ଗୋଟିଏ ଧାନରୁ ବାହାରୁଛି ଦୁଇଟି ଚାଉଳ! ନ ଦେଖିଲେ ବିଶ୍ବାସ ହେବ ନାହିଁ, ଦେଖନ୍ତୁ Video

ଆପଣ ଗୋଟିଏ ଧାନରୁ ଗୋଟିଏ ଚାଉଳ ବାହାରିବା ସାଧାରଣ କଥା । କିନ୍ତୁ ଗୋଟିଏ ଧାନରୁ ଦୁଇଟି ଚାଉଳ ବାହାରିବା କଥା ଅଧିକାଂଶ ଲୋକେ ଶୁଣି ନଥିବେ ମଧ୍ୟ । ବାଲେଶ୍ବରର ନିଳଗିରି ନିକଟସ୍ଥ ଚଣ୍ଡୀପୁର ଗ୍ରାମରେ ନବଦାନ୍ୟ ପକ୍ଷରୁ ଏକ ବିହନ କେନ୍ଦ୍ର ବା ବିହନ ବ୍ଯାଙ୍କ କରାଯାଇଛି । ସେଠାରେ ୧ ହଜାର ୫୫ ରୁ ଉର୍ଦ୍ଧ୍ଵ କିସମର ଧାନ ରଖାଯାଇଛି । ଏହି ଭିଡିଓରେ ଆପଣ ଦେଖି ପାରୁଥିବେ କେମିତି ଗୋଟିଏ ଧାନ ମଧ୍ୟରୁ ଦୁଇଟି ଚାଉଳ ବାହାରୁଛି ।

ଏହାଛଡା ଯେଉଁ ସବୁ ଧାନ ଗୁଡିକରୁ ଲାଭ କମ୍ ଅଛି ବୋଲି ଭାବି ଚାଷୀମାନେ ଚାଷ କରିବାକୁ ଆଗ୍ରହ କମାଇ ଦେଇଥିଲେ, ଚାଷୀଙ୍କୁ ସେହି ଧାନ ବିଷୟରେ ବୁଝାଇ ଏହାକୁ ଅମଳ କରି ସେଥିରୁ ଅଧିକ କିପରି ଆୟ କରି ହେବ ସେ ବିଷୟ ପ୍ରତି ଧ୍ୟାନ ଦେଉଛନ୍ତି ଏହି ବିହନ ବ୍ଯାଙ୍କ । ଏହି ବିହନ ବ୍ଯାଙ୍କରେ କଳସ ମାନଙ୍କରେ ବିଭିନ୍ନ ପ୍ରକାର ଧାନସବୁ ସଞ୍ଚୟ କରି ରଖାଯାଇଛି ।

ମଧୁର ଅଞ୍ଚଳରେ କେଉଁ ପ୍ରକାର ଧାନ ଚାଷ କରିବେ, ଲୁଣୀ ଅଞ୍ଚଳରେ କେଉଁ ପ୍ରକାର ଧାନ ଚାଷ କରିବେ ଏବଂ ପାହାଡୀ ଅଞ୍ଚଳରେ ଚାଷ କରିବା ପାଇଁ କେଉଁ ପ୍ରକାର ଧାନ ଅତ୍ୟୁତ୍ତମ ଏହିପରି ଅନେକ କିସମର ଧାନ ଏଠାରେ ରଖାଯାଇଛି । ତେବେ ଗୋଟିଏ ଧାନରୁ ଦୁଇଟି ଚାଉଳ ବାହାରୁଥିବା ଏହି ଧାନର ନାମ ହେଉଛି ସଉତୁଣୀ ।

ଏହାକୁ ଜୈବିକ ପଦ୍ଧତିରେ ଚାଷ କରାଯାଏ । ଏହାର କେଣ୍ଡାରେ ଥିବା ଧାନରୁ ଗୋଟିଏ ଦୁଇଟି ଏବଂ କେତେ ଧାନରୁ ତିନୋଟି ଧାନ ମଧ୍ୟ ବାହାରିଥାଏ । ଏହି ଧାନ ଭଲ ଅମଳ ହୋଇଥାଏ ଓ ଚାଷୀ ଏଥିରୁ ଭଲ ଲାଭ ମଧ୍ୟ ପାଇପାରିବେ । ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ଵ ହେବ ନବଦାନ୍ୟ ମିଶି ଜୈବିକ ପଦ୍ଧତିରେ ଏହି ଚାଷ ଆରମ୍ଭ କରା ଯାଇଥିଲା । ଆରମ୍ଭରେ ମାତ୍ର ୨୫୫ ପ୍ରକାର ଧାନ ଚାଷ ହେଉଥିଲା ।

ସେବେ ଠାରୁ ଆଜି ଯାଏଁ ଭାରତର ପ୍ରତ୍ଯେକ ରାଜ୍ୟର ପ୍ରତ୍ଯେକ ଜିଲ୍ଲାରୁ ଦେଶୀ ଧାନ ବିହନ ସବୁ କଲେକ୍ସନ କରି ଏହି ବ୍ଯାଙ୍କରେ ରଖାଯାଇଛି । ତେବେ ଏହି ଅନୁଷ୍ଠାନର ଲକ୍ଷ ହେଉଛି ଚାଷୀଙ୍କୁ ଅମଳକ୍ଷମ ଧାନ ବଦଳରେ ଦେଶୀ ଧାନ ଅମଳ କରିବାକୁ ଉତ୍ସାହିତ କରିବା । ଯାହାଦ୍ୱାରା ମାଟି ଅନୁର୍ବର ହେବ ନାହିଁ ଓ ଆମ ଦେଶୀ ଧାନ ମଧ୍ୟ ବଞ୍ଚି ରହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।