦୁଃଖ ପ୍ରକାଶ କରିଛନ୍ତି ।