ଘରେ ଭୁତ, ପ୍ରେତ ଅଛି କି ନାହିଁ ଜାଣିବାକୁ ଚାହାନ୍ତି କି ! ଗୋଟିଏ ଗ୍ଳାସରେ ପରୀକ୍ଷା ଥରେ କରିକି ଦେଖନ୍ତୁ…

ରାତି 12 ଟା ବାଜିବା ପରେ ତନ୍ତ୍ରମନ୍ତ୍ର ତଥା ଗୁଣୀଗରେଡିର ପ୍ରଭାବ ଅଧିକ ବଢିଯାଇଥାଏ । ତେବେ ଦୁନିଆରେ ସକାରାତ୍ମକ ଶକ୍ତି ସହ ନକରାତ୍ମକ ଶକ୍ତି ମଧ୍ୟ ରହିଛି । ତେବେ ରାତି 12 ଟା ପରେ ଘରେ ନକରାତ୍ମକ ଶକ୍ତିର ପ୍ରବେଶ ହୋଇଯିବାର ବହୁ ସମ୍ଭାବନା ରହିଥାଏ । ତେବେ ଆପଣଙ୍କ ଘରେ ନକରାତ୍ମକ ଶକ୍ତିର ପ୍ରଭାବ ରହିଛି କି ନାହିଁ ? ତାହା ଜାଣିବା ପାଇଁ ଆପଣଙ୍କୁ 1 ଗ୍ଳାସ ମାଧ୍ୟମରେ ତାହା ପରୀକ୍ଷା କରିବାକୁ ପଡିବ ।

ଯାହା ଦ୍ଵାରା ଆପଣ ଜାଣିପାରିବେ, ଆପଣଙ୍କ ଘରେ ଭୁତପ୍ରେତ ଅଛନ୍ତି କି ନାହିଁ । ତେବେ ଘରେ କୌଣସି ଦୁଷ୍ଟ ଶକ୍ତିର ପ୍ରଭାବ ରହିଛି କି ନାହିଁ ତାହା ଘରେ ହେଉଥିବା କିଛି ଅସ୍ଵାଭାବିକ ଘଟଣାରୁ ହିଁ ଜଣା ପଡିଯାଇଥାଏ । ଯେପରି ଆପଣ ଘଣ୍ଟାରେ ନୂଆ କରି ବ୍ଯାଟେରୀ ପକାଇବା ସତ୍ବେ ମଧ୍ୟ ଘଣ୍ଟା ମନକୁ ମନ କୌଣସି ଏକ ନିର୍ଦ୍ଧିଷ୍ଟ ସମୟରେ ଅଟକି ଯାଉଥିବ ।

ଯଦି ଆପଣଙ୍କ ସ୍ଵପ୍ନରେ ବା ଭାବନାରେ ବାରମ୍ବାର କୌଣସି ମୃତ ବ୍ୟକ୍ତିଙ୍କ କଥା ମନକୁ ଆସୁଛି । ଜିଏକି ବର୍ତ୍ତମାନ ଏହି ଦୁନିଆରେ ଆଉ ନାହାନ୍ତି । ତେବେ ଜାଣି ରଖନ୍ତୁ ଆପଣଙ୍କୁ କୌଣସି ଶକ୍ତି କିଛି କହିବା ପାଇଁ ଯାଉଛି । ରାତିରେ ବାରମ୍ବାର କୌଣସି ଭୟାନକ ବା କିଏ ଚାଲିକି ଯିବାର ଶବ୍ଦ ଶୁଣାଯାଉଥିବ । ତେବେ ଏହା ମଧ୍ୟ ଏକ ଲକ୍ଷଣ ଯେଉଁଥିରୁ ଘରେ ଦୁଷ୍ଟ ଶକ୍ତିର ଦ୍ରୁଷ୍ଟି ରହିଛି ବୋଲି ଜାଣିପାରିବେ ।

ଯଦି ଆଖପାଖରେ କେହି ନଥାଇ ମଧ୍ୟ କାହାର ଛାଇ ଆପଣଙ୍କ ଆଖି ସାମ୍ନାକୁ ଚାଲୁ ଆସୁଥାଏ । ଯଦି ଆପଣ ପରିଚିତ କୌଣସି ସଦସ୍ୟଙ୍କର ମୃତ୍ୟୁ ହୋଇଯାଇଥାଏ । ତାପରେ ଆପଣଙ୍କୁ କୌଣସି ପ୍ରଜାପତି ମାନଙ୍କର ଦଳବଦ୍ଧ ଭାବରେ ଯିବାର ଦେଖିବାକୁ ପାଇବେ । ଯେ ସେହି ବ୍ୟକ୍ତି ଏହି ଦୁନିଆରୁ ଆରପାରିକୁ ଯାଉଛନ୍ତି ବୋଲି ଆପଣଙ୍କୁ ସୂଚନା ଦେଉଛନ୍ତି ।

ତେବେ ଏହି ସବୁ ସଂକେତ ଗୁଡିକ ଦେଖିବା ପରେ ଆପଣ ଏକ ଗ୍ଳାସ ପାଣିରୁ ଆପଣଙ୍କ ଘରେ ଭୁତ ଅଛନ୍ତି କି ନାହଁ ତାହା ପତ୍ତା କରିପାରିବେ । ଏକ ଗ୍ଳାସ ପାଣିରେ 2 ଚାମଚ ଲୁଣ ସହ କିଛି ଧଳା ଭିନେଗାର ମିଶାଇ ରଖି ଦିଅନ୍ତୁ । ତାପରେ ଏହି ପାଣି ଗ୍ଳାସକୁ ନେଇ ସେହି ସ୍ଥାନରେ ରଖନ୍ତୁ, ଯେଉଁ ସ୍ଥାନରେ କୌଣସି ନକରାତ୍ମକ ଶକ୍ତି ରହିଛି ବୋଲି ଅନୁଭୂତ ହେଉଥିବ ।

ଯଦି ଏହି ପାଣି ଆର ଦିନ ସକାଳୁକୁ ହଳଦିଆ ଓ ଅପରିଷ୍କାର ହୋଇଯାଇଥିବ । ତେବେ ଆପଣଙ୍କ ଘରେ ନକରାତ୍ମକ ଶକ୍ତି ରହିଛି ବୋଲି ଜାଣି ନିଅନ୍ତୁ । ଯଦି ସେହି ଗ୍ଳାସରେ ଥିବା ପାଣି ସକାଳୁ ଧଳା ଓ ସ୍ବଚ୍ଛ ହୋଇକି ରହିଥାଏ । ତେବେ ଆପଣଙ୍କ ଘରେ କୌଣସି ଭୁତପ୍ରେତର ପ୍ରଭାବ ନାହିଁ ବୋଲି ଜାଣନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ