IPL 2022 Update- ଗୋଟିଏ ଓଭରରେ ଜିତାଇଲେ ମ୍ୟାଚ ! ନିଜ ଧୂଆଁଦାର ବ୍ୟାଟିଂରେ Shami ଙ୍କୁ ବି କନ୍ଦେଇ ଦେଲେ ଏହି ବ୍ୟାଟ୍ସମ୍ୟାନ, ଏବେ ସମସ୍ତେ କରୁଛନ୍ତି ତାରିଫ୍

ମଜବୁତ ଗୁଜୁରାଟ ଟାଇଟାନ୍ସ କୁ ହରାଇ ପଞ୍ଜାବ କିଙ୍ଗସ୍ ଆଉ ଏକ ବିଜୟ ନିଜ ନାଁ’ରେ କରିଛି । ଏହି ବିଜୟର ହିରୋ ସାଜିଥିବା ଶିଖର ଧାବନ ଏକ ଧୂଆଁଦାର ବାଜି ଖେଳିଛନ୍ତି । କିନ୍ତୁ ଲିଆମ ଲିଭିଙ୍ଗଷ୍ଟୋନ ଏକ ଓଭରରେ ପୁରା ପ୍ୟାଚ ପାଲଟାଇ ଦେଇଥିଲେ । ମହମ୍ମଦ ଶାମିଙ୍କ ବଲରେ ଗୋଟିଏ ଓଭରରେ ୨୮ ରନ୍ କରିଥିଲେ ଲିଆମ ଲିଭିଙ୍ଗଷ୍ଟୋନ । ଆଇପିଏଲ-୧୫ ରେ ଲଗାତାର ମ୍ଯାଚ ଜିତୁଥିବା ଗୁଜୁରାଟକୁ ହରାଇ ତାଙ୍କ ବିଜୟରେ ବ୍ରେକ ଲଗେଇ ଦେଇଛି ପଞ୍ଜାବ ।

ପଞ୍ଜାବ ଓ ଗୁଜୁରାଟର ପୂର୍ବ ମ୍ଯାଚରେ ପଞ୍ଜାବ ହାରି ଯାଇଥିଲା । କିନ୍ତୁ ଗତକାଲି ମ୍ଯାଚରେ ପଞ୍ଜାବ ହିସାବ ବରାବର କରିଛି । ମାତ୍ର ୧୬ ଓଭରରେ ପୁରା ମ୍ଯାଚ ନିଜ ନାଁରେ କରି ନେଇଥିଲା ପଞ୍ଜାବ । ମ୍ଯାଚ ଆରମ୍ଭରୁ ଶିଖର ଧାବନଙ୍କ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ତାଙ୍କର ଶୋ ଲୁଟି ନେଇଥିଲେ ଲିଆମ ଲିଭିଙ୍ଗଷ୍ଟୋନ । କାରଣ ଟିମ୍ ଇଣ୍ଡିଆର ଦକ୍ଷ ବୋଲର ଶାମିଙ୍କ ବଲକୁ ଖୁବ ପିଟିଥିଲେ । ଗୁଜୁରାଟ ପ୍ରଥମେ ବ୍ୟାଟିଂ କରି ପଞ୍ଜାବକୁ ୮ ୱିକେଟରେ ୧୪୩ ରନ୍ ର ଲକ୍ଷ ଦେଇଥିଲା ।

କିନ୍ତୁ ପଞ୍ଜାବ ମାତ୍ର ୧୬ ଓଭରରେ ହିଁ ମ୍ଯାଚ ଜିତି ନେଇଥିଲା । ୧୫ ଓଭର ପରେ ପଞ୍ଜାବକୁ ମ୍ଯାଚ ଜିତିବା ପାଇଁ ୨୭ ରନ୍ ଆବଶ୍ୟକ ଥିଲା । ପଞ୍ଜାବ ହାତରେ ୮ ୱିକେଟ ଥିବା ବେଳେ ଧାବନ ଓ ଲିଭିଙ୍ଗଷ୍ଟୋନ ବ୍ୟାଟିଂ କରୁଥିଲେ । ଗୁଜୁରାଟ ତରଫରୁ ଶାମି ଆସିଥିଲେ ୧୬ତମ ଓଭର ବୋଲିଂ କରିବା ପାଇଁ, ଆଉ ସେହି ସମୟରେ କ୍ରିଜରେ ଥିଲା ଲିଆମ ଲିଭିଙ୍ଗଷ୍ଟୋନ ।

ଶାମିଙ୍କ ପ୍ରଥମ ବଲକୁ ଛକା ମାରିବା ପରେ ଦ୍ଵିତୀୟ ଓ ତୃତୀୟ ବଲକୁ ବି ଲଗାତାର ଛକା ମାରିଥିଲେ ଲିଭିଙ୍ଗଷ୍ଟୋନ । ଏହାପରେ ଚତୁର୍ଥ ବଲରେ ଚଉକା ଓ ପଞ୍ଚମ ବଲରେ ଦୁଇ ରନ୍ ନେବା ପରେ ଷଷ୍ଠ ତଥା ଶେଷ ବଲରେ ବି ଲିଭିଙ୍ଗଷ୍ଟୋନ ଚଉକା ମାରିଥିଲେ । ସମୁଦାୟ ଗୋଟିଏ ଓଭରରେ ୨୮ ରନ୍ କରି ସେହି ଓଭରରେ ହିଁ ମ୍ଯାଚ ଶେଷ କରି ଦେଇଥିଲେ ଲିଭିଙ୍ଗଷ୍ଟୋନ । ଏହି ମ୍ଯାଚରେ ମାତ୍ର ୧୦ଟି ବଲ ଖେଳି ୩୦ ରନ୍ କରିଥିଲେ ଲିଆମ ।

ସେହିପରି ଶିଖର ଧାବନ ୫୩ଟି ବଲ ଖେଳି ୬୨ ରନ୍ କରିଥିଲେ । ଏହି ମ୍ଯାଚରେ ଗୁଜୁରାଟକୁ ପରାଜୟର ସାମ୍ନା କରିବାକୁ ପଡିଲା । ଲିଆମ ଲିଭିଙ୍ଗଷ୍ଟୋନ ଯେଉଁ ପ୍ରକାରେ ଶାମିଙ୍କ ବଲକୁ ମାରିଥିଲେ କିଛି ସମୟ ଶାମି ମଧ୍ୟ ନିଶ୍ଚୟ ବିଚଳିତ ହୋଇ ଯାଇଥିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।