ଗୋଇଠି ଓ ପାଦ ତଳର ଦରଜ କି ବିନ୍ଧା ଔଷଧରେ ବି ଠିକ ହେଉ ନାହିଁ ତ ଆଜି ହିଁ ଆପଣାନ୍ତୁ ଏହି ସହଜ ଘରୋଇ ଉପାୟକୁ

ପ୍ରାୟତଃ ଦେଖାଯାଏ କି କିଛି ଥର ବସି ବସି କିମ୍ବା ଅଧିକ ଛିଡା ହେବା ଦ୍ଵାରା କିମ୍ବା ଅନ୍ୟ କିଛି କାରଣରୁ ଗୋଡ ଓ ତଳି ପାଦରେ ବ୍ୟଥା ହୋଇଥାଏ । ବେଳେ ବେଳେ ଏହା ବହୁତ ମାମୁଲି ହୋଇଥାଏ ଓ ଅଳ୍ପ ସମୟ ଭିତରେ ଠିକ ହୋଇଯାଏ କିନ୍ତୁ କିଛି ଥର ଏହି ବ୍ୟଥାକୁ ସହିବା ବହୁତ କଷ୍ଟ ହୋଇଯାଏ । କହିବାକୁ ଗଲେ ଏହା ପ୍ରାୟତଃ ୪୦ ବର୍ଷର ଉର୍ଦ୍ଧ ବ୍ୟକ୍ତିମାନଙ୍କ ପାଖରେ ଦେଖିବାକୁ ମିଳିଥାଏ ।

ଏହା ଛଡା କିଛି ଥର ଏମିତି ବି ଦେଖାଯାଏ କି ଯେତେବେଳେ ଆପଣ ଅଧିକ ଦୌଡନ୍ତି, ନାଚନ୍ତି ଓ ଚାଲିବାକୁ ଲାଗନ୍ତି ତେବେ ଏହି କାରଣରୁ ବି ଆପଣଙ୍କର ତଳି ପାଦରେ ବ୍ୟଥା ହୋଇଥାଏ ।

ଏତଦ ବ୍ୟତିତ ଶିରା ଟାଣି ହୋଇଗଲେ ବି କିମ୍ବା ଗୋଟିଏ ଜାଗାରେ ଅଧିକ ସମୟ ପର୍ଯ୍ୟନ୍ତ ବସି ଗଲେ ଏହିଭଳି ସ୍ଥିତି ଉତ୍ପନ୍ନ ହୋଇଥାଏ । ଆପଣ ନିଜର ଗୋଡ ଓ ତଳି ପାଦର ବ୍ୟଥାର ସମସ୍ୟାରୁ ବଞ୍ଚିବା ପାଇଁ କିଛି ଖାସ ଘରେଲୁ ଉପାୟ କରିପାରିବେ । ତେବେ ଚାଲନ୍ତୁ ଜାଣିବା ।

୧. ବୋତଲ ମସାଜ

ଯଦି ଆପଣଙ୍କର ଗୋଡ କିମ୍ବା ତଳି ପାଦରେ ବ୍ୟଥା ହେଉଛି ତେବେ ଆପଣ ବୋତଲ ମସାଜ ଥେରାପି ର ବ୍ୟବହାର କରି ପାରିବେ । ପ୍ରଥମେ ଆପଣ ଏକ ବୋତଲରେ ଏକ ଚତୁର୍ଥାଂଶ ପାଣି ରଖି ଫ୍ରିଜରେ ରଖିଦିଅନ୍ତୁ । ଯେତେବେଳେ ବୋତଲରେ ବରଫ ଜମି ଯିବ ତେବେ ଏହାକୁ ଏକ ଶୁଖିଲା ଟାୱଲରେ ରଖି ଦିଅନ୍ତୁ ଏବଂ କୌଣସି ଚୌକିରେ ବସି ବୋତଲକୁ ଗୋଡ ତଳେ ରଖି ଗୋଡର ଆଙ୍ଗୁଠିରୁ ନେଇ ଗୋଇଠି ପର୍ଯ୍ୟନ୍ତ ମସାଜ କରନ୍ତୁ ।

ଏହା କରିବା ଦ୍ଵାରା ଆପଣଙ୍କର ରକ୍ତ ସଂଚାଳନ ଜଲ୍ଦି ହୋଇଥାଏ । ଏହି ପ୍ରକ୍ରିୟାକୁ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ କରନ୍ତୁ ।

୨. ତେଲରେ ମସାଜ କରନ୍ତୁ

ଆପଣଙ୍କୁ କହିଦେଉଛୁ କି ତେଲରେ ମସାଜ କରିବା ଦ୍ଵାରା ରକ୍ତ ସଂଚାର ଠିକ ହୋଇଥାଏ । ଏହା କରିବା ଦ୍ଵାରା ଶରୀର ବ୍ୟଥା ଦୂର ହୋଇଯାଏ । ଆପଣଙ୍କୁ କେବଳ ଧ୍ୟାନ ରଖିବାର ଅଛି କି ବ୍ୟଥା ହେଉଥିବା ଜାଗାରେ ହାତରେ ତେଲର ମସାଜ କରନ୍ତୁ ।

୩. ଏକ୍ୟୁପ୍ରେଶର ରୋଲର

ଔଷଧ ଖାଇବା ବଦଳରେ ଏକ୍ୟୁପ୍ରେଶର ରୋଲର ଦ୍ଵାରା ମସାଜ କରନ୍ତୁ । ଏହାକୁ ଗୋଡ ତଳେ ରଖି ବୁଲାନ୍ତୁ । ଏହି ପ୍ରକ୍ରିୟାକୁ ୨ ରୁ ୩ ମିନିଟ ପର୍ଯ୍ୟନ୍ତ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କର ବ୍ୟଥା କିଛି ଦିନ ମଧ୍ୟରେ ହିଁ ଭଲ ହୋଇଯିବ ।