ଛାତି ଓ ଗଳାରେ ଜମିଥିବା କଫରୁ ଗୋଟିଏ ଦିନରେ ମିଳିବ ମୁକ୍ତି, ଆପଣାନ୍ତୁ ଏହି ଘରୋଇ ଉପାୟ

ସାଧାରଣତଃ ଶୀତ ଦିନରେ ଅଧିକାଂଶ ଲୋକଙ୍କର ସ୍ୱାସ୍ଥ୍ୟ ଦୁର୍ବଳ ଓ ଥଣ୍ଡା, ଜ୍ଵର ଆଦି ହୋଇଥାଏ । ଅଧିକ ଥଣ୍ଡାରୁ ଆପଣଙ୍କ ଗଳା ଓ ଛାତିରେ କଫ ଜମି ଯାଇଥାଏ, ଯାହା ନିଶ୍ଵାସ ନେବା ପାଇଁ ସମସ୍ୟା କରେଇ ଥାଏ । ଏହି କଫ ପାଇଁ ଥଣ୍ଡା ଓ ଜ୍ଵର ଆଦି ହୋଇଥାଏ । କଫ ଜମିବାର ବହୁତ କାରଣ ରହିଥାଏ । ଆଜି ଆମେ ଆପଣଙ୍କୁ କଫରୁ ବଞ୍ଚିବା ପାଇଁ ଏକ ଘରୋଇ ଉପାୟ କହିବୁ । ଯାହାକୁ ଆପଣ ବ୍ୟବହାର କରି ବହୁତ ସହଜରେ କଫ ଦୂର କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ଏଥି ପାଇଁ ଆପଣଙ୍କୁ ୨ କପ ପାଣିରେ ୩୦ଟି କଳା ଲଙ୍କା ପେଶି ଉଷୁମ କରିବାକୁ ହେବ । ଯେତେବେଳେ ପାଣି ଚାରି ଭାଗରୁ ଭାଗେ ରହିଯିବ, ସେତେବେଳେ ଏହାକୁ ଛାଣି ଗୋଟେ ଚାମଚ ମହୁ ମିଶେଇ ଦେବେ । ଏହି ମିଶ୍ରଣକୁ ସକାଳ ଓ ସନ୍ଧ୍ୟା ସମୟରେ ସେବନ କରିବେ ।

ଏହା କରିବା ଦ୍ଵାରା ଆପଣଙ୍କୁ କାଶ ଓ କଫ ଉଭୟରୁ ମୁକ୍ତି ମିଳିଯିବ । ଏହା ଛଡା ରସୁଣ ସେବନ କଲେ ମଧ୍ୟ ଗଳାରେ ଥିବା କଫ ଦୂର ହୋଇଥାଏ । ଏହି ଦେଶୀ ଉପାୟ ଦ୍ଵାରା ଟିବି ରୋଗରୁ ମଧ୍ୟ ଆରାମ ମିଳି ପାରିବ ।

ଛୋଟ ପିଲାଙ୍କର ଛାତିରେ ଜମା ହୋଇଥିବା କଫକୁ ବାହାର କରିବା ପାଇଁ ଗାଈ ଘିଅର ବ୍ୟବହାର କରନ୍ତୁ । ଏହାକୁ ଆପଣ ପିଲାର ଛାତିରେ ଘଷନ୍ତୁ ବା ମସାଜ କରନ୍ତୁ, ଏହା ଦ୍ଵାରା ପିଲାଙ୍କର ଛାତିରେ ଜମା ହୋଇଥିବା କଫ ବାହାରିଯିବ ।

ରସୁଣରେ ସୁଜନ ଦୁର କରିବାର କ୍ଷମତା ରହିଛି ଓ ଲେମ୍ବୁରେ ସାଇଟ୍ରିକ ଏସିଡ ଥାଏ । ଏହାର ଉପଯୋଗରେ ଆପଣଙ୍କୁ ତଣ୍ଟି ଦରଜ ସମସ୍ୟାରୁ ମୁକ୍ତି ମିଳିଯିବ ।

ଯଦି ଆପଣ ଚାହିଁବେ ତେବେ କଫ ଦୁର କରିବା ପାଇଁ ଏକ ଚାମଚ ମହୁ ଓ ଦୁଇ ଚାମଚ ଲେମ୍ବୁର ରସକୁ ଗରମ ପାଣିରେ ମିଶାଇ ଏହାକୁ ପିଅନ୍ତୁ । ଏହା ଦ୍ଵାରା ଆପଣଙ୍କୁ ବହୁତ ଆରାମ ମିଳିବ । ଏହି ଉପାୟରେ ଆପଣଙ୍କ ଗଳା ସଫା ହେଇଯିବ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।