ପିପ୍ପଳ ବା ଓସ୍ତ ଗଛ ନାଁ ଆପଣ ନିଶ୍ଚୟ ଶୁଣିଥିବେ । ଏହି ଗଛରେ ଭୁତପ୍ରେତ ରହିଥାନ୍ତି କହି ଅନେକ ଏହାକୁ ଭୟ କରନ୍ତି । କିନ୍ତୁ ଆହୁରି ଅନେକ ଲୋକ ଧୂପ ଦୀପ ଦେଇ ଓସ୍ତ ଗଛର ପୂଜା କରିବା ସହ ଏହାର ପରିକ୍ରମା ମଧ୍ୟ କରିଥାନ୍ତି । ଘର, ଅଫିସ ଓ ଦୋକାନ ଆଦି ପାଖରେ ଓସ୍ତ ଗଛ ଥିଲେ ଲୋକମାନେ ଏହାକୁ କାଟିବାକୁ ମଧ୍ୟ ଭୟ କରିଥାନ୍ତି । ତେବେ ଏହି ଓସ୍ତ ଗଛକୁ କାହିଁକି କଟାଯାଏ ନାହିଁ ଓ ଏହାକୁ କାହିଁକି ପୂଜା କରାଯାଏ ଏବଂ ପୂଜାର କଣ ଫଳ ମିଳେ ତାହ ଆମେ ଆଜି ଆପଣଙ୍କୁ ଜଣାଇବୁ ।
ଶନିବାର ବ୍ଯତୀତ ଅନ୍ୟ କେଉଁ ଦିନ ଓସ୍ତଗଛକୁ ଛୁଇଁବା ଉଚିତ ନୁହେଁ । ଖାସ କରି ରବିବାର ଦିନ ଏବଂ ରାତ୍ରି ସମୟରେ ଜାଣତ ବା ଅଜାଣତରେ ଏହାକୁ ଛୁଇଁବା ଅନୁଚିତ । କାରଣ ଏହି ଓସ୍ତଗଛରେ ଅଲକ୍ଷ୍ମୀ ବାସ କରୁଥିବାରୁ ରବିବାର ଦିନ ତାଙ୍କର ପ୍ରଭାବ ଅଧିକ ରହିଥାଏ । ଯାହାଫଳରେ ଆପଣଙ୍କ ଜୀବନରେ ଏହାର କୁପ୍ରଭାବ ପଡିଥାଏ । ଆମ ଭାଗବତ ଗୀତାରେ ଏହା ବର୍ଣ୍ଣିତ ଅଛି କି ଓସ୍ତଗଛ ମୂଳରେ ବ୍ରହ୍ମା, ଦେହରେ ବିଷ୍ଣ ଓ ଏହାର ଶାଖା ମାନଙ୍କରେ ଭଗବାନ ଶିବ ବାସ କରନ୍ତି ଏବଂ ପତ୍ର ମାନଙ୍କରେ ସମସ୍ତ ଦେବୀଦେବତା ବାସ କରନ୍ତି ।
ବିଶେଷ କରି ଶନିବାର ଦିନ ଏହି ଗଛରେ ଶନିଦେବ ବାସ କରନ୍ତି ଓ ସୁର୍ଜ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଲକ୍ଷ୍ମୀ ନାରାୟଣ ମଧ୍ୟ ଏଥିରେ ବାସ କରନ୍ତି । ତେଣୁ ଶନିବାର ଦିନ ଏହି ଗଛକୁ ପୂଜା କରିବା ଅର୍ଥ ସାକ୍ଷାତ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରିବା ସହ ସମାନ । ପ୍ରତିଦିନ ଓସ୍ତଗଛକୁ ପୂଜା କରିବା ଦ୍ଵାରା ସମସ୍ତ ଦେବାଦେବୀ ଙ୍କର କୃପା ପ୍ରାପ୍ତ ହୁଏ । କୁହାଯାଏ କି ଭଗବାନ ବୁଦ୍ଧ ଏହି ଗଛମୂଳେ ବସି ଧାନ କରିବା ଦ୍ଵାରା ତାଙ୍କୁ ଜ୍ଞାନ ଏବଂ ଦେବତ୍ଵ ପ୍ରାପ୍ତି ହୋଇଥିଲା ।
ଏହି ସବୁ କାରଣରୁ ହିନ୍ଦୁ ଧର୍ମ ଶାସ୍ତ୍ରରେ ବର୍ଣ୍ଣିତ ଅଛି କେବେ ମଧ୍ୟ ଓସ୍ତଗଛକୁ କାଟିବା ଉଚିତ ନୁହେଁ । ନଚେତ ବ୍ୟକ୍ତିଙ୍କୁ ମହାପାପ ଲାଗିବା ସହ ଅକାଳ ମୃତ୍ୟୁ ମଧ୍ୟ ହୋଇଥାଏ । ସେଥିପାଇଁ ପଣ୍ଡିତଙ୍କୁ ଡାକି ହୋମଯଜ୍ଞ କରି ଅଲଗା କେଉଁ ସ୍ଥାନରେ ଓସ୍ତଗଛ ଲଗାଇବା ପରେ ଯାଇ ଏହି ଗଛକୁ କଟାଯାଏ । ଓସ୍ତଗଛରେ ପ୍ରତିଦିନ ଜଳ ଅର୍ପଣ କଲେ ଏବଂ ଏହି ଗଛର ପରିକ୍ରମା କଲେ ସମସ୍ତ ଆର୍ଥିକ ସଙ୍କଟ ଦୂର ହୁଏ, ରୋଗ ଋଣ ଏବଂ ଶତ୍ରୁ ନାଶ ହୋଇଥାଏ, ଧନର ବୃଦ୍ଧି ହେବା ସହ ଜୀବନରେ ଖୁବ ଉନ୍ନତି ମଧ୍ୟ ହୋଇଥାଏ ।
ଆପଣ ବର୍ଷସାରା ଏହି ଗଛମୂଳେ ସୋରିଷ ତେଲର ଦୀପ ଜାଳି ପାରିବେ । କିନ୍ତୁ କାର୍ତ୍ତିକ ମାସରେ ଘିଅର ଦୀପ ଜାଳିବା ଲାଭଦାୟକ ହୋଇଥାଏ । ଓସ୍ତଗଛ ମୂଳରେ ଗାଈ କ୍ଷୀର, ଗଙ୍ଗାଜଳ ବା ଶୁଦ୍ଧ ଜଳ ଅର୍ପଣ କରିବା ଏବଂ ଚନ୍ଦନ ଟିକା ଦେବା ଉଚିତ । ନୈବେଦ୍ୟ ରୂପେ ଫଳ ଏବଂ ମିଠାଭୋଗ ମଧ୍ୟ ଲଗାଇ ପାରିବେ । ଏହାସହ ଅରୁଆ ଚାଉଳ ଦେଇ ପୂଜା କଲେ ଶନିଦେବଙ୍କ ସମେତ ଲକ୍ଷ୍ମୀ ନାରାୟଣଏନକେ ମଧ୍ୟ କୃପା ପ୍ରାପ୍ତି ହୋଇଥାଏ ।
ଏହାଦ୍ବାରା ଘରେ ସୁଖଶାନ୍ତି ବୃଦ୍ଧି ପାଇବା ସହ ଘରେ କେବେ ମଧ୍ୟ ଧନ ବା ଟଙ୍କାର ଅଭାବ ହୁଏନାହିଁ । ସେଥିପାଇଁ ଏହି ଗଛକୁ ଟଙ୍କା ବର୍ଷା କରୁଥିବା ଗଛ ବୋଲି କୁହାଯାଏ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ