ବୁଢା ସମୟରେ ବି ଯବାନ ଓ ଫିଟ ରଖିବାରେ ସାହାର୍ଯ୍ୟ କରିଥାଏ ଏହି ପରିବା, ବଞ୍ଚେଇ ଥାଏ ଅନେକ ରୋଗରୁ, ଜାଣନ୍ତୁ ଓ କରନ୍ତୁ ଏହାର ବ୍ୟବହାର

ବହୁତ ଏମିତି ଜିନିଷ ଅଛି ଯାହା ବିଷୟରେ ଆମକୁ ଜଣା ନଥାଏ ଏବଂ ସେ ଗୁଡିକ ଆମର ଆଖପାଖରେ ହିଁ ନଜର ଆସିଥାଏ । ତାହା ଯେ କୌଣସି ବି ଗଛ, ଫଳ କିମ୍ବା ପନିପରିବା ଇତ୍ୟାଦି । ଆଜି ଆମେ ଆପଣଙ୍କୁ ଏକ ଏମିତି ପରିବା ବିଷୟରେ କହିବୁ ଯାହା ବହୁତ ଲାଭଦାୟକ ଅଟେ ଏବଂ ତାହାର ସେବନ ଦ୍ଵାରା ବଡ ରୁ ବଡ ରୋଗ ବି ଭଲ ହୋଇଯାଏ ।

ବୁଢା ସମୟରେ ବି ଯବାନ ଏବଂ ଫିଟ ରଖିବାରେ ସାହାର୍ଯ୍ୟ କରିଥାଏ ଏହି ପରିବା

କାଙ୍କଡକୁ ଇଂଗ୍ଲିଶରେ Momordica dioica କୁହାଯାଏ । ଏଥିରେ ଭିଟାମିନ C ଏବଂ ଏନ୍ଟି ଅକ୍ସିଡେଂଟ ଭରପୁର ମାତ୍ରାରେ ମିଳିଥାଏ । ଯାହା ଆମ ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇଥାଏ । ଯେଉଁ ବ୍ୟକ୍ତିମାନଙ୍କୁ ବ୍ଲଡ ପ୍ରେଶର ଅଛି ତାଙ୍କୁ ଏହି ପରିବା ଖାଇବା ଉଚିତ । ଏହା ଛଡା ବି ଏଥିରେ ବିଭିନ୍ନ ପ୍ରକାରର ଲାଭ ମିଳିଥାଏ । ଚାଲନ୍ତୁ ଜାଣିବା ଏହା ବିଷୟରେ…

୧. କାଙ୍କଡରେ ଥିବ ଲ୍ଯୂଟେନ ଭଳି କେରୋଟୋନୋଇଡ୍ସ ଅଲଗା ଅଲଗା କ୍ୟାନ୍ସର ରୋଗୀମାନଙ୍କ ପାଇଁ ଲାଭଦାୟକ ହୋଇଥାଏ । ଏହା ଛଡା ହୃଦୟ ଜନିତ ରୋଗୀମାନଙ୍କ ପାଇଁ ଏହା ବହୁତ ଲାଭଦାୟକ ଅଟେ ।

୨. କାଙ୍କଡରେ ଥିବା ଏଂଟୀ ଏଲର୍ଜନ ଏବଂ ଏନାଲ୍ଜେସିକ ଗୁଣ ଜର – ଥଣ୍ଡାରୁ ବଞ୍ଚିବା ପାଇଁ ସାହାର୍ଯ୍ୟ କରିଥାଏ । ଏହା ଛଡା କାଙ୍କଡ ବୁଢା ସମୟରେ ଯବାନ ଏବଂ ଫିଟ ରଖିବାରେ ସାହାର୍ଯ୍ୟ କରିଥାଏ ।

୩. କାଙ୍କଡରେ ଥିବା ଫାଇଟୋକେମିକଲ୍ସ ସ୍ୱାସ୍ଥ୍ୟକୁ ଖରାପ କରିବା ଠାରୁ ଅଟକାଇଥାଏ ।

୪. ପ୍ରୋଟିନ ଏବଂ ଆୟରନ ଦ୍ଵାରା ଭରପୁର କାଙ୍କଡରେ କ୍ୟାଲୋରି ବହୁତ କମ ମାତ୍ରାରେ ମିଳିଥାଏ । ୧୦୦ ଗ୍ରାମ କାଙ୍କଡରେ କେବଳ ୧୭ କ୍ୟାଲୋରି ଥାଏ । ଯାହା ଓଜନ କମ କରିବାରେ ସାହାର୍ଯ୍ୟ କରିଥାଏ ।

୫. କାଙ୍କଡରେ ଭରପୁର ମାତ୍ରାରେ ଫାଇବାର ଏବଂ ଏନ୍ଟି ଅକ୍ସୀଡେଂଟ ମିଳିଥାଏ, ଯାହା ଦ୍ଵାରା ଖାଦ୍ୟ ହଜମ ହୋଇଥାଏ ।

୬. ଯଦି ଆପଣଙ୍କୁ ଡାୟବିଟୀଜର ସମସ୍ୟା ଅଛି ତେବେ ସବୁଦିନ କାଙ୍କଡ ଖାଆନ୍ତୁ ।

୭. ଗର୍ଭବତୀ ମହିଳାମାନେ ସବୁଦିନ କାଙ୍କଡ ସେବନ କରିଲେ ଏହା ସେମାନଙ୍କର ତଂତ୍ରିକା ଦୋଷର ପ୍ରଭାବକୁ କମ କରିଥାଏ ।

୮. କିଡନୀରେ ଷ୍ଟୋନ ହେଲେ ଗୋଟିଏ ଗ୍ଳାସ କ୍ଷୀରରେ ୧୦ ଗ୍ରାମ କାଙ୍କଡର ପାଉଡର ନିୟମିତ ରୂପରେ ସେବନ କରିବା ଦ୍ଵାରା ବହୁତ ଲାଭ ମିଳିଥାଏ ।