କ’ଣ ଏହି E-Shram କାର୍ଡ ? ଏହି କାର୍ଡ ତିଆରି ପାଇଁ କେମିତି କରିବେ ଆବେଦନ ? ଜାଣନ୍ତୁ କେତେ ଟଙ୍କା ମିଳିବ ଓ କ’ଣ ସବୁ ସୁବିଧା ରହିଛି

ଶ୍ରମିକ ମାନଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ଅନେକ ପ୍ରକାର ଯୋଜନାମାନ ତିଆରି କରିଛନ୍ତି । ସେଥିମଧ୍ୟରୁ ଇ-ଶ୍ରମ କାର୍ଡ ଅନ୍ଯତମ । ଏଠାରେ ଆମେ ଆପଣଙ୍କୁ ଜଣାଇ ଦେଉଛୁ ଯେ ଇ-ଶ୍ରମ କାର୍ଡ ଓ ଲେବର କାର୍ଡ ଦୁଇଟି ଭିନ୍ନ ଭିନ୍ନ ଯୋଜନା ଅଟେ । ଇ-ଶ୍ରମ କାର୍ଡଟି ସରକାର ଅସଂଗଠିତ ଶ୍ରମିକ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ତିଆରି କରିଛନ୍ତି । ଆପଣ ଯଦି ଦିନ ମଜୁରିଆ ଭାବେ କାମ କରୁଛନ୍ତି ତେବେ ଏହି ଇ-ଶ୍ରମ କାର୍ଡ ତିଆରି କରିବା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ ।

ଇ-ଶ୍ରମ କାର୍ଡ ତିଆରି କରିବା ପାଇଁ କେତୋଟି କ୍ୟାଟାଗୋରି ରଖାଯାଇଛି । ସେହି ଅନୁସାରେ ଆପଣ ଏହି କାର୍ଡଟି ବନେଇ ପାରିବେ । ତେବେ ଏହି କାର୍ଡ ବନେଇବାର ବୟସ ସୀମା ୧୬ ବର୍ଷରୁ ୫୯ ବର୍ଷ ମଧ୍ୟରେ ରଖାଯିଛି । ଏହି କାର୍ଡ ବନେଇବା ଦ୍ଵାରା ଆପଣ ସାମାଜିକ ସୁରକ୍ଷା ଯୋଜନା ସବୁର ଲାଭ ଉଠାଇ ପାରିବେ । ଇ-ସ୍ଗ୍ରାମ କାର୍ଡ ପାଇଁ ରେଜିଷ୍ଟର କରିବା ପରେ ଆପଣ ଗୋଟିଏ ବର୍ଷ ପାଇଁ ପ୍ରିମିୟମ ୱେଭ ଉପଭୋଗ କରିପାରିବେ ।

ଏହାଦ୍ଵାରା ଆପଣ ଶ୍ରମିକ ମାନଙ୍କ ପାଇଁ କାର୍ଯ୍ୟ ମଧ୍ୟ ଖୋଜି ପାରିବେ ତଥା ନୂଆ କାମର ଅପଡେଟ ଏଥିରେ ପାଇ ପାରିବେ । ଏହି କାର୍ଡ ମାଧ୍ୟମରେ ଆପଣ ବୀମା ଯୋଜନା ପରି ଜୀବନ ବୀମା ମଧ୍ୟ କଭର କରିବେ । ତେବେ ପାଠ ପଢିବା ସହ କାମ କରୁଥିବା ଛାତ୍ରଛାତ୍ରୀ ମଧ୍ୟ ଏହି ଇ-ଶ୍ରମ କାର୍ଡ ପାଇଁ ଆବେଦନ କରିବେ ପାରିବେ । ଭବିଷ୍ୟତରେ ଯଦି ଆପଣ ଚାକିରି କରିବାକୁ ଯୋଜନା କରୁଛନ୍ତି ତେବେ ଏହି କାର୍ଡ ପାଇଁ ଆବେଦନ କରନ୍ତୁ ନାହିଁ ।

ତେବେ ଇ-ଶ୍ରମ କାର୍ଡ ମଧ୍ୟରେ ସରକାରଙ୍କ ତରଫରୁ ଟଙ୍କା ମିଳିବା ନେଇ ଅନେକ ଗ-ଣ-ମା-ଧ୍ୟ-ମ-ରେ ପ୍ରଚାର ହେଉଛି । କେତେ ଟଙ୍କା ମିଳିବ ଓ କେବେ ମିଳିବ ତାହା ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି । ତେବେ ଇ-ଶ୍ରମ କାର୍ଡର ବିକଳ୍ପ କାର୍ଡ ହେଉଛି ଲେବର କାର୍ଡ । କିଛି ଦିନ ପୂର୍ବରୁ ଏଥିରେ କରୋନା ମ-ହା-ମା-ରୀ ପାଇଁ ଶ୍ରମିକଙ୍କ ଖାତାକୁ ୧୫୦୦ ଲେଖାଏଁ ଟଙ୍କା ସରକାର ପ୍ରଦାନ କରିଥିଲେ । ତେବେ ଇ-ଶ୍ରମ କାର୍ଡର ଡାଟା କଲେକ୍ସନ ଏବଂ ରେଜିଷ୍ଟ୍ରେସନ କାମ ବର୍ତ୍ତମାନ ମଧ୍ୟ ଚାଲିଥିବାରୁ ଏହି ସାଇଟ ଟି ଏବେ ପ୍ରୋସେସିଂ ରେ ଅଛି ।

ଏହି କାର୍ଡ କରିବା ଫଳରେ କୌଣସି ଦୁ-ର୍ଘ-ଟ-ଣା-ର ସମୁଖୀନ ହେଲେ ଆପଣ ଦୁଇ ଲକ୍ଷ ପର୍ଯ୍ୟନ୍ତ ସୁରକ୍ଷା ବୀମା ମଧ୍ୟ ପାଇ ପାରିବେ । ଏହାଛଡା ଯେବେ ମଧ୍ୟ ସରକାର ଟଙ୍କା ପାଇଁ ଘୋଷଣା କରନ୍ତି ଆପଣ ଏହାର ସୁବିଧା ଉପଭୋଗ କରିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।