ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଏହି ୩ଟି ବ୍ୟକ୍ତି କେବେ ବି ହୋଇ ପାରନ୍ତି ନାହିଁ ଧନୀ, ଜାଣନ୍ତୁ ଏମାନଙ୍କ ବିଷୟରେ

ଆପଣ ସମସ୍ତେ ଆଚାର୍ଯ୍ୟ ଚାଣକ୍ୟଙ୍କ ବିଷୟରେ ଜାଣିଛନ୍ତି । ଆଚାର୍ଯ୍ୟ ଚାଣକ୍ୟ ଏକ ମହାନ ଜ୍ଞାନୀ ସହିତ ଏକ ଭଲ ନୀତିକାର ମଧ୍ୟ ଥିଲେ । ଚାଣକ୍ୟ ନିଜର ନୀତି ଗୁଡିକରେ ବ୍ୟକ୍ତିମାନଙ୍କୁ ସୁଖୀ ରଖିବା ପାଇଁ ବିଭିନ୍ନ ମହତ୍ଵପୂର୍ଣ୍ଣ କଥା ବିଷୟରେ ଉଲ୍ଲେଖ କରିଛନ୍ତି ।

ଆଜି ଆମେ ଆପଣଙ୍କୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା କୁହାଯାଇଥିବା ଏମିତି ତିନୋଟି ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନଙ୍କର ଆଖି ଥିବା ସତ୍ତ୍ୱେ ବି ସେମାନେ ଅନ୍ଧ ସମାନ ହୋଇଥାନ୍ତି ଓ ଏହିଭଳି ବ୍ୟକ୍ତିମାନେ ଜୀବନରେ କୌଣସି ସଫଳତା ପ୍ରାପ୍ତ କରି ପାରନ୍ତି ନାହିଁ ।

ଆସନ୍ତୁ ଜାଣିବା ଏହି ୩ ଟି ବ୍ୟକ୍ତି କିଏ କିଏ ଅଟନ୍ତି :-

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁ ବ୍ୟକ୍ତିର ମନ କାମବାସନାରେ ଭରିଥାଏ ସେ କଣ ଠିକ ଓ କଣ ଭୁଲ ଏହି କଥାର ବିଚାର କରି ପାରେ ନାହିଁ । ସେ ସମସ୍ତ ଖରାପ କାର୍ଯ୍ୟକୁ କରିଥାଏ ଓ ଦୁଷ୍କର୍ମ କାମ ଆରମ୍ଭ କରିଦିଏ । ଏହି ବ୍ୟକ୍ତିମାନଙ୍କ ପାଖରେ ସମ୍ପର୍କର କୌଣସି ମୂଲ୍ୟ ନାହିଁ ।

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି କି ଯେଉଁ ବ୍ୟକ୍ତି ନିଜର କାମ ଭାବନା ଉପରେ ନିୟନ୍ତ୍ରଣ ରଖିପାରେ ନାହିଁ ସେମାନଙ୍କର ଅନ୍ତ ବହୁତ ଶୀଘ୍ର ହୋଇଥାଏ । ଏହି ସମସ୍ତ କାରଣରୁ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି କାମବାସନା ବ୍ୟକ୍ତିଙ୍କଠାରୁ ଦୂରରେ ରହିବା ଉଚିତ ।

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯଦି କୌଣସି ବ୍ୟକ୍ତି ନିଶା ଦ୍ରବ୍ୟର ଅଧୀନ ହୋଇଯାଏ ତେବେ ଏହିଭଳି ବ୍ୟକ୍ତିମାନେ ବି ଆଖି ଥିବା ସତ୍ତ୍ୱେ ଅନ୍ଧ ସମାନ ହୋଇଥାନ୍ତି । ଏମାନଙ୍କୁ କୌଣସି ପ୍ରକାରର ଫରକ ପଡେ ନାହିଁ । ଏମାନେ ଖରାପ ଅଭ୍ୟାସରେ ପଡି ନିଜର ସବୁକିଛି ହରାଇ ବସନ୍ତି । ଯଦି କୌଣସି ବ୍ୟକ୍ତି ସେହିଭଳି ବ୍ୟକ୍ତିଙ୍କ ସହ ମିଶନ୍ତି ସେମାନେ ବି ନିଶା କରିବାକୁ ଲାଗନ୍ତି ।

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁ ବ୍ୟକ୍ତି ଟଙ୍କାଲୋଭୀ ହୋଇଥାଏ ସେମାନେ ବି ଆଖି ଥିବା ସତ୍ତ୍ୱେ ଅନ୍ଧ ହୋଇଥାନ୍ତି । ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି କି ଗୋଟିଏ ବ୍ୟକ୍ତିକୁ ଦରକାର ଠାରୁ ଅଧିକ ଲୋଭ କରିବା ଉଚିତ ନୁହେଁ । କାରଣ ଗୋଟିଏ ଲୋଭୀ ବ୍ୟକ୍ତି ଧନ ପ୍ରାପ୍ତ କରିବା ପାଇଁ ଖରାପ କାର୍ଯ୍ୟ କରିବାକୁ ଲାଗିଥାଏ । ଟଙ୍କା ଲୋଭରେ ଏମାନେ କୌଣସି ବି ସମ୍ପର୍କକୁ ଭାଙ୍ଗି ଦିଅନ୍ତି । କହିବାକୁ ଗଲେ ଲୋଭୀ ବ୍ୟକ୍ତିମାନଙ୍କର ପରିଣାମ ଶେଷରେ ଖରାପ ହିଁ ହୋଇଥାଏ ।