‘ଦୁଃଖରେ ଆମେ ଛାତିକୁ ମାରି ହାୟ ହାୟ କହୁ, କାହିଁକି ନା…’ ଏହି କିନ୍ନର ଯାହା କହୁଛନ୍ତି ଶୁଣିଲେ ଆପଣଙ୍କ ହୃଦୟ ଫାଟି ପଡିବ, ଦେଖନ୍ତୁ Video

ଏକାଦଶ ଶତାବ୍ଦୀରେ ଦୁନିଆ ପହଞ୍ଚି ସାରିଥିଲେ ମଧ୍ୟ କିନ୍ନର ମାନଙ୍କୁ ଦେଖିଲେ ଆଜିବି ଲୋକେ ଥଟ୍ଟା ତାମସା କରିଥାନ୍ତି । ଆମ ସମାଜ ଆଜିବି ତାଙ୍କୁ ନିଜର କରି ପାରିନାହିଁ । ତେଣୁ ସମାଜ ପରିବାରରୁ ଅଲଗା ହୋଇ ସେମାନଙ୍କୁ ଜୀବନଯାପନ କରିବାକୁ ପଡିଥାଏ । ଘରେ କିନ୍ନରଟିଏ ଜନ୍ମ ନେଲେ ଏହାକୁ ଏକ ଅଭିଶାପ ଏବଂ ଅପବାଦ ବୋଲି ଭବିଥାନ୍ତି ଲୋକେ । କିନ୍ନରଙ୍କ ଜୀବନ ସାଧାରଣ ମଣିଷଙ୍କ ଠାରୁ ଅଲଗା ହୋଇଥାଏ । ତଥାପି ସବୁ ଦୁଃଖ ସହି ବାହାରେ ଲୋକଙ୍କୁ ହସେଇ ଜୀବନ କାଟି ଦିଅନ୍ତି ।

ନିକଟରେ ଶ୍ରୀମନ୍ଦିରରେ ଯେଉଁ ଅଘଟଣ ଘଟିଯାଇଛି ତାହା ସାରା ରାଜ୍ୟର ଲୋକଙ୍କୁ ଏକ ପ୍ରକାର ଭୟଭୀତ କରିଦେଇଛି । ବଳରାମ ନାମକ ଜଣେ କିନ୍ନର ଶ୍ରୀମନ୍ଦିର ପ୍ରାଙ୍ଗଣରେ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଯାହାର କାରଣ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିବା ବେଳେ ସ୍ଥାନୀୟ କିନ୍ନର ସଂଘ ତାଙ୍କର ରୀତିନୀତି ସମ୍ପନ୍ନ କରିଛନ୍ତି । ଏନେଇ ସ୍ଥାନୀୟ କିନ୍ନର ଦେବକୀ କହିଛନ୍ତି ଯେ, ଏହି ଘଟଣା ଆମ ସମଗ୍ର ରାଜ୍ୟ ପାଇଁ ଓ କିନ୍ନର ମାନଙ୍କ ପାଇଁ ଏକ ନିନ୍ଦାର ବିଷୟ ।

ଉକ୍ତ କିନ୍ନରଙ୍କ ମନରେ ହୁଏତ ଥିଲା କି ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାଣତ୍ୟାଗ କଲେ ସେ ମୁକ୍ତି ପାଇବେ । ସେଥିପାଇଁ ସେ ଏପରି କରିଥାଇ ପାରନ୍ତି । ନିହାତି ଭାବେ କିଛି ବିଷୟ ତାଙ୍କୁ ବହୁତ ଆଘାତ କରିଛି ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ସେ ଶୁଣିବାକୁ ପାଇଛନ୍ତି କି ଆସନ୍ତା ୧୩ ତାରିଖରେ ତାଙ୍କ ଭଉଣୀଙ୍କ ବାହାଘର ରହିଛି । ସେଥିପାଇଁ ହୁଏତ କିଛି ବିଷୟକୁ ନେଇ ସେ ଚିନ୍ତିତ ରହିଥିବେ ।

ତେବେ କିନ୍ନରଙ୍କ ଶବକୁ ପୋଲିସ ଜବତ କରିଥିବା ହେତୁ ସେମାନେ ବିଶେଷ ରୀତିନୀତି କରି ନଥିଲେ । କିନ୍ତୁ ଅଳ୍ପକେ କିଛି ରୀତିନୀତି କରିଥିଲେ । କିନ୍ନରମାନେ ଯାଇ ତାଙ୍କ ଶବ ପକ୍ଷେ ଧୂପଦୀପ ଲଗାଇ ପ୍ରାର୍ଥନା କରିଥିଲେ । ଛାତିକୁ ହାଏ ହାଏ କରି ମାରି ସେମାନେ ପ୍ରାର୍ଥନା କରିଥାନ୍ତି କି, ଆର ଜନ୍ମରେ ଆଉ କିନ୍ନର ଜନ୍ମ ନମିଳୁ ବୋଲି । କିଛି ବିଧି କରିବା ପରେ ସେମାନେ କିନ୍ନରଙ୍କ ଶବକୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ । ଏହାପରେ ସେମାନେ ସମୁଦ୍ରରେ ଯାଇ ବୁଡ ପକାଇ ପ୍ରାର୍ଥନା କରିବା ପରେ ନିର୍ମାଲ୍ୟ ପାଇ ଘରକୁ ଫେରିଥିଲେ ।

କିନ୍ନର ଜନ୍ମ ଏକ ଅଭିଶପ୍ତ ଜନ୍ମ ବୋଲି ସେମାନେ ମାନିଥାନ୍ତି । ତେଣୁ କେହି କିନ୍ନର ମୃତ୍ୟୁବରଣ କରିବା ପରେ ସେମାନେ ଆରଜନ୍ମରେ ପୁଅ କିମ୍ବା ଝିଅ ହୋଇ ଜନ୍ମ ନିଅନ୍ତୁ ବୋଲି ସେମାନେ ପ୍ରାର୍ଥନା କରିଥାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।